ଭିଲୁପୁରମ-ଖଡ଼ଗପୁର ଏକ୍ସପ୍ରେସ ଟ୍ରେନ୍‌ ବଗିରେ ଅଗ୍ନିକାଣ୍ଡ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏକ୍ସପ୍ରେସ୍‌ ଟ୍ରେନ୍‌ । ଭିଲୁପୁରମ-ଖଡ଼ଗପୁର ଏକ୍ସପ୍ରେସ ଟ୍ରେନ୍‌ ବଗିରେ ଅଗ୍ନିକାଣ୍ଡ ଘଟିଥିଲା। ବ୍ରହ୍ମପୁର ଷ୍ଟେସନ ପହଞ୍ଚିବା ପୂର୍ବରୁ ଟ୍ରେନ୍‌ରୁ ଧୂଆଁ ବାହାରୁଥିଲା। ଏସ୍‌-୩ ବଗି ବ୍ୟାଟେରୀ ବକ୍ସରୁ ଧୂଆଁ ବାହାରିଥିଲା। ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ନିଆଁ ଲିଭାଯାଇଥିଲା। ଏହାପରେ ଷ୍ଟସନ କର୍ମଚାରୀମାନେ ବ୍ୟାଟେରୀକୁ ବାହାର କରିଦେଇଥିଲେ। ନିଆଁ ଦେଖି ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.