Below header

ଆଗାମୀ ସପ୍ତାହେ କିମ୍ବା ୧୦ ଦିନ ଭିତରେ ଆହୁରି କମିବ ଦୈନିକ ସଂକ୍ରମଣ କେସ୍: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ଖସୁଛି । ଗତ ୨୪ ଘଣ୍ଟାରେ ୬୧୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ଆଗାମୀ ସପ୍ତାହେ କିମ୍ବା ୧୦ ଦିନ ଭିତରେ ଏହା ଆହୁରି କମିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅନ୍ୟପଟେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗୁନଥିବାରୁ ଚିନ୍ତା ବଢୁଛି ।

ଯେହେତୁ ୬୦ ପ୍ରତିଶତ ଲୋକ ଏବେ ବି ଆଇସିୟୁରେ ଅଛନ୍ତି, ତେଣୁ ମୃତ୍ୟୁସଂଖ୍ୟା ଅଧିକ ରହୁଛି । ଏବେ ଟିକାକରଣର ଦ୍ୱିତୀୟ ଡୋଜକୁ ଗୁରୁତ୍ୱ ଦିଆଯାଉଛି । ୧୮ରୁ ୪୪ ବର୍ଷର ଯେଉଁମାନେ ପ୍ରଥମ ଡୋଜ୍‌ ନେଇ ଦ୍ୱିତୀୟ ଡୋଜ୍‌ ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ଯେଉଁ ଅନୁସାରେ ଟିକା ରାଜ୍ୟକୁ ମିଳୁଛି, ସେହି ଅନୁସାରେ ପ୍ଲାନ କରାଯାଉଛି । ଏବେ ରାଜ୍ୟରେ ଟିକାକରଣକୁ ଅଧିକରୁ ଅଧିକ ଜିଲ୍ଲାକୁ ସଂପ୍ରସାରିତ କରାଯାଇଛି । ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକାକରଣ ପାଇଁ ଆଉ ୨୨ଟି ଜିଲ୍ଲାକୁ ସଂପ୍ରସାରିତ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.