Below header

ପୃଥିବୀର ସବୁଠୁ ଭୟଙ୍କର ସ୍ଥାନରେ ୯ ବର୍ଷ ହେବ ଏକୁଟିଆ ରହୁଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ ଏହା ପଛର ରହସ୍ୟ

ସାଧାରଣତଃ କୁହାଯାଏକି କୌଣସି ମଣିଷ ନିର୍ଜନ ସ୍ଥାନରେ ଏକଲା ରହି ପାରିବ ନାହିଁ । କାରଣ ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ଅଧିକ ଦିନ ଏକୁଟିଆ ରହିଲେ ହୁଏତ ସେମାନଙ୍କ ମାନସିକ ଅବସ୍ଥା ବିଗିଡି ପାଗଳ ପ୍ରାୟ ହୋଇଯାଇ ପାରନ୍ତି । କିନ୍ତୁ ଆପଣ ଜାଣି ହୁଏତ ଆଶ୍ଚର୍ଯ୍ୟ ହେବେ, ଏମିତି କେତେକ ଲୋକ ଅଛନ୍ତି ଯେଉଁମାନେ ଗୋଟେ ଘରେ ବା କଲୋନୀରେ ନୁହେଁ ବରଂ ଏକ ସହରରେ ହିଁ ଏକୁଟିଆ ବାସ କରୁଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ହିଁ ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ । ଯିଏକି ବିଶ୍ୱର ସବୁଠୁ ଭୟଙ୍କର ସ୍ଥାନରେ ଏକୁଟିଆ ରହୁଛନ୍ତି । ବ୍ୟକ୍ତି ଜଣକ ରହୁଥିବା ସ୍ଥାନଟି ଗତ ୯ ବର୍ଷ ଧରି ଶୂନଶାନ ଭାବେ ପଡ଼ିରହିଛି । ତଥାପି ଏହି ବ୍ୟକ୍ତି ଜଣଙ୍କ ବିନା କୌଣସି ଡର ଭୟରେ ସେଠାରେ ରହୁଛନ୍ତି ।

japan

ଏହି ବ୍ୟକ୍ତି ଜଣଙ୍କ ନାଁ ହେଉଛି ନାଓତୋ ମତ୍ୟୁମୁରା । ନାଓତୋ ଜାପାନର ଏକ ଛୋଟ ସହର ତୋମିୟୋକୋରେ ରହୁଛନ୍ତି । ପ୍ରକୃତରେ ୨୦୧୧ ମସିହା ମାର୍ଚ୍ଚ ୧୧ ତାରିଖରେ ଜାପାନର ଫୁକୁସିମା ଠାରେ ଏକ ଭୟାନକ ପରମାଣୁ ଦୁର୍ଘଟଣା ଘଟିଥିଲା । ଯାହା ପରେ ତୋମିୟୋକୋ ତଥା ଏହାର ଆଖପାଖରେ ରହୁଥିବା ଲୋକେ ନିଜ ଘର ଦ୍ୱାର ଛାଡ଼ି ଅନ୍ୟ ସ୍ଥାନକୁ ପଳାଇଥିଲେ । ସେହିଭଳି ନାଓତୋ ବି ନିଜ ସ୍ଥାନ ଛାଡ଼ି ପାଲେଇଥିଲେ । କିନ୍ତୁ ତାଙ୍କୁ ରହିବାକୁ ଅନ୍ୟ କୌଣସି ସ୍ଥାନ ମିଳିଲା ନାହିଁ । ଫଳରେ ନାଓତୋଙ୍କୁ ପୁଣିଥରେ ନିଜ ସ୍ଥାନକୁ ଫେରିବାକୁ ପଡିଥିଲା । ଏହା ବାଦ ଆଉ ଏକ ବିଶେଷ କାରଣ ଯୋଗୁଁ ବି ସେ ଫେରିଆସିଥିଲେ । ପ୍ରକୃତରେ ନାଓତୋ ଜୀବଜନ୍ତୁଙ୍କୁ ଖୁବ ଭଲ ପାଆନ୍ତି । ପରମାଣୁ ବୋମା ପଡିବା ପରେ ଯଦିବା ସେଠାରୁ ଲୋକେ ପଳେଇଥିଲେ କିନ୍ତୁ ସେଠାକାର ଜୀବଜନ୍ତୁ କୁଆଡେ ବି ଯାଇନଥିଲେ ।

japan

ଫଳରେ ନାଓତୋଙ୍କୁ ବାଧ୍ୟ ହୋଇ ସେହି ସ୍ଥାନକୁ ଫେରିବାକୁ ପଡିଥିଲା । କିନ୍ତୁ ବୋମା ପଡ଼ିଥିବାରୁ ସେହି ସ୍ଥାନରେ ରେଡ଼ିଏସନର ଭୟ ଥିଲା । କାରଣ ସେଠାକାର ମାଟି ତଥା ପାଣି ସବୁଠି ପରମାଣୁ ବୋମାର ରେଡ଼ିଏସନ ମିଶିଥିଲା । ତେଣୁ ସେଠାରେ ରହିବା ପୂର୍ବରୁ ନାଓତୋ ସ୍ଥାନ ସମ୍ପର୍କିତ ସମସ୍ତ ବିବରଣୀ ଏକାଠି କଲେ । କିନ୍ତୁ ଜାପାନର ଏକ ସଂସ୍ଥା ତାଙ୍କୁ କହିଥିଲାକି, ଅନ୍ତତଃ ଆଗାମୀ ୩୦ ରୁ ୪୦ ବର୍ଷ ପର୍ଯ୍ୟନ୍ତ ସେ ରୋଗ ଗ୍ରସ୍ଥ ହେବେ ନାହିଁ । ବାସ ତା ପରଠୁ ହିଁ ନାଓତୋ ଏଠାରେ ମଜାରେ ସମୟ କାଟୁଛନ୍ତି । ନାଓତୋଙ୍କୁ ଫୁକୁସିମା ଅଂଚଳର ଜୀବଜନ୍ତୁଙ୍କ ସଂରକ୍ଷକ ବୋଲି କୁହାଯାଏ ।

ପ୍ରଥମେ ପ୍ରଥମେ ତ ସେ କେବଳ ନିଜ ପାଳିତ ଜୀବଜନ୍ତୁଙ୍କ କଥା ବୁଝୁଥିଲେ କିନ୍ତୁ ପରେ ଅନ୍ୟାନ ବେସାହାରା ଜୀବଜନ୍ତୁଙ୍କ ଧ୍ୟାନ ରଖିବାକୁ ଲାଗିଲେ । ଆପଣ ଜାଣି ହୁଏତ ଆଶ୍ଚର୍ଯ୍ୟ ହେବେ ସେ ଯେଉଁ ସ୍ଥାନରେ ରହୁଛନ୍ତି ସେଠାରେ ବିଜୁଳି କିମ୍ବା ପାଣିର ସୁବିଧା ନାହିଁ । ତାଙ୍କ ପାଖରେ ଥିବା ସୋଲାର ପ୍ୟାନେଲ ସାହାଯ୍ୟରେ ହିଁ ସେ ମୋବାଇଲ ଆଦିକୁ ଚାର୍ଜ କରିଥାନ୍ତି । ଏହା ସାହାଯ୍ୟରେ ବି ସେ ନିଜ କମ୍ପ୍ୟୁଟର ଚଲେଇଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.