Below header

ଆଧାର ସଂଯୋଗ ନଥିବାରୁ ଟଙ୍କା ଉଠାଇପାରିଲେନି ୮୬ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧା, ୩୦ କିମି ଦୂର ବ୍ୟାଙ୍କକୁ ଗୁରୁଣ୍ଡି ଗୁରୁଣ୍ଡି ଗଲେ

ଆଧାର ସଂଯୋଗ ନଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଇପାରିବେନି , ତେଣୁ ଆଧାର ସଂଯୋଗ ପାଇଁ ଦୀର୍ଘ ତିରିଶ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଗଲେ ୮୬ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧା..ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ରେ ..

ଆଧାର ସଂଯୋଗ ନଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଇପାରିବେନି , ତେଣୁ ଆଧାର ସଂଯୋଗ ପାଇଁ ଦୀର୍ଘ ତିରିଶ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଗଲେ ୮୬ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧା..ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ରେ .. ବୁଢ଼ୀ ମାଉସୀଙ୍କ ଚିକିତ୍ସା ପାଇଁ ପାଉଣା ଦେବାକୁ ପାଖରେ ଟଙ୍କା ନଥିଲା , ସେଥିପାଇଁ ସେ ଗ୍ରାହକ ସେବାକେନ୍ଦ୍ରକୁ ଗଲେ ଟଙ୍କା ଉଠାଇବା ପାଇଁ, କିନ୍ତୁ ଆଧାର ସଂଯୋଗ ନଥିବାରୁ ବଡ କଷ୍ଟ ରେ ସେ ୩୦ କିଲୋମିଟର ଦୂର ବ୍ୟାଙ୍କକୁ ଗୁରୁଣ୍ଡି ଗୁରୁଣ୍ଡି ବାହାରିଲେ.. କାରଣ ସେଠି ଯାଇ ଆଧାର ସଂଯୋଗ ପରେ ହିଁ ତାଙ୍କୁ ଟଙ୍କା ମିଳିପାରିବ .. ସୁନ୍ଦରଗଡ଼ କୁତ୍ରା ଅଞ୍ଚଳର ଏ ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଦେଇଛି …

ବୃଦ୍ଧା ଟେରସା ବାର୍ଲା , ପ୍ରଥମେ ତାଙ୍କ ମୁହଁରେ କଳା କଳା ହୋଇ କିଛି ବାହାରିଲା। ଦେହ ଧୀରେ ଧୀରେ ଅସୁସ୍ଥ ହେବାରୁ ଗାଁ ପାଖ ବୈଦ୍ୟଙ୍କୁ ଦେଖାଇଲେ, ବୈଦ୍ୟ ଚିକିତ୍ସା ବି ଆରମ୍ଭ କଲେ। କିଛିଦିନ ପରେ ବୈଦ୍ୟ ପାଉଣା ମାଗିଲେ।ହେଲେ ପାଉଣା ଦେବାକୁ ପାଖରେ ଟଙ୍କା ନଥିଲା , ଯାହା ଥିଲା ତାହେଲେ ସଂଚୟ କରି ବୁଢ଼ୀ ମାଉସୀ ଜଣଙ୍କ ବ୍ୟାଙ୍କ ଖାତାରେ ରଖିଥିଲେ । ତେଣୁ ସେ ଗାଁ ପାଖ ଗ୍ରାହକ ସେବାକେନ୍ଦ୍ରକୁ ଗଲେ ଟଙ୍କା ଉଠାଇବା ପାଇଁ କିନ୍ତୁ ସେଠାରେ ଜଣାପଡ଼ିଲା, ଖାତାରେ ଆଧାର ସଂଯୋଗ ହୋଇ ନଥିବାରୁ ଟଙ୍କା ଉଠାଇହେବନି। ତେଣୁ ଆଧାର ସଂଯୋଗ କରିଦେବାକୁ ଅନୁରୋଧ କରିଥିଲେ। ମାତ୍ର ଉତ୍ତର ମିଳିଲା ଏଠାରେ ଆଧାର ସଂଯୋଗ ହୋଇପାରିବ ନାହିଁ। ସେଥିପାଇଁ ତାଙ୍କୁ କୁତ୍ରା ଷ୍ଟେଟ୍ ବ୍ୟାଙ୍କ ଯିବାକୁ ପଡ଼ିବ ..ତେଣୁ ଗତ କାଲି ବୁଧବାର ସକାଳେ ଘରୁ ୩୦ କିମି ଦୂର ଥିବା ବ୍ୟାଙ୍କକୁ ଗଲେ.. ଗୁରୁଣ୍ଡିଗୁରୁଣ୍ଡି ବାହାରିପଡ଼ିଲେ ୬୮ ବର୍ଷୀୟା ଦିବ୍ୟାଙ୍ଗ ବୃଦ୍ଧା ଟେରସା ବାର୍ଲା ।

