ବିବାହର ଏହି ବିଜ୍ଞାପନ ହେଉଛି ଇଣ୍ଟରନେଟରେ ଭାଇରଲ, ଲୋକେ କହିଲେ ସିଙ୍ଗଲ ରହିପାରେ ବର

ବିବାହର ଅନେକ ପ୍ରକାର ବିଜ୍ଞାପନ ଆପଣ ଖବରକାଗଜରେ ଦେଖିଥିବେ କିନ୍ତୁ ସୋସିଆଲ ମିଡିଆରେ ଏବେ ଏମିତି ଏକ ବିଜ୍ଞାପନ ଭାଇରଲ ହେଉଛି। ଯାହା ଦେଖିଲେ ଆପଣ ନିଜ ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ। ବର ଘର ଲୋକଙ୍କ ପାଇଁ ହୁଏତ ଏହା ବହୁତ ଗମ୍ଭୀର ମାମଲା ହୋଇପାରେ କିନ୍ତୁ ଜଣେ ସାଧାରଣ ଲୋକ ପାଇଁ ଏହା ଏକ ନୂଆ ପ୍ରକାରର ଡିମାଣ୍ଡ। ଏହି କାରଣରୁ ଉକ୍ତ ବିଜ୍ଞାପନର କଟିଙ୍ଗ ଏବେ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି।
Prospective brides/grooms please pay attention.
Match making criteria are changing 😌 pic.twitter.com/AJZ78ARrHZ
— Nitin Sangwan, IAS (@nitinsangwan) October 3, 2020
ଯୁଗ ବଦଳୁଛି ସେହିପରି ବାହାଘରର ସର୍ତ୍ତ ମଧ୍ୟ ବଦଳୁଛି। ଯଦିଓ ପୁରୁଣା ସର୍ତ୍ତ ଏବେ ବି ଠିକ ସେମିତି ରହିଛି ଉକ୍ତ ବିଜ୍ଞାପନରେ କିନ୍ତୁ ଏହା ହସିବା ପାଇଁ ନୁହେଁ ବରଂ ଚିନ୍ତାର ବିଷୟ। ବିବାହର ଏହି ୟୁନିକ ବିଜ୍ଞାପନର ଫଟୋ IAS ନିତିନ ସାଙ୍ଗୱାନ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ ଏବଂ କ୍ୟାପ୍ସନରେ ଲେଖିଥିଲେ “Prospective brides/grooms please pay attention. Match making criteria are changing”।
ଏହି ବିବାହ କାର୍ଡରେ ବାର ଘର ଲୋକ କୌଣସି ଯୌତୁକ ଦାବି କରିନାହାନ୍ତି। ବାସ ତାଙ୍କୁ ଏକ ସୁନ୍ଦର, ଲମ୍ବା ଏବଂ ପତଳା ଝିଅର ଆବଶ୍ୟକତା ଅଛି ଯିଏ ସୋସିଆଲ ମିଡ଼ିଆଠୁ ଦୁରେଇ ରହୁଥିବ ଆର୍ଥାତ ଝିଅ ଇଣ୍ଟରନେଟରେ ଅଧିକ ସମୟ ବିତାଉନଥିବ । ଏହି ପୋଷ୍ଟ ପରେ ଲୋକମାନେ ଅନେକ କମେନ୍ଟ କରିଥିଲେ। କିଛିଲୋକ ତ କହିଥିଲେ ‘ଲାଗୁଛି ସେ ବର ଜଣକ ସିଙ୍ଗଲ ହୋଇ ରହିଯିବ’ ତ ଏଥିରେ ଆପଣ କଣ କହିବେ ..?