Below header

ସଫାସୁତରା ହୋଇ ଗାଧୋଇବା ପରେ ମାଙ୍କଡ ନେଉଛି ସ୍ପା, ଦେଖନ୍ତୁ ଭିଡିଓ

ଆଜିକାଲି ନିଜକୁ ସୁନ୍ଦର ଦେଖାଯିବା ପାଇଁ ସ୍କିନ ଠାରୁ ଆରମ୍ଭ କରି ଶରୀର ପର୍ଯ୍ଯନ୍ତ ସବୁ ଜିନିଷକୁ ନେଇ ଚିନ୍ତାରେ ରହିଥାନ୍ତି। ପ୍ରତ୍ଯେକ ଲୋକ ସୁନ୍ଦର ରହିବାକୁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରିଥାଏ, ଆଉ କେତେ ଜଣ ପାର୍ଲର ଏବଂ ସ୍ପା ଉପରେ। କିନ୍ତୁ ମଣିଷ ସହିତ ଜୀବଜନ୍ତୁ ମଧ୍ୟ ଏପରି କରିବାର ସଉକ ରଖୁଥିବା କଥା ହୁଏତ ଆପଣ ଜାଣିନଥିବେ। ଏବେ ଠିକ୍ ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖିବା ପରେ ଆପଣ ନିଶ୍ଚିତ ଜାଣିପାରିବେ।

ଏହି ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ସେୟାର ହୋଇଥିବା ଏହି ଭିଡିଓ ଗୋଟେ ମାଙ୍କଡର ରହିଛି। ଇନଷ୍ଟାଗ୍ରାମରେ Monkeys.ma ନାମରେ ଏକ ପେଜ ରହିଛି। ଯେଉଁଥିରେ ମାଙ୍କଡର ଅନେକ ପ୍ରକାର ଭିଡିଓ ସେୟାର କରାଯାଉଛି। ଏହି ମାଙ୍କଡକୁ ଭଲ ଭାବେ ଟ୍ରିଟମେଣ୍ଟ କରାଯାଉଛି। ଭିଡିଓରେ ମାଙ୍କଡଟି ସ୍ପା ସେଣ୍ଟରରେ ବସିଥିବା ନଜର ମଧ୍ୟ ଆସିଛି।

 

View this post on Instagram

 

A post shared by monkeys.ma (@lovingmonkeys.ma)

ମାଙ୍କଡଟି ଆନନ୍ଦର ସହିତ ସ୍ପାର ମଜା ନେଉଛି। ଭିଡିଓରେ ଦେଖନ୍ତୁ, କିପରି ମାଙ୍କଡଟି ଭଲ ଭାବେ ଗାଧୋଇବା ପରେ ଟାୱଲ ମୁଣ୍ଡରେ ବାନ୍ଧି ସ୍ପା ନେଉଛି। ଏହି ଭିଡିଓଟି ସମସ୍ତଙ୍କୁ ବେଶ ପସନ୍ଦ ଆସୁଛି। ଏହାକୁ ଦେଖି ୟୁଜର୍ସ କମେଣ୍ଟ ମଧ୍ୟ ଦେଉଛନ୍ତି।

 

View this post on Instagram

 

A post shared by monkeys.ma (@lovingmonkeys.ma)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.