Below header

କଲେଜରେ ଥିଲେ ବ୍ୟାକବେଞ୍ଚର୍ : ଆଜି ହେଉଛନ୍ତି ଦେଶର ସବୁଠାରୁ ଯୁବ କୋଟିପତି

ପୁଣି ଥରେ ଚର୍ଚ୍ଚାରେ ମୋବାଇଲ୍ ପେ ଟିଏମ୍ ଫାଉଣ୍ଡର ବିଜୟ ଶେଖର୍ ଶର୍ମା । କୋଟିପତି ନିବେଶକ ୱାରେନ୍ ବଫେଙ୍କ Berkshire Hathaway ପେଟିଏମରେ ୨୫୦୦ କୋଟି ଟଙ୍କା ନିବେଶ କରିଛି । ତେବେ ୱାରେନଙ୍କ ଏହି ନିବେଶ ଏଥିପାଇଁ ଖାସ୍ କାରଣ ସେ ଅଧିକାଂଶ ଇଣ୍ଟରନେଟ୍ ଫର୍ମରେ ବିନିଯୋଗ କରିବାକୁ କୁଣ୍ଠାବୋଧ କରିଥାନ୍ତି । ଆଉ ସବୁଠାରୁ ବଡ଼ କଥା ହେଉଛି ୱରେନ୍ ପ୍ରଥମ ଥର କୌଣସି ଭାରତୀୟ ଷ୍ଟାର୍ଟଅପରେ ବିନିଯୋଗ କରିଛନ୍ତି । ଏହି ବିନିଯୋଗ ଫଳରେ ପେଟିଏମର ଫାଉଣ୍ଡର ଆଉ ଏକ ସିଡି ଉପରକୁ ଉଠିଛନ୍ତି । ତେବେ ବିଜୟ ଶେଖରଙ୍କ ସଫଳତାର କାହାଣୀ କିଛି କମ୍ ରୋଚକ ନୁହେଁ । ଏକ ଛୋଟ ସହରରୁ ଆସିଥିବା ବିଜୟ ଶେଖର ୪୦ ବର୍ଷରୁ କମ୍ ବୟସ ମଧ୍ୟରେ ଜଣେ ମାତ୍ର କୋଟିପତି ଭାରତୀୟ । ଆସନ୍ତୁ ଜାଣିବା ବିଜୟଙ୍କ ସଂଘର୍ଷରୁ ସଫଳତାର ଶୀର୍ଷରେ ପହଂଚିଥିବା ଶେଖରଙ୍କ କାହାଣୀ ।

ୟୁପିର ଆଲିଗଡର ଏକ ଛୋଟ ସହରରେ ବଢିଛନ୍ତି ବିଜୟ । ତାଙ୍କ ମା ଜଣେ ହାଉସୱାଇଫ୍ ଏବଂ ବାପା ଜଣେ ସ୍କୁଲ୍ ଶିକ୍ଷକ । ବିଜୟ ହିନ୍ଦି ମିଡିୟମ୍ ସ୍କୁଲରେ ପାଠ ପଢୁଥିଲେ । ମାତ୍ର ୧୪ବର୍ଷ ବୟସରେ ବିଜୟ ଦ୍ବାଦଶ ପରୀକ୍ଷା ପାସ୍ କରିଥିଲେ । ଯେଉଁଥିପାଇଁ ଇଞ୍ଜିନିୟରିଂରେ ଆଡମିଶନ୍ ପାଇଁ ଅପେକ୍ଷା କରିବାକୁ ପଡିଥିଲା । ଯେହେତୁ ହିନ୍ଦି ମିଡିୟମରେ ପାଠ ପଢୁଥିଲେ ତେଣୁ ଇଂରାଜୀରେ ଏଣ୍ଟ୍ରାନ୍ସ ଦେବା ବିଜୟଙ୍କ ପାଇଁ ଏକ କଠିନ କାମ ଥିଲା । କିନ୍ତୁ ୧୯୯୪ରେ ପାସ୍ କରି ଦେଖାଇଲେ ବିଜୟ ।

