ସମ୍ବଲପୁରରେ ବୋଟିଂ କ୍ଲବର ମଜା ନେଉଛନ୍ତି ଲୋକେ, ଆପଣ ବି ଥରେ ବୁଲିଯାନ୍ତୁ

ସମ୍ବଲପୁର (କେନ୍ୟୁଜ) : ସମ୍ବଲପୁର ସହର ଭିତରେ ପୁଣି ନୌକା ବିହାରର ମଜା ନେଇ ପାରିବେ ଲୋକେ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନୂଆ କରି ଆରମ୍ଭ ହୋଇଛି ଏହି ନୌବିହାର। ବେଶ୍‌ ଜମିଛି ପର୍ଯ୍ଯଟକଙ୍କ ଭିଡ।ସମ୍ବଲପୁର ଫାୟାର ଷ୍ଟେସନ ରୋଡ଼ରେ ଥିବା ରାମ ସାଗର ବନ୍ଧର ନୌକା ବିହାର ସେବାକୁ ପୁଣି ଆରମ୍ଭ କରିଛି ସମ୍ବଲପୁର ମହାନଗର ନିଗମ।

ଅନେକ ଦିନ ହେଲା ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା ଏହି ନୌବିହାର ସ୍ଥଳ । ଅବସର ବିନୋଦନ ପାଇଁ ସମ୍ବଲପୁର ବାସୀଙ୍କ ପାଖରେ ଆଉ କୌଣସି ମାଧ୍ୟମ ନଥିଲା। ବର୍ତ୍ତମାନ କୋଭିଡ ଗାଇଡ଼ ଲାଇନ ଭିତରେ ଏହାକୁ ଖୋଲାଯାଇଛି । ସମ୍ବଲପୁର ସହ ପଡୋଶୀ ଜିଲ୍ଲାର ଲୋକେ ଆସି ନୌବିହାରର ମଜା ନେଉଛନ୍ତି।

ସକାଳ ୯ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ଯନ୍ତ ଏଠାରେ ନୌବିହାର କରିପାରିବେ ଲୋକେ। ଏଠାକୁ ଆସୁଥିବା ଲୋକଙ୍କ ପାଇଁ ପର୍ଯ୍ଯାପ୍ତ ସୁରକ୍ଷା ବ୍ଯବସ୍ଥା ମଧ୍ୟ କରାଯାଇଛି । ନୌବିହାର ସହ ଏଠାରେ ଥିବା ଉଦ୍ୟାନରେ ଭ୍ରମଣ କରିପାରିବେ ପର୍ଯ୍ଯଟକ। ଉଦ୍ୟାନକୁ ପ୍ରବେଶ ପାଇଁ ଜଣ ପିଛା ଏଣ୍ଟ୍ରି ଫି ୫ ଟଙ୍କା ରହିଥିବା ବେଳେ ୨୫ ମିନିଟର ବୋଟିଂ ପାଇଁ ୩୫ ଟଙ୍କାର ଦେୟ ରହିଛି। ଯଦି ଆପଣ ବି ଏହି ଶୀତ ଋତୁରେ ନୌବିହାରର ମଜା ନେବାକୁ ଚାହୁଁଛନ୍ତି ତାହେଲେ ଏଠାକୁ ଥରେ ନିଶ୍ଚୟ ବୁଲିଯାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.