ଘାଟିରେ ଓଲଟିଲା ଟ୍ରକ୍, ୫ ଘଣ୍ଟା ପର୍ଯ୍ୟନ୍ତ ଚାପି ହୋଇ ରହିଗଲେ ହେଲପର ଓ ଡ୍ରାଇଭର

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ଚୁନାଘାଟିରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲୁହା ବୋଝେଇ ଟ୍ରକ୍ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଗାଡ଼ିର ହେଲପର ଓ ଡ୍ରାଇଭର।

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ଚୁନାଘାଟିରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲୁହା ବୋଝେଇ ଟ୍ରକ୍ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଗାଡ଼ିର ହେଲପର ଓ ଡ୍ରାଇଭର। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ୫ ଘଣ୍ଟା ଧରି ଗାଡ଼ି ଭିତରେ ଚାପି ହୋଇ ରହିଥିଲେ ଚାଳକ ଓ ହେଲପର। ପରେ ଗାଡ଼ିର କ୍ୟାବିନକୁ କଟର ସାହାଯ୍ୟରେ କାଟି ଡ୍ରାଇଭର ଓ ହେଲପରଙ୍କୁ ବାହାର କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଟ୍ରକ୍‌ଟି ଲୁହାପଥର ବୋଝେଇ କରି କୋଇଡ଼ାରୁ ଛତିଶଗଡ଼ରର ରାଇଘର ଅଭିମୁଖେ ଯାଉଥିଲା। ଏହି ସମୟରେ ଚୁନାଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଘାଟିକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରେ ଚାପି ହୋଇ ରହିଥିବା ଚାଳକ ଓ ହେଲପରଙ୍କୁ କଟର ସାହାଯ୍ୟରେ କାଟି ବାହାରକୁ ବାହାର କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.