ବରିଷ୍ଠ କଂଗ୍ରେସ ନେତା କପିଲ ସିବଲଙ୍କ ୭୫ ତମ ବର୍ଥ ଡେ ପାର୍ଟିରେ ବିଜେଡି ସାଂସଦ ପିନାକୀ ମିଶ୍ର

କେନ୍ଯୁଜ୍: ବରିଷ୍ଠ କଂଗ୍ରେସ ନେତା କପିଲ ସିବଲଙ୍କ ୭୫ ତମ ବର୍ଥ ଡେ ପାର୍ଟିକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ । କପିଲ ସିବ୍ଦଲରଙ୍କ ପାର୍ଟିରେ ବହୁ ବିରୋଧୀ ନେତାଙ୍କୁ ଦେଖିବାକୁ ମିଳିଥିଲା । ବିଜେଡି ସାଂସଦ ପିନାକୀ ମିଶ୍ର ଏହି ପାର୍ଟିରେ ଯୋଗ ଦେଇଥିଲେ । ଏହାସହ ୧୫ ଦଳର ପ୍ରାୟ ୪୫ ନେତା ଓ ସାଂସଦ ଥିଲେ ।

kapil

ଶରଦ ପାଓ୍ଵାର, ଅଖିଲେଶ ଯାଦବ ଓ ଲାଲୁ ଯାଦବ ମଧ୍ଯ ଉପସ୍ଥିତ ଥିଲେ । ଶଶୀ ଥରୁର, ଡେରେକ ଓବ୍ରାୟନ ଓ ସଞ୍ଜୟ ରାଓ୍ଵତ ମଧ୍ୟ ଉପସ୍ଥିତ ଥିଲେ। ଅକାଳି ଦଳର ନରେଶ ଗୁଜୁରାଲ, ଆମ ଆଦମୀ ପାର୍ଟିର ସଞ୍ଜୟ ସିଂ ମଧ୍ୟ ସାମିଲ ଥିଲେ। ଏହି ବର୍ଥ ଡେ ପାର୍ଟିକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର । ତେବେ ଏନେଇ ପିନାକୀ ମିଶ୍ରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.