Below header

ଅସହ୍ୟ ହେଲା ବାପାର ଅତ୍ୟାଚାର, ମା’ର ତାଗିଦ୍ ସତ୍ତ୍ୱେ ବାପା ରଖୁଥିଲା ଶାରୀରିକ ସମ୍ପର୍କ

ରକ୍ତ ସମ୍ପର୍କରେ କଳଙ୍କର ଛିଟା। ଏମିତି କାଣ୍ଡ କରିପାରେ କେବଳ ଜଣେ ସଇତାନ୍ ବାପ । ନିଜ ନାବାଳିକା ଝିଅ ସହ ଘଟାଇଛି ନାରକୀୟ ଘଟଣା । ବାରମ୍ବାର ଝିଅକୁ କରୁଥିଲା ଦୁଷ୍କର୍ମ । ଏସବୁକୁ ସହ୍ୟ କରିପାରି ନଥିଲା ନାବାଳିକା ଝିଅ । ଶେଷରେ ବାପାର ପାପ ପାଇଁ ଜୀବନ ହାରିଦେଲା। ସବୁଦିନ ପାଇଁ ଏ ଦୁନିଆ ଛାଡ଼ି ଚାଲିଗଲା ଆରପାରିକୁ। ଝିଅର ମୃତ୍ୟୁ ପରେ ଏବେ ନ୍ୟାୟ ମାଗୁଛି ଅସହାୟ ମା।

ରକ୍ତ ସମ୍ପର୍କରେ କଳଙ୍କର ଛିଟା। ଏମିତି କାଣ୍ଡ କରିପାରେ କେବଳ ଜଣେ ସଇତାନ୍ ବାପ । ନିଜ ନାବାଳିକା ଝିଅ ସହ ଘଟାଇଛି ନାରକୀୟ ଘଟଣା । ବାରମ୍ବାର ଝିଅକୁ କରୁଥିଲା ଦୁଷ୍କର୍ମ । ଏସବୁକୁ ସହ୍ୟ କରିପାରି ନଥିଲା ନାବାଳିକା ଝିଅ । ଶେଷରେ ବାପାର ପାପ ପାଇଁ ଜୀବନ ହାରିଦେଲା। ସବୁଦିନ ପାଇଁ ଏ ଦୁନିଆ ଛାଡ଼ି ଚାଲିଗଲା ଆରପାରିକୁ। ଝିଅର ମୃତ୍ୟୁ ପରେ ଏବେ ନ୍ୟାୟ ମାଗୁଛି ଅସହାୟ ମା।

ଏ ସଂସାରରେ ପିତା ଆଉ ସନ୍ତାନର ସମ୍ପର୍କ ସବୁଠୁ ଉର୍ଦ୍ଧ୍ୱରେ ବହୁତ ନିବିଡ଼ ମଧ୍ୟ । ଖାସ୍ କରି ବାପା ଆଉ ଝିଅର ସମ୍ପର୍କ । କିନ୍ତୁ ଏଇ ବାପା ପାଇଁ ଗୋଟିଏ ଅଲିଅଳି ଝିଅ ଜୀବନ ହାରିବା ଭଳି ଚରମ ପଦକ୍ଷେପ ନେଇ ଯାଇଛି । ଯାହା ସାଧାରଣରେ ବେଶ୍ ଚର୍ଚ୍ଚା ହେଉଛି । ଏହି ଅମାନବୀୟ ଘଟଣା ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ ଘଟିଛି । ନିଜ ଜନ୍ମଦାତା ବାପାର ଦୁଷ୍କର୍ମର ଶିକାର ହୋଇଛଇ ଝିଅ । ଏପରି କାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସଇତାନ୍ ବାପ ନାଁରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । କୋଣାର୍କ ଥାନା ଅର୍ନ୍ତଗତ ଶିମିଳି ପଞ୍ଚାୟତ ଅନ୍ତର୍ଗତ ଏକ ଗାଁରେ ଏଭଳି ଲଜ୍ଜା ଜନକ ଘଟଣା ଘଟିଯାଇଛି । ଜଣେ ବାପା ନବମ ଶ୍ରେଣୀରେ ପଢୁଥିବା ନିଜର ଝିଅକୁ ଦୁଷ୍କର୍ମ କରିବାକୁ ପଛାଇ ନାହିଁ। ଆଉ ଝିଅ ଲଜ୍ଜା ସହି ନପାରି ନେଇ ଯାଇଛି ଚରମ ନିଷ୍ପତ୍ତି । ଏପରି ସଂଘାତିକ ଅଭିଯୋଗ ଆଣିଛନ୍ତି ଝିଅର ମା ।

କିଛି ଦିନ ହେବ ଅମଣିଷ ବାପା ତା ବଡ ଝିଅକୁ ଦୁର୍ବ୍ୟବହାର ଦେଖାଉଥିଲା । ନାବାଳିକା ଝିଅ ଏପରି ଏକ ଲଜ୍ଜା ଜନକ ଘଟଣା ସଂପର୍କରେ ମା’କୁ ଅଭିଯୋଗ କରିଥିଲା । ହେଲେ ମା’ ନିଜ ସ୍ୱାମୀର ଏଭଳି କୁକର୍ମକୁ ଲୁଚାଇ ରଖିବା ସହିତ ସ୍ବାମୀକୁ ତାଗିଦ୍ କରିଥିଲେ। ହେଲେ ପାପୀ ବାପା ପୁଣି ଦୋହରାଇଲା ନିଜର କୁକର୍ମକୁ । ନାବାଳିକା ଝିଅକୁ ପୁଣି ଜୋର ଜବରଦସ୍ତ ମଦ ପିଇ ଦୁର୍ବ୍ୟବହାର ଦେଖାଇଥିଲା । ନାବାଳିକା ଜଣକ ଆଉ ସହିଲା ନାହିଁ । କେଉଁଠି ଅଭିଯୋଗ କରିବ ? କଣ ପ୍ରକୃତରେ ନ୍ୟାୟ ପାଇ ପାରିବ ? କାରଣ ରକ୍ଷକ ଏଠି ଭକ୍ଷକ ସାଜିଛି । ତେଣୁ ଏପରି ଲଜ୍ଜା, ଶାରୀରିକ ଓ ମାନସିକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ନେଇଗଲା ଚରମ ନିଷ୍ପତ୍ତି । ନିଜ ଶୋଇବା ଘରେ ଶେଷ କରି ଦେଲଶ ନିଜ ଜୀବନକୁ । ଏହାକୁ ଦେଖି ଝିଅର ମା’ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ତାଙ୍କ ବୁଦ୍ଧି ହଜିଯାଇଥିଲା । ସେ ସଙ୍ଗେ ସଙ୍ଗେ ଝିଅକୁ ଧରି ଗୋପ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଡାକ୍ତର ପୀଡ଼ିତା ଝିଅଟିକୁ ମୃତ ଘୋଷଣା କରିଥିଲେ । ଗୋପ ଥାନାକୁ ଏ ସଂପର୍କରେ ସଂଗେ ସଂଗେ ଜଣାଇ ବି ଦେଲେ । ନାବାଳିକା ଝିଅର ମୃତ୍ୟୁକୁ ନେଇ ମା ସିଧାସଳଖ ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି । ସେପଟେ କୋଣାର୍କ ଥାନାରେ ଏକ ଲିଖିତ ଅଭିଯୋଗ ହେବା ପରେ ପୋଲିସ ନାବାଳିକାର ଶବକୁ ଜବତ କରି ଫେରାର ଥିବା ବାପାକୁ ଖୋଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.