bijayବିଜୟଙ୍କ ଆଡମିଶନ୍ ଦିଲ୍ଲୀ କଲେଜ୍ ଅଫ୍ ଇଞ୍ଜିନିୟରିଂରେ ତ ହୋଇଗଲା କିନ୍ତୁ ତାଙ୍କର ସବୁଠାରୁ ବଡ ସମସ୍ୟା ଥିଲା ଦୁର୍ବଳ ଇଂରାଜୀ । ଏକ ସାକ୍ଷାତକାରରେ ସେ କହିଥିଲେ କଲେଜରେ ତାଙ୍କର ଅନୁଭବ ତାରେ ଜମିନ୍ ପର୍ ସିନେମାର ସେହି ଛୋଟ ପିଲା ପରି ଥିଲା ଯାହାକୁ ଅକ୍ଷର ବୁଝା ପଡୁନଥିଲା ଆଉ ଶବ୍ଦ ସବୁ ପବନରେ ଉଡୁଥିବା ପରି ଜଣା ପଡୁଥିଲା । ତେଣୁ ସହପାଠୀମାନଙ୍କ ସାମ୍ନାରେ ତାଙ୍କୁ ଲଜ୍ଜିତ ହେବାକୁ ପଡୁଥିଲା । ଏବଂ ସେ ବ୍ୟାକବେଂଚର୍ସ ମାନଙ୍କ ମଧ୍ୟରେ ସାମିଲ୍ ହୋଇଯାଇଥିଲେ । କାରଣ ଆଡମିଶନ ପରେ କଲେଜରେ ପ୍ରଥମ ବେଂଚରେ ବସୁଥିଲେ ବିଜୟ । କିନ୍ତୁ ଇଂରାଜୀ ବୁଝି ନପାରୁଥିବାରୁ ଶେଷ ବେଂଚରେ ବସିବାକୁ ଲାଗିଲେ ।

ଏହା ସହ ପଢନ୍ତୁ ଜାଣନ୍ତୁ କାହିଁକି , ଭିଡ଼ିଓ କଲିଂରେ ମା’ଙ୍କ ଅନ୍ତିମ ସଂସ୍କାର କରିବା ସହ କୋରିୟରରେ ଅସ୍ଥି ମଗାଇଲେ ଝିଅ

କିନ୍ତୁ ହାର ମାନିନଥିଲେ ବିଜୟ । ଇଂରାଜୀ ଶିଖିବା ପାଇଁ ସେ ଦୁଇଟି ବହି ଏକାସାଥିରେ ପଢିବାକୁ ଲାଗିଲେ । ଗୋଟିଏ ହିନ୍ଦିରେ ଏବଂ ଅନ୍ୟଟି ଇଂରାଜୀରେ । ଏଣ୍ଟରଟେନମେଂଟ୍ ମାଗାଜିନ୍ ସହ ବିଜନେସ୍ ମାଗାଜିନ୍ ମଧ୍ୟ ପଢିବାକୁ ଲାଗିଲେ । କିନ୍ତୁ ଏବେ ତାଙ୍କ ସାମ୍ନାରେ ଆଉ ଏକ ଚ୍ୟାଲେଂଜ୍ ଥିଲା – ଆର୍ଥିକ ସ୍ଥିତି । ଆଇଆଇଏମର ଫିସ୍ ସେ ସମୟରେ ଥିଲା ପ୍ରାୟ ୨ – ୩ ଲକ୍ଷ । କିନ୍ତୁ ତାଙ୍କ ପାଖରେ ଏତିକି ଟଙ୍କା ନଥିଲା । ସେହି ସମୟରେ ସେ ନିଜକୁ କଥା ଦେଇଥିଲେ ଦିନେ ସେ ଆଇଆଇଏମ୍ ଗ୍ରାଜୁଏଟ୍ସଙ୍କୁ ନିଜ କମ୍ପାନୀରେ ଚାକିରି ଦେବେ ।

paytmଏକ ସାକ୍ଷାତକାରରେ ନିଜ ଆର୍ଥିକ ସ୍ଥିତି ନେଇ ବିଜୟ କହିଥିଲେ ବେଳେ ବେଳେ ତାଙ୍କ ନିକଟରେ ଖାଇବାକୁ ଟଙ୍କା ନଥାଏ । ଦୁଇ କପ୍ ଚାରେ ହିଁ ପେଟ ପୁରାଇବାକୁ ପଡୁଥିଲା । ୧୦ ଟଙ୍କା ସଂଚୟ କରିବାକୁ ବସରେ ନଯାଇ ଚାଲି ଚାଲି ଯିବାକୁ ପଡେ । ତେବେ କଲେଜରେ ଥିବା ସମୟରେ ମାତ୍ର ୨୧ ବର୍ଷ ବୟସରେ ବିଜୟ Indiasite.net ନାମକ ଏକ ୱେବସାଇଟ୍ ଆରମ୍ଭ କରିଥିଲେ । କିନ୍ତୁ କିଛି ଦିନ ମଧ୍ୟରେ ଏହାକୁ ଏକ ୟୁଏସ୍ ଇଭେଷ୍ଟରକୁ ବିକି ଦେଇଥିଲେ ।

