Below header

ଟିମ ଇଣ୍ଡିଆର ହେଡ଼ କୋଚ ରବି ଶାସ୍ତ୍ରୀ ଦେଲେ କଡା ଜବାବ, କାହିଁକି ଓ କାହାକୁ ଜାଣନ୍ତୁ

ଟିମ ଇଣ୍ଡିଆର ହେଡ କୋଚ ରବି ଶାସ୍ତ୍ରୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ ଧରଣର ମେମେ ସେୟାର ହୋଇଥାଏ । ଏମିତିକି ତାଙ୍କ ବୟାନକୁ ଫଟୋ ସପ ମାଧ୍ୟ୍ୟମରେ ଏଡିଟ କରାଯାଇ ମେମେ ପ୍ରସ୍ତୁତ କରାଯାଇ ଥାଏ । କେବେ କେବେ ତ ତାଙ୍କ ହାତରେ ମଦ ବୋତଲ ଧରାଇ ଏକ ମେମେ କରିଦିଅନ୍ତି ଏଡିଟର । ଆଉ ଭାଇରାଲ କରି ମଜା ନେବା ପାଇଁ ଟ୍ୱିଟର ପରି ସୋସିଆଲ ମିଡିଆରେ ସେୟାର କରିଦିଅନ୍ତି । ଏଥର ଟ୍ୱିଟର ୟୁଜର ଶୋଭା ଦେ ଶାସ୍ତ୍ରୀଙ୍କୁ ନେଇ ଏକ ଟ୍ୱିଟ ସେୟାର କରିବା କ୍ଷଣି ରବି ଶାସ୍ତ୍ରୀ ବି ଏହାର କଡା ଜବାବ ଦେଇଥିଲେ । ଆଉ ଏହାକୁ ପଢି ଅଧିକାଂଶ ଫ୍ୟାନ୍ସ ମାନେ ଲେଖିଥିଲେକି- ଆପଣ ଭଲ ଖେଳିଲେ କୋଚ ସାହେବ !

ଶୁକ୍ରବାର ଶୋଭା ଦେ ଏହି ମେମେ ଟିକୁ ସେୟାର କରିଥିଲେ । ଆଉ କ୍ୟାପ୍ସନରେ ଲେଖିଥିଲେ- ସ୍ମାର୍ଟ ! ପ୍ରକୃତରେ ରବିଙ୍କ ଏକ ହସ ହସ ମୁହଁର ଫଟୋରେ ଏହି କ୍ୟାପ୍ସନ ଲେଖାଯାଇ ଟ୍ୱିଟ କରାଯାଇଥିଲା । ଆଉ ଫଟୋ ଭିତରେ ଲେଖାଯାଇଥିଲା -ଆପଣ ଭାବୁଥିଲେକି ଏକ ଡ୍ରାଏ ଷ୍ଟେଟରେ ମୁଁ ୫ ଦିନ ରହିବି ? ଆଉ ଏହି ଟ୍ୱିଟ ଟିକୁ ରିଟ୍ୱିଟ କରି ରବି ଶାସ୍ତ୍ରୀ ଲେଖିଥିଲେକି, “ମୋତେ ଏହି ଜୋକ ଖୁବ ପସନ୍ଦ ଆସିଲା । ଏମିତି ଏକ କଠିନ ମୁହୂର୍ତ୍ତରେ ମୋ ମୁହଁରେ ହସ ଫୁଟେଇଥିବାରୁ ଧନ୍ୟବାଦ ।” ଏହାକୁ ଟ୍ୱିଟ କରିବା କ୍ଷଣି ୫ ହଜାରରୁ ଅଧିକ ଥର ଲାଇକ କରାଯିବା ସହ ହଜାର ସଂଖ୍ୟକ କମେଣ୍ଟ ବି ମିଳିସାରିଛି । କଡା ଜବାବ ଦେବା ପରେ ଏହି ମାମଲାଟି ଭାଇରାଲ ହୋଇଥିବା ଜଣାଯାଇଛି ।

କହିରଖିବା ଉଚିତ ହେବକି, ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାରି ମ୍ୟାଚ ବିଶିଷ୍ଟ ଏକ ଟେଷ୍ଟ ସିରିଜ ଖେଳାଯାଉଛି । ଯେଉଁଥିରେ ୨ -୧ ରେ ଆଗୁଆ ଅଛି ଟିମ ଇଣ୍ଡିଆ । ସିରିଜ ଶେଷ ଆଉ ଚତୁର୍ଥ ମ୍ୟାଚ ଆସନ୍ତା ମାର୍ଚ୍ଚ ୪ ତାରିଖରେ ଖେଳାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.