କରୋନା ଭାଇରସ ପାଇଁ ଚମତ୍କାରୀ ଔଷଧ ତିଆରି କରିଥିବା ଦାବି କଲେ ପରିବା ବିକାଳୀ, ବାନ୍ଧିନେଲା ପୋଲିସ

କରୋନା ଭାଇରସ ସମ୍ବନ୍ଧୀୟ କୌଣସି ଗୁଜବକୁ ବରଦାସ୍ତ କରାଯିବ ନାହିଁ ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ କିଛି ଲୋକ ନିଜ ପ୍ରକୃତି ଛାଡିପାରିନାହାନ୍ତି। ମିରଠରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି। ଏଠାରେ କରୋନା ଭାଇରସର ଚିକିତ୍ସା କରୁଥିବା ଜଣେ ପରିବା ବିକାଳୀକୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ପବନ ଯାଦବ(୪୦) ବୋଲି ଜଣାପଡିଛି।

corona cure

ଏନେଇ ଥାନା ଅଧିକାରୀ ଅବିନାଶ ପାଣ୍ଡେ କହିଛନ୍ତି ଯେ ଅଭିଯୁକ୍ତ ପବନ ହାତରେ ଏକ ଆଶ୍ଚର୍ଯ୍ୟକର ଔଷଧ ଧରି ୯ ମିନିଟର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଛାଡିଥିଲା। ଭିଡ଼ିଓରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଔଷଧକୁ କରୋନା ରୋଗୀଙ୍କ ଠାରେ ପରୀକ୍ଷା କରିବାକୁ ଦାବି କରିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କ ଠାରୁ ଔଷଧ କିଣିବାକୁ କଲ ଓ ମେସେଜ କରୁଥିଲେ।

About Author

ଭିଡ଼ିଓରେ ସେ ଦାବି କରିଥିଲା ଯେ ଏହି ଔଷଧ ୨୭ ବର୍ଷ ତଳର ଓ କରୋନା ଭାଇରସ ସମେତ ସମସ୍ତ ଭାଇରସକୁ ମାରିବାକୁ ସମର୍ଥ। ଏହି ଭିଡିଓ ସମ୍ପୂର୍ଣ୍ଣ ଭାବେ ଏକ ଗୁଜବ ଓ ଏହାକୁ ବିଶ୍ୱାସ କରିବାକୁ ଏସପି ମନା କରିଛନ୍ତି। ଅନ୍ୟପଟେ ଯାଦବ କହିଛି ଯେ ଗତ ୬ବର୍ଷ ହେଲା ତା ପରିବାର ଲୋକ ଏହି ଔଷଧ ଖାଉଛନ୍ତି ଓ ରୋଗମୁକ୍ତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.