ବାଲେଶ୍ବର ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ: ଲକ୍ ଡାଉନ ସମୟରେ ସହରର ସମସ୍ତ ଭିକ୍ଷୁକ ମାନଙ୍କୁ ରହିବା,ଖାଇବା ଦେବା ସହ ଯୋଗାଇ ଦେଉଛି ଉଚିତ୍ ସ୍ୱାସ୍ଥ୍ୟସେବା

ବାଲେଶ୍ବର: ଲକ୍ ଡାଉନରେ ସାରା ଦେଶ ଏବେ ସ୍ତବ୍ଧ । ଯେଉଁଥିରେ ବିଶେଷ ସମସ୍ଯାରେ ପଡିଛନ୍ତି ପ୍ରତିଦିନ ପରର ହାତ ଟେକାରେ ଚଳୁଥିବା ଗରିବ ଲୋକମାନେ । ଯାହାଙ୍କୁ ଏବେ ଦିନକୁ ବେଳାଏ ଖାଇବା ମୁଠାଏ ପାଇବା ବେଶ୍ କଷ୍ଟକର ହୋଇପଡିଛି । ଏସବୁକୁ ଦେଖିବା ପରେ ଉଚିତ୍ ପଦକ୍ଷପ ନେଇଛି ବାଲେଶ୍ବର ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଭିକ୍ଷୁକ ମାନଙ୍କୁ ନେଇ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି ।

foodକରୋନା କଟକଣାକୁ ନେଇ ବାଲେଶ୍ବର ସହରର ଗଳି କନ୍ଦି,ଷ୍ଟେସନ୍ ଓ ବସଷ୍ଟାଣ୍ଡରେ ବୁଲୁଥିବା ସମସ୍ତ ଭିକ୍ଷୁକ ମାନଙ୍କୁ ସଙ୍ଗରୋଧ ଗ୍ରୁହରେ ରଖା ଯାଇଛି । ଭିକ୍ଷୁକଙ୍କୁ ରହିବା,ଖାଇବା ଓ ସ୍ୱାସ୍ଥ୍ୟ ସେବା ପାଇଁ ଉଚିତ୍ ବ୍ଯବସ୍ଥା କରାଯିବା ସହିତ ସାମାଜିକ ଦୂରତ୍ବ ରକ୍ଷା କରିବା ଉପରେ ବିଶେଷ ଧ୍ଯାନ ଦଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.