Below header

ବୟସର ଅପରାହ୍ନରେ ତଥାପି ଜୀବନ କାଳରେ ପ୍ରାୟ ୧୦ ହଜାର ଗଛ ଲଗାଇ ଏବେ ଚର୍ଚ୍ଚାରେ ମୋହନ ଚରଣ

ବୟସର ଅପରାହ୍ନରେ । ତଥାପି ଗଛ ପାଇଁ ଅହେତୁକ ଭଲ ପାଇବା । ଜୀବନ କାଳରେ ପ୍ରାୟ ଦଶ ହଜାର ବିଭିନ୍ନ ଗଛ ଲଗାଇଥିବା ଲଣ୍ଡା ପାହାଡ଼ ରେ କରିଛନ୍ତି ସବୁଜ ପରିବେଶ । ଏମିତି ଏକ ବ୍ୟକ୍ତି ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଲ୍ୟାଣପୁର ଗାଁ ର ମୋହନ ଚରଣ ଦାସ ।

ବ୍ରହ୍ମପୁର(କେନ୍ୟୁଜ୍): ବୟସର ଅପରାହ୍ନରେ । ତଥାପି ଗଛ ପାଇଁ ଅହେତୁକ ଭଲ ପାଇବା । ଜୀବନ କାଳରେ ପ୍ରାୟ ଦଶ ହଜାର ବିଭିନ୍ନ ଗଛ ଲଗାଇଥିବା ଲଣ୍ଡା ପାହାଡ଼ ରେ କରିଛନ୍ତି ସବୁଜ ପରିବେଶ । ଏମିତି ଏକ ବ୍ୟକ୍ତି ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଲ୍ୟାଣପୁର ଗାଁ ର ମୋହନ ଚରଣ ଦାସ । ରାତି ପାହିଲେ ସାଇକେଲ ଟିଏ ଧରି କୋଦାଳ ଧରି ବାହାରି ପଡନ୍ତି  ନିଜ ଜମିକୁ ତ କେଉଁ ପାହାଡ଼ ପାଖକୁ ।

ମୋହନ ଚରଣ ଦାସ, ବୟସ ୭୬ । ଗଛ ପାଇଁ ଅହେତୁକ ଭଲ ପାଇବା ରହିଛି ତାଙ୍କର । ମଳିନ ଶରୀର କିନ୍ତୁ ମନୋବଳ ବଳିଷ୍ଠ । ସେଇଥିପାଇଁ ତ ‘ ମୋହନ ରାତି ପାହିଲେ ବାହାରି ପଡନ୍ତି ଲଗାଇଥିବା ଗଛ ର ଯତ୍ନ ନେବା ପାଇଁ ଓ ଆଉ କିଛି ନୂଆ ଗଛ ଲଗାଇବା ପାଇଁ । ଗାଁ କୁ ଲାଗି ରହିଛି ଗାଇଡା ପାହାଡ଼ । ଦିନ ଥିଲା ଏହା ଅତୀତରେ ଲଣ୍ଡା ଟାଙ୍ଗରା ଭୂଇଁ ହୋଇ ପଡିଥିଲା କିନ୍ତୁ ସେଠାରେ ବନ ବିଭାଗ ସହାୟତା ରେ ପାହାଡ଼ ଏବେ ସବୁଜିମା ହୋଇଯାଇଛି । ପାହାଡ଼ ରୁ ଝରି ଆସୁଥିବା ପାଣି  କିପରି ଚାଷୀ  ମାନେ ପାଇପାରିବେ  ସେଥିପାଇଁ ପରିବେଶ ବୃଦ୍ଧି ନିହାତି ଆବଶ୍ୟକ ବୋଲି କହି ଏବେ ତାଳ ଗଛ ଲଗାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ମୋହନ।

ପାଞ୍ଚ ସହ ତାଳ ଗଛ ଆଣି ଏବେ ଲଗାଇବା ଆରମ୍ଭ କରିଛନ୍ତି । କାରଣ ବାବୁଲ ଗଛରେ ବାଇ ଚଢେଇ ବସା ହେଉଥିବା ବେଳେ ତାଳ ଗଛରେ ମଧ୍ୟ ବସା ହେବ ବୋଲି ସେ କହିଛନ୍ତି । ପୂର୍ବରୁ ଲଗାଇଥିବା ପଚାଶ ଗୋଟି ତାଳ ଗଛରେ ବାଇ ଚଢେଇ ବସା ହେଉଥିବା ଦେଖି ଏବେ ଏକ ହଜାର ତାଳ ଗଛ ଲଗାଇବା ପାଇଁ ମନ କରିଛନ୍ତି ସେ । ଏହା ସହ ପାହାଡ଼କୁ ଲାଗି ରହିଥିବା ଭୁଜଙ୍ଗେଶ୍ୱର ଠାକୁର ମନ୍ଦିର ନିକଟରେ ଥିବା ପୋଖରୀକୁ ମଧ୍ୟ ପାଣି କିପରି ପହଂଚିବ ସେଥିପାଇଁ ମଧ୍ୟ ଚେଷ୍ଟା ଚଳାଇଛନ୍ତି ମୋହନ । ଗଛ କୁ ଭଲ ପାଇବା ଯୋଗୁଁ ୧୯୮୯ ମସିହା ରେ ପ୍ରକୃତି ବନ୍ଧୁ ପୁରସ୍କାର ଓ ୨୦୧୫ ମସିହା ରେ ରାଜ୍ୟ ସରକାର ଙ୍କ ଠାରୁ ସମ୍ମାନ ପାଇଛନ୍ତି ମୋହନ।

ମୋହନଙ୍କ ଏହି ନିଶାକୁ ଅନେକ ଲୋକ ପସନ୍ଦ କରି ତାଙ୍କର ସାଥ୍ ଦେଇଛନ୍ତି । ଗଛ ଲଗାଇବା ପରେ ପାହାଡ଼ ତ ‘ ସବୁଜ ବନାନୀ ହୋଇଛି ଏହା ସାଙ୍ଗକୁ ଗାଁ ରେ କାହାର ମୃତ୍ୟୁ ହୋଇଗଲେ କାଠର ଆବଶ୍ୟକତାକୁ ମୋହନ ପୂରଣ କରିଥାନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ଗଛ ଲାଗିବା ପରେ ପରିବେଶ ସୁନ୍ଦର ହୋଇଛି ଏବଂ  ଭଲ ବର୍ଷା ବି ହେଉଛି । ଚାଷୀ ର ଜମିକୁ ମଧ୍ୟ ପାଣି ମିଳୁଛି। ତେବେ ଶାଗୁଆନ, ଅର୍ଜୁନ, ବର, ଓସ୍ତ, ବାହାଡା, ଖଜୁରୀ, ଗୁହାରିଆ ଏପରି ବିଭିନ୍ନ ଗଛ ଲଗାଇ ଅଂଚଳ ରେ ବେଶ ଚର୍ଚ୍ଚିତ ମୋହନ ଚରଣ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.