ଏଥରକ ଦିନେ ନୁହେଁ ଦୁଇ ଦିନ ପଡ଼ୁଛି ଅମାବାସ୍ୟା, ଜାଣନ୍ତୁ ଏହାର ମହତ୍ତ୍ୱ ଓ ତିଳ-ତର୍ପଣ କରିବାର ସମୟ

ଅମାବାସ୍ୟା ତିଥି ସାଧାରଣତଃ ଗୋଟିଏ ଦିନ ପଡ଼େ। କିନ୍ତୁ ବେଳେବେଳେ ସଂଯୋଗ ବଶତଃ ଅମାବାସ୍ୟା ଦୁଇଟି ତିଥିରେ ପଡ଼େ। ଅମାବାସ୍ୟା ପରଦିନ ବି ଅମାବାସ୍ୟା ଭାବେ ପରିଗଣିତ ହୋଇଥାଏ। ଚଳିତବର୍ଷ ଜାନୁଆରୀ ଓ ଫେବ୍ରୁଆରୀରେ ସେଭଳି ଏକ ସଯୋଗ ବନିବାକୁ ଯାଉଛି। ହିନ୍ଦୁ ଧର୍ମରେ ସୋମବାର, ମଙ୍ଗଳବାର ଓ ଶନିବାର ଦିନ ଅମାବାସ୍ୟା ପଡ଼ିଲେ ତାହାର ବିଶେଷ ଗୁରୁତ୍ୱ ରହିଛି। ଏହି ଦିନ ସ୍ନାନ, ଦାନ ଓ ତର୍ପଣ କରିବା ବେଶ୍‌ ପୁଣ୍ୟ ତଥା ଫଳଦାୟୀ ହୋଇଥାଏ। ମାଘମାସରେ ପଡ଼ୁଥିବା ଅମାବାସ୍ୟାକୁ ମୌନି ଅମାବାସ୍ୟା ବା ମାଘୀ ଅମାବାସ୍ୟା ବୋଲି କୁହାଯାଏ।

ଚଳିତ ବର୍ଷ ଫେବ୍ରୁଆରୀ ୧ ମଙ୍ଗଳବାର ପଡ଼ୁଛି ମୌନି ଅମାବାସ୍ୟା। ଏହି ଦିନ ମୌନି ଅମାବାସ୍ୟା ସହ ମହୋଦୟ ନାମକ ଦୁର୍ଲ୍ଲଭ ଯୋଗ ବି ପଡ଼ୁଛି। ମଙ୍ଗଳବାର ଦିନ ଅମାବାସ୍ୟା ପଡ଼ୁଥିବାରୁ ଏହାକୁ ଭୌମବତୀ ଅମାବାସ୍ୟା ବୋଲି କୁହାଯିବ। କିନ୍ତୁ ଏହି ଭୌମବତୀ ଅମାବାସ୍ୟା ପୂରା ଦିନ ରହିବ ନାହିଁ। ଏହି ଅମାବାସ୍ୟା ସୋମବାର ଠାରୁ ହିଁ ଆରମ୍ଭ ହେବ। ଏଣୁ ଚଳିତ ଥର ଉଭୟ ସୋମବାର ଓ ମଙ୍ଗଳବାରକୁ ଅମାବାସ୍ୟା ବୋଲି ଧରାଯାଉଛି।

ଜ୍ୟୋତିଷ ବିତ୍‌ଙ୍କ ମତରେ, ଜାନୁଆରୀ ୩୧ ସୋମବାର ଦିନ ଅମାବାସ୍ୟା ତିଥି ଅପରାହ୍ନ ୨ଟା ୧୯ରୁ ଆରମ୍ଭ ହେବ। ଏହି ଦିନ ସୂର୍ଯ୍ୟାସ୍ତ ପୂର୍ବରୁ କିଛି ସମୟ ଅମାବାସ୍ୟା ତିଥି ରହିଛି। ଏହି ସମୟରେ ଆପଣ ଚାହିଁଲେ ତର୍ପଣ କାର୍ଯ୍ୟ କରିପାରିବେ। ଏହି ଦିନ ଆପଣ ଦେବ ପୂଜନ କାର୍ଯ୍ୟ ମଧ୍ୟ କରିପାରିବେ।

ସେହିପରି ତା’ ପରଦିନ ଅର୍ଥାତ୍‌ ୨ ଫେବ୍ରୁଆରୀ ମଙ୍ଗଳବାର ଦିନ ୧୧ଟା ୧୬ ମିନିଟ୍‌ ଯାଏଁ ଏହି ଅମାବାସ୍ୟା ତିଥି ରହିବ। ଏହି ସମୟ ମଧ୍ୟରେ ଆପଣ ଦାନ, ଧର୍ମ, ତିଳ ତର୍ପଣ ଆଦି କରିପାରିବେ। ଏହି ସମୟ ଅତ୍ୟନ୍ତ ଶୁଭ। ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରିବା ଦ୍ୱାରା ମଙ୍ଗଳ ଗ୍ରହ ମଜଭୁତ ରହିଥାନ୍ତି ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।