Below header

ବୃଦ୍ଧ କରୁଥିଲେ ଡିଜେ ଡ୍ୟାନ୍ସ ପଛପଟୁ ବାଡି ଧରି ଆସିଲେ ବୃଦ୍ଧା, ତାପରେ ପରିସ୍ଥିତି କଣ ହେଲା ଆପଣ ନିଜେ ଦେଖନ୍ତୁ

c ତେବେ ଏହି ଫନି ଭିଡିଓ ଦେଖାଇବା ପୂର୍ବରୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପୂର୍ବ କ୍ରିକେଟର ବିରେନ୍ଦ୍ର ସେହଓ୍ଵାଗ୍‌ ଏହି ଜବରଦସ୍ତ ଭିଡିଓ ସେୟାର କରିଛନ୍ତି।

ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ବୃଦ୍ଧଙ୍କୁ ଡିଜେ ସଙ୍ଗର ତାଳେ ତାଳେ ଡ୍ୟାନ୍ସ କରୁଛନ୍ତି। ତେବେ ବୃଦ୍ଧଙ୍କୁ ଏମିତି ଡ୍ୟାନ୍ସ କରୁଥିବାର ଦେଖି ତାଙ୍କ ସ୍ତ୍ରୀ ରାଗରେ ପଞ୍ଚମ ହେଇ ଏକ ବାଡି ଧରି ପାଖକୁ ଆସିଗଲେ। ଯେମିତି ହିଁ ବୃଦ୍ଧଙ୍କ ନଜର ତାଙ୍କ ସ୍ତ୍ରୀ ଉପରେ ପଡିଲା ତୁରନ୍ତ ଦୌଡି ପଳାଇଗଲେ। ତେବେ ସୋସିଆଲ ମିଡିଆରେ ବୃଦ୍ଧ ଦମ୍ପତିଙ୍କର ଏହି ଭିଡିଓକୁ ଲୋକେ ବହୁତ ପ୍ରଶଂସା କରୁଛନ୍ତି ଆଉ ହସି ହସି ବେଦମ୍‌ ହୋଇଯାଉଛନ୍ତି ମଧ୍ୟ।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ବୃଦ୍ଧ ଜଣଙ୍କ ଡିଜେ ସଙ୍ଗର ତାଳେ ତାଳେ ଡ୍ୟାନ୍ସ କରୁଛନ୍ତି। ଧଳା କୁର୍ତ୍ତା ଏବଂ ଲୁଙ୍ଗିରେ ହାତ ଉଠାଇ ଡ୍ୟାନ୍ସ କରୁଛନ୍ତି। ଏତିକିବେଳେ ଯେମିତି ହିଁ ସ୍ତ୍ରୀଙ୍କୁ ହାତରେ ବାଡି ଧରି ଆସିବାର ଦେଖିଛନ୍ତି ସେ ଲୁଙ୍ଗି ଟେକି ଦୌଡିଛନ୍ତି। ସ୍ତ୍ରୀ ବି ପଛେ ପଛେ ଦୌଡୁଛନ୍ତି। ବିରେନ୍ଦ୍ର ସେହଓ୍ଵାଗଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓ ଇଷ୍ଟୋଗ୍ରାମରେ ଖୁବ୍‌ ଭାଇରାଲ ହେଉଛି।

ତେବେ ସବୁଠୁ ମଜାଦାର କଥା ହେଉଛି ବିରେନ୍ଦ୍ର ସେହଓ୍ଵାଗ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ବୟସ ଅସ୍ଥାୟୀ ଅଟେ, କିନ୍ତୁ ବିବିର ଲାଠି ସ୍ଥାୟୀ ଅଟେ।

 

View this post on Instagram

 

A post shared by Virender Sehwag (@virendersehwag)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.