Below header

ଇଏ କି ପ୍ରକାର ବିରୋଧ, ପେଟ୍ରୋଲ ଦର ଶହେ ଟପିଲା ବୋଲି ମିଠା ବାଣ୍ଟିଲେ ବୃଦ୍ଧ

ପେଟ୍ରୋଲ, ଡିଜେଲ ଦର ଲଗାତାର ଭାବେ ବଢି ଚାଲିଛି । କିଛି କିଛି ରାଜ୍ୟରେ ତ ପେଟ୍ରୋଲ ଲିଟର ପିଛା ଶତକ ପାର କରିଗଲାଣି । ଏହାକୁ ନେଇ ଦେଶ ବ୍ୟାପି ବିଦ୍ରୋହର ସ୍ୱର ବି ଉଠୁଛି । ଖାଲି ସେତିକି ନୁହେଁ ସୋସିଆଲ ମିଡ଼ିଆରେ ମେମେ, ଜୋକ ମଧ୍ୟ ସେୟାର କରାଯାଉଛି । ଆଉ ଏସବୁ ଭିତରେ ଇଣ୍ଟରନେଟରେ ଭାଇରଲ ହେଉଥିବା ଏକ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାଟି ଘଟିଛି ବିହାରର ଦରଭଙ୍ଗା ଜିଲ୍ଲାରେ । ଯେଉଁଠି ଜଣେ ବୃଦ୍ଧ ବ୍ୟକ୍ତି ପେଟ୍ରୋଲ ଦର ୧୦୦ ଟପିବାରୁ ଖୁସିରେ ମିଠା ବାଂଟୁଥିବା ନଜର ଆସୁଛନ୍ତି । ସୋସିଆଲ ମିଡ଼ିଆ ୟୁଜର ମାନେ ଏହାକୁ ଶାନ୍ତିରେ କରାଯାଉଥିବା ବିରୋଧ ବୋଲି କହିଛନ୍ତି । ହଁ ସତରେ ଗୋଟେ ପଟେ ବିରୋଧ ଜୋର ଧରୁଥିବା ବେଳେ ଏଥିରେ ଖୁସି ହୋଇ ମିଠା ବାଣ୍ଟିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଭିଡିଓ ଟିକୁ ଟ୍ୱିଟର ୟୁଜର @RaGa- report ସେୟାର କରିଥିବା ଜଣାଯାଇଛି । ଯାହାକୁ ପୋଷ୍ଟ କରିବା ମାତ୍ରେ ୪୦ ହଜାରରୁ ଅଧିକ ଜଣ ଦେଖିଥିବା ବେଳେ ୨ ହଜାରରୁ ଅଧିକ ଲାଇକ୍ସ ମିଳିଛି । ଖାଲି ଟ୍ୱିଟର ନୁହେଁ ସୋସିଆଲ ମିଡ଼ିଆର ଅନ୍ୟାନ ପ୍ଲାଟ୍ଫର୍ମରେ ଏହି ଭିଡିଓଟିକୁ ସେୟାର କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.