ଏବେ ଫେକ ନ୍ୟୁଜ ଉପରେ ଲାଗିବ ଲଗାମ, ଟ୍ୱିଟର Birdwatch ନାମରେ ଆଣୁଛି ନୂଆ ଫିଚର

ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଦୀର୍ଘ ଦିନ ଧରି ଏହାର ପ୍ଲାଟଫର୍ମରେ ମିଥ୍ୟା ଖବର ଏବଂ ଭୁଲ ତଥ୍ୟ ବନ୍ଦ କରିବାକୁ ଚେଷ୍ଟା କରିଆସୁଛି । ତେବେ ଏହା ମଧ୍ୟରେ ଭୁଲ ତଥ୍ୟ ଯାଞ୍ଚ କରିବା ପାଇଁ ଟ୍ୱିଟର ଏକ ନୂଆ ଟୁଲ ପ୍ରସ୍ତୁତ କରୁଛି ଯାହାର ନାମ ହେଉଛି ବାର୍ଡୱାଚ୍ ।
New Twitter feature?
‘Birdwatch’?! 🐦
Any guesses what it does? pic.twitter.com/1vmpZdTKLi
— Matt Navarra (@MattNavarra) September 30, 2020
ଏହି ଫିଚର ସାହାଯ୍ୟରେ ଟ୍ୱିଟର ବ୍ୟବହାରକାରୀମାନେ ଯେକୌଣସି ଟୁଇଟକୁ ଫ୍ଲାଗ୍ କରିବାକୁ ସମର୍ଥ ହେବେ ଏବଂ ଯଦି ଏହା ବିଷୟରେ କୌଣସି ସଠିକ୍ ସୂଚନା ଥାଏ ତେବେ ଏହି ବିଷୟରେ ଟ୍ୱିଟରକୁ ଏକ ନୋଟ୍ ମଧ୍ୟ ପଠାଇ ପାରିବେ । ଅନେକ ସୋସିଆଲ୍ ମିଡିଆ ମ୍ୟାନେଜର୍ସ ମାନେ ଟ୍ୱିଟରର ଏହି ଫିଚରର ସ୍କ୍ରିନସଟ୍ ସେୟାର କରିଛନ୍ତି, ଯାହା ଅନୁଯାୟୀ ଯଦି ଆପଣ ଏକ ଟ୍ୱିଟ୍ ଉପରେ ସନ୍ଦେହ କରୁଛନ୍ତି ତେବେ ଆପଣ ତାକୁ Add to Birdwatch କରିପାରିବେ । ଏହା ପରେ ଆପଣଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚରାଯିବ ।
ୱାର୍ଡୱାଚରେ ଏକ ନୋଟ୍ ସହିତ ଯେକୌଣସି ଟୁଇଟକୁ ଆଡ଼ କରିବା ପରେ ଅନ୍ୟ ୟୁଜର୍ସମାନେ ମଧ୍ୟ ଏହାକୁ ଦେଖିପାରିବେ ଏବଂ ଏହା ଉପରେ ନିଜର ମତାମତ ରଖିପାରିବେ । ଯଦିଓ ଟ୍ୱିଟରର ଏହିଫିଚର ଏପର୍ଯ୍ୟନ୍ତ ଲାଇଭ୍ ହୋଇନାହିଁ କିନ୍ତୁ ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।
Twitter continues working on “Birdwatch”, the crowdsourced misinformation combatting tool which they’ve confirmed working on yesterday
Here’s the first look of Birdwatch’s “Twitter Community” form, where users states and elaborates whether a tweet is misleading pic.twitter.com/0zbQppm2kh
— Jane Manchun Wong (@wongmjane) October 3, 2020
ଯେପରିକି ଏହି ଫିଚର ସମସ୍ତଙ୍କ ପାଇଁ ଉପଲବ୍ଧ ହେବ କି କେବଳ ନ୍ୟୁଜ ପବ୍ଲିଶର୍ସମାନଙ୍କ ପାଇଁ ଉପଲବ୍ଧ ହେବ ? ଏହା ବ୍ୟତୀତ, ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ଯେଉଁ ଟ୍ୱିଟ୍ ଫ୍ଲାଗ୍ ହେବ ତାକୁ ଟ୍ୱିଟର ଯାଞ୍ଚ କରିବ କି ନାହିଁ ? ଯଦି କରିବ ଏହାକୁ କେତେ ଦିନ ପର୍ଯ୍ୟନ୍ତ କରିବ ? ତେବେ ଟ୍ୱିଟରର ଏହି ଫିଚର କେବେ ଲାଇଭ୍ ହେବ ସେ ସମ୍ବନ୍ଧରେ କୌଣସି ସୂଚନା ମିଳିନାହିଁ ।