ପାକିସ୍ତାନ ପୋଲିସର କି ବୁଦ୍ଧି! ଛାତ ବାଡ଼ରେ ଚୋର ଲୁଚିଛି, କିନ୍ତୁ ପୋଲିସ କୋଉଠି ଖୋଜୁଛି ଦେଖନ୍ତୁ
ଦୁନିଆରେ ଯେତେ ପୁରୁଣା ପୋଲିସ ଅଛନ୍ତି, ସେତିକି ପୁରୁଣା ଚୋର ବି ଅଛନ୍ତି। ଚୋର-ପୋଲିସ ଏକ ଏଭଳି ମାମଲା, ଯାହା କେବେ ସରିବନି। କେତେବେଳେ ଚୋରକୁ ପୋଲିସ ଧରିପକାଏ ତ ଆଉ କେବେ ପୋଲିସକୁ ଚକ୍ମା ଦେଇ ଚୋର ପଳାଏ। ପାକିସ୍ତାନରେ ଏବେ ସେଭଳି ଏକ ସିଆଣିଆ ଚୋରର ଭିଡିଓ ଭାଇରାଲ ହେଉଛି। ଏକ ଛାତର ବାଡ଼ା ପଛପଟେ ଲୁଚି ପୋଲିସ ଚକ୍ମା ଦେଇଛି। ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ପାକିସ୍ତାନ ପୋଲିସର ବୁଦ୍ଧିକୁ ନେଇ ମଜାକ୍ ଉଡ଼ାଇଛନ୍ତି।
ଦେଖନ୍ତୁ ଭିଡିଓ:
what happened in Rawalpindi during basant today 🤣 pic.twitter.com/Otl9je748u
— Sir Saith Abdullah (@SaithAbdullah99) February 19, 2021
ଏହି ଭିଡିଓକୁ ସାର ସେଥ୍ ଅବଦ୍ଦୁଲା ନାମକ ଏକ ଆକାଉଣ୍ଟରୁ ଟ୍ଵିଟରରେ ସେୟାର କରାଯାଇଛି। ଏହି ଭିଡିଓ ସହ ସେ କ୍ୟାପସନ୍ରେ ଲେଖିଛନ୍ତି ‘ଦେଖନ୍ତୁ ଆଜି ବସନ୍ତ ବେଳେ ରାଓ୍ଵଲପିଣ୍ଡିରେ କ’ଣ ହେଲା’।
କୁହାଯାଉଛି ଯେ, ଏହି ଭିଡିଓ ପାକିସ୍ତାନର ସହର ରାଓ୍ଵଲପିଣ୍ଡିର। ଏଠାରେ ଦିନ ଦ୍ୱିପ୍ରହରରେ ହୋଇଥିବା ଏକ ଚୋରି ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସକୁ ଦେଖି ଚୋର ଡରିଯାଇ ଛାତ ବାଡ଼ା ପଛ ପଟେ ଲୁଚିଯାଇଥିଲା। ଆଖପାଖ ଲୋକମାନେ ଚୋର ଓ ପୋଲିସର ଭିଡିଓ କରୁଥିଲେ। ଏହି ସମୟରେ ଚୋର ଲୁଚିଥିବାର କିଛି ଲୋକ ଦେଖିଥିଲେ ଓ ତାହାର ଭିଡିଓ ତିଆରି କରିଥିଲେ। ମାତ୍ର ପୋଲିସ ଥରେ ବି ବୁଦ୍ଧି ଖର୍ଚ୍ଚ କରି ବାଡ଼ ପାଖକୁ ଆସି ଚେକ୍ କଲା ନାହିଁ, ନଚେତ୍ ଚୋରକୁ ଧରିପାରିଥାନ୍ତା।
ଏହାକୁ ଆପଣ ଚୋରର ଭାଗ୍ୟ କହିପାରନ୍ତି ବା ପୋଲିସ ମୁର୍ଖାମୀ। ଭିଡିଓ କରୁଥିବା ଲୋକମାନେ ମଧ୍ୟ ଚିଲ୍ଲାଇ ଚିଲ୍ଲାଇ କହୁଥାନ୍ତି ଏପଟେ ଚୋର ଅଛି। କିନ୍ତୁ ପୋଲିସ ସେଥିପ୍ରତି ଆଦୌ ଦୃଷ୍ଟି ଦେଇନଥିଲା।
ଭିଡିଓ ସେୟାର ହେବା ପରେ ଜଣେ ୟୁଜର କହିଛନ୍ତି, ଏହି ଭିଡିଓ ଉପରେ ‘ଧୁମ୍ ୪’ ଫିଲ୍ମ ହେବା ଦରକାର। ସେହିପରି ଆଉ ଜଣେ ଲେଖିଛନ୍ତି- ମିଷ୍ଟର ଇଣ୍ଡିଆ ସବୁ ଦେଖିପାରିବ, କିନ୍ତୁ ପୋଲିସ ନୁହେଁ।