ରୁଦ୍ରାକ୍ଷ ପିନ୍ଧିବାକୁ ଚାହୁଁଛନ୍ତି କି ତାହେଲେ ନିଶ୍ଚୟ ଜାଣନ୍ତୁ କଣ କରିବେ, ନଚେତ ପଡିବ ଓଲଟା ଫଳ

ଯଦି ଆପଣ ରୁଦ୍ରାକ୍ଷ ଧାରଣ କରିବାକୁ ଚାହୁଁଛନ୍ତି ତାହେଲେ ଏହି ବିଧି ଅନୁଯାୟୀ ଧାରଣ କରନ୍ତୁ | ରୁଦ୍ରାକ୍ଷ ସୋମବାର ଦିନ ଧାରଣ କରିବା ଉଚିତ | ରୁଦ୍ରାକ୍ଷ ସୋମବାର ଦିନ କିଣିବା ଉଚିତ | ସୋମବାର ଛଡା ଅନ୍ୟ ଶୁଭ ଲଗ୍ନରେ ମଧ୍ୟ ରୁଦ୍ରାକ୍ଷ ଧାରଣ କରାଯାଇପାରିବ | ରୁଦ୍ରାକ୍ଷ କିଣିବା ପରେ କୌଣସି ଶିବ ମନ୍ଦିର ଯାଇ ରୁଦ୍ରାକ୍ଷକୁ କଞ୍ଚା କ୍ଷୀର, ପଞ୍ଚାମୃତ, ପଞ୍ଚଗବ୍ୟ କିମ୍ବା ଗଙ୍ଗାଜଳରେ ପବିତ୍ର କରିବେ | ଅଷ୍ଟଗନ୍ଧ, କେଶର, ଚନ୍ଦନ, ଧୂପ-ଦୀପ, ଫୁଲ ଆଦିରେ ଶିବଲିଙ୍ଗ ଏବଂ ରୁଦ୍ରାକ୍ଷକୁ ପୂଜା କରନ୍ତୁ | ଶିବଙ୍କ ମନ୍ତ୍ର ଓଁ ନମଃ ଶିବାୟ ୧୦୮ ଥର ଜପ କରିବେ | ଏହାପରେ ନାଲି ସୁତା, ସୁନା କିମ୍ବା ରୁପାରେ ରୁଦ୍ରାକ୍ଷ ଧାରଣ କରିପାରିବେ | ରୁଦ୍ରାକ୍ଷ ଧାରଣ କରିବା ପରେ ପ୍ରତିଦିନ ସକାଳୁ ଭଗବାନ ଶିବଙ୍କୁ ନିଶ୍ଚୟ ଆରାଧନା କରିବେ | ଶିବଲିଙ୍ଗରେ ତମ୍ବା ଢାଳରେ ଜଳ ଅର୍ପଣ କରିବେ ଓ ଧର୍ମ ଅନୁସାରେ କର୍ମ କରିବା ଉଚିତ |

ଭଗବାନ ଶିବଙ୍କ କୃପା ପାଇଁ ରୁଦ୍ରାକ୍ଷ ଧାରଣ କରିବା ପରମ୍ପରା ପୁରୁଣା କାଳରୁ ଚାଲି ଆସୁଛି | ଉଜ୍ଜେନ ଜ୍ୟୋତିଷ ଓ ଶିବମହାପୁରାଣ କଥାକାର ପଣ୍ଡିତ ମନୀଷ ଶର୍ମାଙ୍କ କହିବାନୁଯାୟୀ, ରୁଦ୍ରାକ୍ଷ ଶିବଙ୍କ ଲୁହରୁ ଉତ୍ପନ୍ନ ହୋଇଥିଲା | ପୁରାଣ ଅନୁଯାୟୀ, ଥରେ ଭଗବାନ ଶିବ ଧ୍ୟାନରେ ବସିଥିବା ସମୟରେ ତାଙ୍କୁ ଆଖିରୁ ଲୁହ ଝରିଥିଲା | ଶିବଙ୍କ ଆଖିରୁ ଝରିଥିବା ଏହି ଲୁହ ରୁଦ୍ରାକ୍ଷ ବୃକ୍ଷରେ ପରିଣତ ହୋଇଥିଲା | ରୁଦ୍ରାକ୍ଷ ଏକମୁଖୀରୁ ୨୧ ମୁଖି ଥାଏ |

rudraରୁଦ୍ରାକ୍ଷ ୩ ପ୍ରକାରର | କିଛି ରୁଦ୍ରାକ୍ଷର ଆକାର ଅଁଳା ଭଳି ଗୋଲ | ଏହି ରୁଦ୍ରାକ୍ଷ ସବୁଠାରୁ ଉତ୍ତମ ବୋଲି ବିଶ୍ୱାସ ରହିଛି | କିଛି ରୁଦ୍ରାକ୍ଷ ବରକୋଳି ଆକାରର ହୋଇଥାଏ | ଏହି ରୁଦ୍ରାକ୍ଷ ମଧ୍ୟମ ଫଳଦାୟୀ ବୋଲି ମାନ୍ୟତା ରହିଛି | ତୃତୀୟ ରୁଦ୍ରାକ୍ଷର ଆକାର ଚଣା ଭଳି, ଏହା ସବୁଠାରୁ କମ ଫଳଦାୟୀ |

ରୁଦ୍ରାକ୍ଷ ଧାରଣ କରୁଥିଲେ କିଛି କଥା ଉପରେ ଆପଣଙ୍କୁ ନିହାତି ଭାବେ ଧ୍ୟାନ ଦେବାକୁ ହେବ। ନଚେତ ଶୁଭରୁ ଅଶୁଭ ଫଳ ମିଳିଥାଏ। ତେଣୁ ଯେଉଁମାନେ ରୁଦ୍ରାକ୍ଷ ଧାରଣ କରନ୍ତି, ସେମାନଙ୍କୁ ଅଧର୍ମ କର୍ମରୁ ଦୁରେଇ ରହିବ ଆବଶ୍ୟକ | ରୁଦ୍ରାକ୍ଷ ଧାରଣ କରୁଥିବା ବ୍ୟକ୍ତି ସାକାହାରୀ ଭୋଜନ କରିବା ଉଚିତ | ମାଂସାହାରୀ ହେବା ଉଚିତନୁହେଁ | ଏମାନେ ସମସ୍ତଙ୍କୁ ସମ୍ମାନ କରିବା ଉଚିତ | ଭୁଲରେ ମଧ୍ୟ ମାତାପିତାଙ୍କୁ ଅନାଦର କିମ୍ବା ଅସମ୍ମାନ କରିବା ଅନୁଚିତ ,ସର୍ବଦା ମାତାପିତାଙ୍କ ସେବା କରିବା ଉଚିତ | କୌଣସି ପ୍ରକାର ନିଶା ଦ୍ରବ୍ୟ ସେବନ କରିବା ଅନୁଚିତ | ଯେଉଁମାନେ ଏହିସବୁ ନିୟମ ପାଳନ କରିପାରିବେ ନାହିଁ ସେମାନେ ରୁଦ୍ରାକ୍ଷ ଧାରଣ କରିବା ଅନୁଚିତ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.