Below header

ଇନ୍‌ଷ୍ଟାଗ୍ରାମ୍‌ରେ ସେକ୍ସ ମ୍ୟୁଜିୟମ୍‌ ଫଟୋ ସେୟାର କରିବା ପଡ଼ିଲା ମହଙ୍ଗା, ଜେଲ ଗଲେ ମଡେଲ

ମହଙ୍ଗା ପଡ଼ିଲା ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସେୟାର କରିବା। ମଡେଲଙ୍କୁ ଯିବାକୁ ହେଲା ଜେଲ୍‌। ଏମିତି ଘଟଣା ଦେଖିବାକୁ ମିଳିଛି ତୁର୍କୀରେ। ଏଠାରେ ଜଣେ ଇନ୍‌ଷ୍ଟାଗ୍ରାମ୍‌ ମଡେଲ ଆମ୍‌ସଡ୍ରମ୍‌ର ସେକ୍ସ ମ୍ୟୁଜିୟମ୍‌ରେ ଉଠାଇଥିବା ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। କିନ୍ତୁ ଏହି କାରଣରୁ ଏବେ ପୋଲିସ ତାଙ୍କୁ ଗିରଫ କରିଛି। ମଡେଲଙ୍କ ବିରୋଧରେ ଅଶ୍ଳୀଳତା ଆଇନ୍‌ ଭଙ୍ଗ କରିଥିବା ନେଇ ଅଭିଯୋଗ ହୋଇଛି।

ଏ ନେଇ ୨୩ ବର୍ଷୀୟା ମଡେଲ ମର୍ବ ତାସ୍କିନ୍‌ କହିଛନ୍ତି, ବର୍ଷେ ତଳେ ସେ ୨୦୨୦ ଜାନୁଆରୀରେ ନିଜ ୨୨ ତମ ଜନ୍ମଦିନ ଅବସରରେ କିଛି ସାଙ୍ଗଙ୍କ ସହ ଆମ୍‌ସଡ୍ରମ୍‌ର ପ୍ରସିଦ୍ଧ ସେକ୍ସ ମ୍ୟୁଜିୟମ୍‌ ଯାଇଥିଲେ। ସେତେବେଳେ ସେଠାରେ ଉଠାଇଥିବା ଫଟୋକୁ ସେ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ। କିନ୍ତୁ ଏବେ ତୁର୍କୀରେ ଅଶ୍ଳୀଳତା ଆଇନ୍‌ ଅନୁସାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

tasskin
Image Credit: Instagram

ଏହି ଫଟୋ ସେୟାର କରିବାର ଉଦ୍ଦେଶ୍ୟ ଲୋକଙ୍କୁ ହସାଇବା ଥିଲା। କିନ୍ତୁ ତୁର୍କୀ ଅଧିକାରୀଙ୍କୁ ଉକ୍ତ ଫଟୋଗୁଡ଼ିକ ପସନ୍ଦ ଆସିନାହିଁ ଓ ଘରକୁ ଫେରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏବେ ସେ ଏହି ମାମଲାରେ ଲଢ଼ୁଛନ୍ତି ବୋଲି କହିଛନ୍ତି ତାସ୍କିନ୍‌। ସୂଚନାଯୋଗ୍ୟ ଯେ ତୁର୍କୀରେ କୌଣସି ଅଶ୍ଳୀଳତା କଣ୍ଟେଣ୍ଟ ଗ୍ରହଣୀୟ ନୁହେଁ। ଯଦି କେହି ଏହି ମାମଲାରେ ଧରାପଡ଼ନ୍ତି, ତେବେ ତାଙ୍କୁ ୩ ବର୍ଷ ଜେଲ ଜରିମାନା ଦଣ୍ଡାଦେଶର ନିୟମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.