ଏହା ସହ ପଢନ୍ତୁ ଟ୍ରେନରେ ପ୍ରଥମ ଦେଖାରେ ହେଲା ପ୍ରେମ : ପ୍ରେମିକାକୁ ପାଇବା ପାଇଁ ସହର ସାରା ୪୦୦୦ ପୋଷ୍ଟର ଲଗାଇଲେ ଯୁବକ

ଏହା ପରେ ସବୁ ସପ୍ତାହରେ ତାଙ୍କୁ ଲକ୍ଷେ ଟଙ୍କା ମିଳିବାକୁ ଲାଗିଲା । ଏହା ତାଙ୍କର ପ୍ରଥମ ପ୍ରଫିଟେବଲ୍ ବେଂଚର୍ ଥିଲା । କଲେଜରେ ବିଏସଏସ୍ ନାଁରେ ପ୍ରସିଦ୍ଧ ବିଜୟଙ୍କ ସାଙ୍ଗ ମାନଙ୍କ ପାଇଁ ଏହା ଆଶ୍ଚର୍ୟ୍ୟଜନକ ଥିଲା । ତେବେ ଅନ୍ୟ ପ୍ରୋଜେକ୍ଟରେ କାମ କରିବା ସମୟରେ ବିଜୟଙ୍କୁ ଲାଗିଲା ତାଙ୍କ ହାତ ସୁନାର ହାତ କଡିରେ ବାନ୍ଧି ହୋଇ ରହିଯାଇଛି । ଏତେ ଟଙ୍କା ମିଳୁଥିଲା ଯେ ସେ ସେହି ୱେବସାଇଟକୁ ଛାଡି ପାରଚୁନଥିଲେ । ଏହା ପରେ ଏକ ଐତିହାସିକ ନିଷ୍ପତି ନେବା ସହ ସବୁକିଛି ଛାଡିଦେଇଥିଲେ ବିଜୟ ।

ଏହା ପରେ କିଛି ସାଙ୍ଗ ମାନଙ୍କ ସହ ମିଶି XS Corps. ନାମକ ଏକ କମ୍ପାନୀ ଆରମ୍ଭ କରିଥିଲେ । ସେହି ସମୟରେ ଅଫିସ୍ ଥିଲା ତାଙ୍କ ହଷ୍ଟେଲ୍ ରୁମ । ଆଉ ଲ୍ୟାଣ୍ଡଲାଇନ୍ ଭାବରେ ଥିଲା ଦୋକାନୀର ଫୋନ୍ । ଏହା ପରେ ଟଙ୍କା ସଂଚୟ କରି One97 ନାମକ ଏକ କମ୍ପାନୀ ଆରମ୍ଭ କଲେ । ଯାହା ଥିଲା ପେଟିଏମର ପ୍ୟାରେଂଟ୍ କମ୍ପାନୀ ।

VSS_Billionares୨୦୧୧ ରେ ତାଙ୍କ ଜୀବନର ସବୁଠାରୁ ମହତ୍ବପୂର୍ଣ୍ଣ ସମୟ ଆସିଲା ଯେତେବେଳେ ସେ ବୋର୍ଡ ସାମ୍ନାରେ ପେଟିଏମ୍ ଇକୋସିଷ୍ଟମର ଆଇଡିଆ ଦେଇଥିଲେ । ବିଜୟ ୨୦୧୧ରେ ମୋବାଇଲ୍ ୱାଲେଟ୍ ପେଟିଏମ୍ ସହ ଇ – କମର୍ସ ବ୍ୟବସାୟ ପେଟିଏମ୍ ମଲ୍ ଏବଂ ପେଟିଏମ୍ ପେମେଂଟ୍ ବ୍ୟାଙ୍କ୍ ମଧ୍ୟ ଛିଡା କରିଥିଲେ । ବିଜନେସ୍ ମାଗାଜିନ୍ ଫୋବର୍ସ ଚଳିତ ବର୍ଷର ବିଶ୍ବର ସମସ୍ତ ଧନୀମାନଙ୍କ ତାଲିକାରେ ବିଜୟଙ୍କ ନାଁ ସାମିଲ୍ କରିଛି।

ବିଜୟ କହିଛନ୍ତି ’ ଆପଣ ଛୋଟ ସହରରୁ ଆସିଛନ୍ତି କି ବଡ ସହରରୁ ଆସିଛନ୍ତି ଏହା ଗୁରୁତ୍ବପୂର୍ଣ୍ଣ ନୁହେଁ । ସବୁଠାରୁ ଗରୁତ୍ବପୂର୍ଣ୍ଣ ହେଉଛି ଆପଣଙ୍କ ମଧ୍ୟରେ ଗମ୍ଭୀରତା ରହିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.