ଦୂତୀଙ୍କୁ ଆଉ ଦେଢ଼ କୋଟି : ଏସିଆଡରେ ଡବଲ ରୌପ୍ୟ ଜିତିବା ପରେ ପୁଣି ପୁରସ୍କାର ଘୋଷଣା

ଜାକର୍ତ୍ତା : ଏସୀୟ କ୍ରୀଡ଼ାରେ ଡବଲ ରୌପ୍ୟ ପଦକ ଜିତିବା ପରେ ଦୂତୀ ଚାନ୍ଦଙ୍କ ପାଇଁ ପୁଣି ପୁରସ୍କାର ଘୋଷଣା । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଆଉ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଦିଆଯିବ । ସେହିପରି ଅଲମ୍ପିକ ତାଲିମ ପାଇଁ ରାଜ୍ୟ ସରକାର ସହାୟତା କରିବେ । ଗତକାଲି ମହିଳା ଦୁଇ ଶହ ମିଟର ରେସ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ । ୨୩ ଦଶମିକ ୨୦ ସେକେଣ୍ଡରେ ଦୁଇଶହ ମିଟର ଦୌଡ଼ି ସଫଳତା ପାଇଥିଲେ ଦୂତୀ । ପୂର୍ବରୁ ୧୦୦ ମିଟର ଦୌଡରେ ଦୂତୀଙ୍କୁ ରୌପ୍ୟ ପଦକ ମିଳିଥିବା ବେଳେ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଦେଢ଼ କୋଟି ଟଙ୍କାର ପୁରସ୍କର ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.