Below header

ଆଜି ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ହେବ କଡା ମୁକାବିଲା

ଆଇପିଏଲ୍ ୨୦୨୧ର ୩ୟ ମ୍ଯାଚରେ ପରସ୍ପର ସହିତ ମୁହାଁମୁହିଁ ହେବେ ଦୁଇ ପୂର୍ବ ଚାମ୍ପିଅନ। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିଅମର ହେବାକୁ ଥିବା ମ୍ଯାଚରେ ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଛି। ଡେଭିଡ ୱାର୍ଣ୍ଣର ଏବଂ ଇଆନ ମୋର୍ଗାନଙ୍କ ଅଧିନାୟକତ୍ବରେ ଖେଳିବ ଦୁଇ ଟିମ୍। ରବିବାର ନାଇଟ୍ ରାଇଡର୍ସ ଅଧିନାୟକ ମୋର୍ଗାନ ଓ ସନରାଇଜର୍ସ କୋଚ୍ ଟ୍ରେଭର ବେଲିସ୍ଙ୍କ ମଧ୍ୟରେ ରଣନୀତି ପ୍ରସ୍ତୁତିକୁ ନେଇ ଅସଲ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ ।

ସମ୍ଭାବ୍ଯ ହାଇଦ୍ରାବାଦ ଦଳ: ଡେଭିଡ ୱାର୍ଣ୍ଣର(ଅଧିନାୟକ), ଜନି ବେୟରଷ୍ଟୋ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ଜେସନ ହୋଲଡର, ଅବଦୁଲ ସମଦ, ଭୁବନେଶ୍ବର କୁମାର, ରାସିଦ ଖାଦ, ସନ୍ଦୀପ ଶର୍ମା, ଟି ନଟରାଜନ।

କୋଲକତା ନାଇଟ ରାଇଡର୍ସ : ଶୁଭମନ ଗିଲ, ନୀତୀଶ ରାଣା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ, ଇଆନ ମୋର୍ଗାନ(ଅଧିନାୟକ), ଶାକିବ ଅଲ ହସନ, ଆନ୍ଦ୍ରେ ରସେଲ, ପେଟ କେମିନ୍ସ, କମଲେଶ ନଗରକୋଟି, ପ୍ରସିଦ୍ଦ କ୍ରିଷ୍ଣା, ବରୁଣ ଚକ୍ରବର୍ତ୍ତୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.