ଫିଲ୍ମ ଇଣ୍ଡଷ୍ଟ୍ରି ବନ୍ଦ: ଗାଁରେ ଲୁହା କାମ କରି ଦିନକୁ 35 ଟଙ୍କା ରୋଜଗାର କରୁଛନ୍ତି KGFର ଏହି କଳାକାର, ଭିଡିଓ ସେୟାର କରି ଜଣାଇଲେ ନିଜ ଅବସ୍ଥା

କରୋନା ଭାଇରସର ପ୍ରଭାବ ସବୁଆଡେ ନଜର ଆସୁଛି । ଏହି କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ପଡିଛି, ଯେଉଁଥିପାଇଁ KGF Chapter 1ର ମ୍ୟୁଜିକ ଡାଇରେକ୍ଟର ରବିଙ୍କୁ ଲୁହା କାମ କରିବାକୁ ପଡୁଛି । ରବି ଏକ ଭିଡିଓ ଫେସବୁକରେ ସେୟାର କରିବାକୁ ଯାଇ ନିଜର ଏହି କାହାଣୀ ଫ୍ୟାନମାନଙ୍କୁ ଜଣାଇଛନ୍ତି । ରବି ନିଜ ବାପାଙ୍କ ସହ ଲୁହ କାମ କରୁଛନ୍ତି ।

କରୋନା ପ୍ରକୋପ ଯୋଗୁ ରବି ନିଜ ଗାଁକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ସେଠି ବାପାଙ୍କୁ କାମରେ ସାହାଯ୍ୟ କରିବାକୁ ମନସ୍ଥ କରିଥିଲେ । ତେବେ ରବିଙ୍କ ବାପା ଦିନକୁ ମାତ୍ର 35 ଟଙ୍କା କମାଉଛନ୍ତି। ରବି ଭିଡ଼ିଓର କ୍ୟାପସନ ଲେଖିଛନ୍ତି କି, ଆମେ ଭଗବାନଙ୍କ ହାତର କାଠ ପୁତୁଳି ଏବଂ ସେ ସବୁବେଳେ ଆମକୁ ଆମ ପୁରୁଣା ସମୟକୁ ମନେ ପକେଇ ଦିଅନ୍ତି । କରୋନା ସ୍ଥିତିରେ ଭିଡ଼ିଓଟି ସୋସିଆଲ ମିଡିଆରେ ପୂରା ଭାଇରଲ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.