Below header

ଏବେ ଉଭୟ ପଟୁ ଆପଣ କରିପାରିବେ କାର ଡ୍ରାଇଭ, ଜାଣନ୍ତୁ କିଏ ତିଆରି କରିଛନ୍ତି ଏଭଳି ଗାଡ଼ି

ଆଜିକା ସମୟରେ କାର ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଲାଣି। ଆପଣ ଏହା ଜାଣିଥିବେ ଯେ କେଉଁ ଦେଶରେ କାରର ଷ୍ଟିଅରିଂ ବାମ ପଟେ ଥାଏ ତ ଆଉ କେଉଁଠି ଡାହାଣ ପଟେ ରହିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାର ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ସବୁକିଛି ଡବଲ ରହିଛି। ଏହି କାରକୁ ଆପଣ ଉଭୟ ପଟୁ ଡ୍ରାଇଭ କରିପାରିବେ।

sdz

ଏହାକୁ ଇଣ୍ଡୋନେସିଆର ଜଣେ ମେକାନିକ ତିଆରି କରିଛନ୍ତି। ଏହି କାରର ଖାସ କଥା ହେଉଛି, ଆପଣ ହଠାତ ଦେଖିଲେ ଜାଣି ପାରିବେନି ଯେ ଏହାର ସାମ୍ନା କେଉଁଟା ପଛ କେଉଁଟା। କିନ୍ତୁ କାରର ଉଭୟ ପଟେ ଅଲଗା ଅଲଗା ନମ୍ବର ପ୍ଲେଟ ରହିଛି। ୭୧ ବର୍ଷୀୟ ରୋନି ଗୁନାବାନ ନାମକ ମେକାନିକ ଏମିତି କାର ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

fff

ଏହାକୁ ତିଆରି କରିବାରେ ୧୦ଜଣ ୱାର୍କର ଲାଗିଥିଲେ। ମାତ୍ର ୬ ମାସ ଭିତରେ ଏହାକୁ ତିଆରି କରି ରେଡି କରାଯାଇଥିଲା। ଏହାର ଆହୁରି ଏକ ଖାସିୟତ ହେଉଛି, ଏହି କାରକୁ ସହଜରେ କେଉଁଠି ବି ପାର୍କିଂ କରାଯାଇପାରିବ। ଏପରିକି, ଏହାକୁ ସହଜରେ ଆୟତ୍ତ କରିହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.