Below header

‘ବନ୍ଦର କ୍ୟା ଜାନେ ଅଦରକ କା ସ୍ୱାଦ’, ଅଦାକୁ ଖାଇ ମାଙ୍କଡ କେମିତି ରିଆକସନ୍‌ ଦେଲା ଭିଡିଓରେ ଦେଖନ୍ତୁ

ହିନ୍ଦୀରେ ଗୋଟେ ଲୋକ କଥା ରହିଛି ‘ବନ୍ଦର କ୍ୟା ଜାନେ ଅଦରକ କା ସ୍ୱାଦ’। ଏହାର ଓଡିଆ ଅର୍ଥ ହେଉଛି ଅଜ୍ଞାନୀ ବ୍ୟକ୍ତି ଗୁଣବାନ ବସ୍ତୁର ଯତ୍ନ କରିବା ଜାଣିନି। କୁହାଯାଏ ଯେ ଯେତେବେଳେ ବି କୌଣସି ଅଜ୍ଞାନୀ ବ୍ୟକ୍ତିଙ୍କୁ ଗୁଣବାନ ବସ୍ତୁ ଦିଆଯାଏ, ତାହେଲେ ସେ ସେହି ବସ୍ତୁର ଗୁଣ ଚିହ୍ନି ପାରେନି ଫୋପାଡି ଦିଏ।

ଠିକ ଏମିତି ହିଁ ଘଟଣା ସେତେବେଳେ ଦେଖିବାକୁ ମିଳିଲା ଯେତେବେଳେ ମାଙ୍କଡକୁ ଅଦା ଦିଆଗଲା। ମାଙ୍କଡ ଅଦାର ଗୁଣବତ୍ତାକୁ ଚିହ୍ନି ପାରିଲାନାହିଁ। ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ମାଙ୍କଡକୁ ଅଦା ଦେଲେ। ମାଙ୍କଡଟି ହାତରୁ ତୁରନ୍ତ ଛଡାଇ ନେଇ ଅଦାକୁ ଚାଖିଲା ଆଉ ଫୋପାଡି ଦେଲା। ଏହି ସମୟରେ ମାଙ୍କଡର ମୁହଁ ଅଜବ ହୋଇଯାଉଛି। ମାଙ୍କଡର ରିଆକସନ୍‌ ଦେଖିଲେ ଆପଣ ହସି ହସି ଗଡିଯିବେ।

ଏହାକୁ ଆଇଏଫଏସ ସୁଶାନ୍ତ ନନ୍ଦ ଏହି ଭିଡିଓକୁ ସେୟାର କରିକ୍ୟାପସନ୍‌ ଲେଖିଛନ୍ତି। ସେ ଲେଖିଛନ୍ତି, ‘ବନ୍ଦର କ୍ୟା ଜାନେ ଅଦରକ କା ସ୍ୱାଦ’। ତେବେ ଏହି ଭିଡିଓକୁ ଅଧିକ ରୁ ଅଧିକ ସେୟାର କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.