ବିରାଟ ଶତକ ମାରିବା ପରେ ମାଗଣାରେ ବିରିୟାନୀ ବାଣ୍ଟିଲେ ଦୋକାନୀ, ଅସମ୍ଭାଳ ଭିଡ଼ରେ ପଥଚାରୀ ହନ୍ତସନ୍ତ

ଓ୍ଵାଙ୍ଖଡେରେ ଖେଳାଯାଉଥିବା ସେମି ଫାଇନାଲ ମ୍ୟାଚରେ ବିରାଟ କୋହଲି ଶତକ ମାରିବା ପରେ ମାଗଣା ବିରିୟାନୀ ବାଣ୍ଟିଥିଲେ ଦୋକାନୀ । ଦୋକାନୀ ଜଣକ ବିରାଟ ଭଲ ରନ୍‌ ସ୍କୋର କରିଥିବା ବେଳେ ବିରିୟାନୀରେ ଡିସକାଉଣ୍ଟ ଏବଂ ପରେ ଶତକ ମାରିବା ପରେ ଫ୍ରିରେ ବିରିୟାନୀ ବାଣ୍ଟିଥିଲେ । ଫଳରେ ରାସ୍ତାରେ ପ୍ରବଳ ଜାମ୍‌ ସାଙ୍ଗକୁ ଭିଡ ହୋଇଥିଲା ।

ଭାରତୀୟ କ୍ରିକେଟ ଟିମ୍‌ ଦିନିକିଆ ବିଶ୍ୱକପ ୨୦୨୩ ଫାଇନାଲରେ ପହଞ୍ଚିଛି । ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛି । ଓ୍ଵାଙ୍ଖଡେରେ ଖେଳାଯାଉଥିବା ମ୍ୟାଚରେ ଭାରତ-ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇଛି । ବିରାଟ କୋହଲି ଏହି ମ୍ୟାଚରେ ୫୦ ତମ ଶତକ ମାରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଆଉ ବିରାଟ ଶତକ ମାରିବା ପରେ ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ ମାଗଣାରେ ବରିୟାନୀ ବଣ୍ଟାଯାଇଥିଲା ।

ଜଣେ ଦୋକାନୀ ବିରାଟ କୋହଲି ଶତକ ମାରିବା ପରେ ମାଗଣାରେ ବିରିୟାନୀ ବାଣ୍ଟିଛନ୍ତି । ମାଗଣାରେ ବିରିୟାନୀ ଖାଇବା ପାଇଁ ବହୁତ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ । ଏଥିପାଇଁ ପ୍ରବଳ ଟ୍ରାଫିକ ଜାମ୍‌ ମଧ୍ୟ ହୋଇଥିଲା ।

କୋତଓ୍ଵାଲୀ ନଗର ତିକୋନୀବାଗ ଥାନା ଅଞ୍ଚଳରେ ଜଣେ ବିରିୟାନୀ ଦୋକାନୀ ସେମି ଫାଇନାଲ ମ୍ୟାଚରେ ବିରାଟ କୋହଲି ଶତକ ମାରିବା ପରେ ମାଗଣା ବିରିୟାନୀ ବାଣ୍ଟିଥିଲେ । ଦୋକାନୀ ଜଣକ ବିରାଟ ଭଲ ରନ୍‌ ସ୍କୋର କରିଥିବା ବେଳେ ବିରିୟାନୀରେ ଡିସକାଉଣ୍ଟ ଏବଂ ପରେ ଶତକ ମାରିବା ପରେ ଫ୍ରିରେ ବିରିୟାନୀ ବାଣ୍ଟିଥିଲେ । ଦୋକାନୀ ଜଣକ ସୋସିଆଲ ମିଡିଆରେ ଏହା ଘୋଷଣା କରିଥିଲେ । ଆଉ ବିରାଟ ଶତକ ମାରିବା ପରେ ମାଗଣାରେ ବିରିୟାନୀ ଖାଇବା ପାଇଁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

ଫଳରେ ରାସ୍ତାରେ ପ୍ରବଳ ଜାମ୍‌ ସାଙ୍ଗକୁ ଭିଡ ହୋଇଥିଲା । କିଛି ସମୟରେ ମୁଖ୍ୟରାସ୍ତା ଠାରୁ ଆରମ୍ଭ କରି ବସ୍‌ ଷ୍ଟାଣ୍ଡ ଭିଡ ହୋଇଯାଇଥିଲା । ରାସ୍ତାରେ ଯାଉଥିବା ଲୋକଙ୍କୁ ଅନେକ ସମସ୍ୟା ହୋଇଥିଲା । ଘଣ୍ଟା ଘଣ୍ଟା ଯାଏଁ ରାସ୍ତା ଜାମ୍‌ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.