ସନଥ ଜୟସୁରିୟା ଲିକ କରାଇ ଦେଇଥିଲେ ନିଜ ପତ୍ନୀଙ୍କର ହିଁ ସେକ୍ସ ଭିଡିଓ, ଏହି କଥା ଉପରେ ନେଇଥିଲେ ପ୍ରତିଶୋଧ

ଶ୍ରୀଲଙ୍କା ଟିମର ପୂର୍ବତନ କ୍ୟାପଟେନ ସନଥ ଜୟସୁରିୟାଙ୍କ କ୍ରିକେଟ କ୍ୟାରିୟର ଯେତିକି ବଢ଼ିଆ ରହିଥିଲା, ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ବିବାଦରେ ରହିଥିଲା। ବର୍ଷ ୨୦୧୭ରେ ଖବର ଆସିଥିଲା କି, ସନଥ ଜୟସୁରିୟା ନିଜ ତୃତୀୟ ସ୍ତ୍ରୀ ମଲିକା ସିରିସେନାଙ୍କ ଆପତ୍ତିଜନକ ସେକ୍ସ ଟେପ ଲିକ କରାଇ ଦେଇଥିଲେ। ରିପୋର୍ଟ ମୁତାବକ, ସେ ପ୍ରତିଶୋଧ ନେବା ପାଇଁ ଏମିତି କରିଥିଲେ।

ସନଥ ଜୟସୁରିୟା ତିନି ତିନି ଥର ବିବାହ କରିଥିଲେ ଏବଂ ତିନିଟି ଯାକ ବିବାହ ଅସଫଳ ରହିଥିଲା। ତାଙ୍କ ପ୍ରଥମ ବିବାହ ୧୯୯୮ରେ ଏୟାର ଶ୍ରୀଲଙ୍କାର ଗ୍ରାଉଣ୍ଡ ହୋଷ୍ଟେସ ସୁମୁଦୁ କରୁଣାନାୟକଙ୍କ ସହ ହୋଇଥିଲା। ଏହି ବିବାହ ୧ ବର୍ଷ ଭିତରେ ହିଁ ଭାଙ୍ଗି ଯାଇଥିଲା। ଏହାପରେ ୨୦୦୦ରେ ସେ ଏୟାର ହୋଷ୍ଟେସ ସନ୍ଦ୍ରା ଡିସିଲଭାଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ସନ୍ଦ୍ରାଙ୍କଠାରୁ ତାଙ୍କର ୩ ଛୁଆ ଅଛନ୍ତି।

sanath2
photo credit: Zee News

ଏହାପରେ ୨୦୧୨ରେ ସନଥ ଜୟସୁରିୟାଙ୍କର ମଲିକାଙ୍କ ସହିତ ଆଫେୟାର ଆରମ୍ଭ ହୋଇଥିଲା। ମଲିକା ସିରିସେନାଙ୍କ ପାଇଁ ସେ ତାଙ୍କ ଦ୍ଵିତୀୟ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇ ଦେଇଥିଲେ। ରିପୋର୍ଟ ମୁତାବକ, ଜୟସୁରିୟା ଓ ମଲିକା ଏକ ମନ୍ଦିରରେ ଗୁପ୍ତ ଭାବେ ବିବାହ କରି ନେଇଥିଲେ।

ମଲିକା ସିରିସେନା ପେସାରେ ଜଣେ ଅଭିନେତ୍ରୀ ଥିଲେ। ସେମାନେ ୨୦୧୨ ଫେବୃୟାରୀରେ ବିବାହ କରିଥିଲେ। କିନ୍ତୁ ଏହାର ମାତ୍ର କିଛି ମାସ ପରେ ମଲିକା, ଜୟସୁରିୟାଙ୍କୁ ଛାଡ଼ି ଜଣେ ବିଜନେସମ୍ୟାନଙ୍କୁ ବିବାହ କରିନେଲେ। ଏହାପରେ ଖବର ଆସିଥିଲା କି, ଜୟସୁରିୟା ମଲିକାଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ତାଙ୍କ ଆପତ୍ତିଜନକ ଭିଡିଓ ଲିକ କରି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.