ମଧ୍ୟାହ୍ନରେ କୁତ୍ରା ସାପ୍ତାହିକ ହାଟର ଭିଡ଼ ଭିତରେ ବୃଦ୍ଧାଜଣକ ଗୁରୁଣ୍ଡିଗୁରୁଣ୍ଡି ଷ୍ଟେଟ୍ ବ୍ୟାଙ୍କ ଶାଖା ଅଭିମୁଖେ ଯାଉଥିବାବେଳେ ପ୍ରତିନିଧିଙ୍କ ନଜରକୁ ଆସିଥିଲେ ସବୁ ବୁଝିବା ପରେ ତାଙ୍କୁ ନିକଟସ୍ଥ ଗ୍ରାହକ ସେବାକେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଯାଞ୍ଚ କରିବାରୁ ବୃଦ୍ଧାଙ୍କ ଖାତାରେ ଆଧାର ସଂଯୋଗ ହୋଇଥିବା ଜଣାପଡ଼ିଲା । ତେଣୁ ସେ ୧୦୦୦ ଟଙ୍କା ଉଠାଇ ଘରକୁ ଫେରିଥିଲେ। ବଡ଼ମାଳ ବଜାରପଡ଼ାର ଆଦିବାସୀ ମହିଳା ଟେରସା ଜନ୍ମରୁ ଦିବ୍ୟାଙ୍ଗ। ନିଜର ଦୁଇଗୋଡ଼ ସକ୍ଷମ ନଥିବାରୁ ସବୁକାମ ଗୁରୁଣ୍ଡିଗୁରୁଣ୍ଡି କରନ୍ତି। ଜନ୍ମରୁ ବାପାମାଆ ତାଙ୍କ ଦାୟିତ୍ଵ ବୁଝୁଥିବାବେଳେ ସେମାନଙ୍କ ମୃତ୍ୟୁପରେ ଟେରସା ଏବେ ସମ୍ପୂର୍ଣ୍ଣ ଏକା। ୫ କିଲୋ ସରକାରୀ ଚାଉଳ ଓ ଭତ୍ତା ଟଙ୍କା ତାଙ୍କର ଭରସା। ବଡ଼ମାଳ ଗ୍ରାହକ ସେବା କେନ୍ଦ୍ରରେ ଟଙ୍କା ଉଠାଇବାରେ ବିଫଳ ହୋଇ ବାହାରିଥିଲେ ୩୦ କିମି ଦୂର ଥିବା ବ୍ୟାଙ୍କକୁ ଯିବାକୁ ..

କୁତ୍ରା ବାହାରିଥିଲେ ଟେରସା। ଘରୁ ନିକଟସ୍ଥ ଅଟୋଷ୍ଟାଣ୍ଡ ପ୍ରାୟ ଅଧକିମି ଦୂର ଗୁରୁଣ୍ଡିଗୁରୁଣ୍ଡି ଆସିଥିଲେ। ସେଠାରୁ ୩୦ କିମି ଦୂର କୁତ୍ରାରେ ପହଞ୍ଚିବା ପରେ ଅଟୋଷ୍ଟାଣ୍ଡରୁ ବ୍ୟାଙ୍କ ପ୍ରାୟ ଅଧକିମି ଦୂର ପୁଣି ଗୁରୁଣ୍ଡିଗୁରୁଣ୍ଡି ଯାଇଥିଲେ। ସବୁକାମ ପାଇଁ ତାଙ୍କୁ ଗୁରୁଣ୍ଡିଗୁରୁଣ୍ଡି ଯିବାକୁ ପଡ଼ୁଥିବା ଟେରେସା ଦୁଃଖର ସହ କହିଛନ୍ତି । ସରକାର ଦିବ୍ୟାଙ୍ଗଙ୍କ ପାଇଁ କେତେକେତେ ଯୋଜନା କରୁଛନ୍ତି । ମାତ୍ର ଜୀବନର ସାୟାହ୍ନରେ ପହଞ୍ଚି ସାରିଥିବା ଟେରସାଙ୍କ ପାଇଁ ସେଗୁଡ଼ିକ ଅପହଞ୍ଚ । ଅନ୍ତତଃ ତାଙ୍କୁ ତିନିଚକିଆ ସାଇକଲ୍ ଯୋଗାଇ ଦିଆଗଲେ ସ୍ଥାନୀୟ ଅଞ୍ଚଳରେ ଯିବାଆସିବା କରିବା ସୁବିଧା ହୋଇପାରନ୍ତା ବୋଲି ସେ କହିଛନ୍ତି। ତାଙ୍କୁ ତୁରନ୍ତ ତିନିଚକିଆ ସାଇକଲ ଓ ଚାଉଳ ଯୋଗାଇଦେବାକୁ ସେ ଅନୁରୋଧ କରିଛନ୍ତି। ଯଦି ପ୍ରଶାସନ ଏନେଇ ଦୃଷ୍ଟି ପକାଇ ଜରୁରୀ ସହାୟତା ସହ କିଛି ସୁବିଧା ଯୋଗନ୍ତେ ତେବେ ନିହାତି ଭବେ ବୁଢ଼ୀ ମାଉସୀଙ୍କୁ ଅନେକ ସାହାଯ୍ୟ ମିଳନ୍ତା..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.