ସୁଜି-ଡାଲି-ଚାଉଳ ଏବଂ ଅଟାରେ ପୋକ ଲାଗିଯାଉଛି କି, ତେବେ ଆପଣାନ୍ତୁ ଏହି ଉପାୟ

ଯେତେବେଳେ ବି ଘରକୁ ରାସନ ଅଣାଯାଏ ସେତେବେଳେ ଏହି କଥା ଭାବି ଚିନ୍ତା ହୁଏ ଯେ ଏହାକୁ ଅଧିକ ଦିନ କିପରି ଷ୍ଟୋର କରି ରଖାଯାଇହେବ। ଯେମିତି ଅଧିକ ଦିନ ଧରି ରଖିବା ଦ୍ୱାରା ପୋକ ନହେବ। ମଶ୍ଚର ହେବା କାରଣରୁ ରାସନରେ ପୋକ ଲାଗିବା ସ୍ୱାଭାବିକକଥା। ଏମିତିରେ ଜରୁରୀ ଯେ ଏହାକୁ ଠିକ ଭାବରେ ସମ୍ବାଳିକି ରଖିବା। ତେଣୁ ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ଉପାୟ ନେଇ ଆସିଛୁ ଯାହାଦ୍ୱାରା ଆଉ ରାସନରେ ପୋକ ଲାଗିବେନି। ତାହେଲେ ଆସନ୍ତୁ ଜାଣିବା ତାହା ବିଷୟରେ।

ଅଟା

ଋତୁ ଯାହା ବି ହୋଇଥାଉ ନା କାହିଁକି ଅଟାରେ ପୋକ ଏବଂ ଘୂଣ ଲାଗିବାର ଭୟ ରହିଥାଏ। ଏମିତିରେ ଏଥିରୁ ରାସନକୁ ବଞ୍ଚାଇବା ପାଇଁ ଅଟାରେ ଲିମ୍ବର କିଛି ତେଜ ପତ୍ର କିମ୍ବା ସୁଖିଲା ଲାଲ ଲଙ୍କା ରଖିଦିଅନ୍ତୁ। ଏହାଛଡା ଆପଣ ତେଜ ପତ୍ର ଏବଂ ବଡ ଅଳେଇଚ ବ୍ୟବହାର କରନ୍ତୁ। ଏପରି କରିବା ଦ୍ୱାରା ଅଟା ଲମ୍ବା ସମୟ ପର‌୍ୟ୍ୟନ୍ତ ଖରାପ ହେବନାହିଁ।

ଚିନି ଏବଂ ଲୁଣ

ନମନୀୟତା ଯୋଗୁଁ ଚିନି ଏବଂ ଲୁଣ ଚିପଚିପା ହେବା ସହିତ ମିଳାଇଯାଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ କାଚ ଡବାରେ ରଖନ୍ତୁ। ଏହାସହିତ ଖାସ୍ ଧ୍ୟାନ ରଖନ୍ତୁ ଯେ ସବୁବେଳେ ଚାମଚର ବ୍ୟବହାର କରନ୍ତୁ।

ଚାଉଳ

ଋତୁ ପରିବର୍ତ୍ତନ ଯୋଗୁଁ ଚାଉଳରେ ଘୂଣ ଲାଗିଥାଏ। ଏମିତି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଏଥିରେ ପୋଦିନା ପତ୍ର ପକାଇ ପାରିବେ। ଏଥିପାଇଁ ଆପଣଙ୍କୁ ପ୍ରାୟ ୧୦ କିଲୋ ଚାଉଳରେ ୫୦ ଗ୍ରାମ ପୋଦିନା ପତ୍ର ମିଶାନ୍ତୁ।

ମଇଦା ଏବଂ ବେସନ

ମଇଦା ଏବଂ ବେସନକୁ ପୋକରୁ ରକ୍ଷା ପାଇବା ପାଇଁ ଏହି ଡବାରେ ୧-୨ ବଡ ଅଳେଇଚ ରଖନ୍ତୁ। ଏପରି କଲେ ଜିନିଷ ଅଧିକ ଦିନ ଧରି ରହିବ।

ଡାଲି

ଡାଲିରେ ପୋକ ଜଲଦି ଲାଗିଥାଏ। ଏମିତିରେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ ଡାଲିରେ ନିମ ପତ୍ର କିମ୍ବା ସୁଖିଲା ହଳଦୀ ପକାଇ ଦିଅନ୍ତୁ। ଏହାଦ୍ୱାରା ଡାଲିରେ ପୋକ ଲାଗିନଥାଏ।

ସୁଜି

ସୁଜିକୁ ପୋକ ଦାଉରୁ ରକ୍ଷା କରିବାକୁ ଚାହୁଁଥିଲେ ପ୍ରଥମେ ଏହାକୁ ସାମାନ୍ୟ ଭାଜି ଦିଅନ୍ତୁ। ତାପରେ ଯାଇ ଏହାକୁ ଡବାରେ ରଖନ୍ତୁ। ଏପରି କଲେ ସୁଜି ଅଧିକ ଦିନ ଧରି ରହିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.