Below header

କେନ୍ଦ୍ର ସରକାରଙ୍କ ଲିଖିତ ପ୍ରତିଶ୍ରୁତିକୁ ଚାଷୀଙ୍କ ପ୍ରତ୍ୟାଖ୍ୟାନ, ରାଷ୍ଟ୍ରପତିଙ୍କୁ ଭେଟିଲେ ୫ ବରିଷ୍ଠ ରାଜନେତା

କେନ୍ୟୁଜ୍(ବ୍ୟୁରୋ):  ତେଜିବ ଚାଷୀ ଆନ୍ଦୋଳନ। କେନ୍ଦ୍ର ସରକାରଙ୍କ ଲିଖିତ ପ୍ରତିଶ୍ରୁତିକୁ ଚାଷୀଙ୍କ ପ୍ରତ୍ୟାଖ୍ୟାନ । ଲିଖିତ ସଂଶୋଧନ ପ୍ରସ୍ତାବ ପଠାଇଥିଲେ କେନ୍ଦ୍ର ସରକାର । କୃଷକଙ୍କ ବୈଠକରେ ସଂଶୋଧନ ପ୍ରସ୍ତାବ ଖାରଜ । ଦେଶସାରା କୃଷକ ଆନ୍ଦୋଳନ ଜାରି ରହିବ। ସାରାଦେଶରେ ଜିଲ୍ଲା କାର୍ଯ୍ୟାଳୟରେ ହେବ ବିକ୍ଷୋଭ । ଆସନ୍ତା ୧୪ରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ୧୨ରେ ଜୟପୁର ଓ ଦିଲ୍ଲୀ ହାଇେଓ୍ଵ ଅବରୋଧ କରାଯିବ। ୧୨ ତାରିଖରେ ସବୁ ଟୋଲପ୍ଲାଜାରେ ଆନ୍ଦୋଳନ ହେବ। ଦିଲ୍ଲୀରେ ଆନ୍ଦୋଳନରତ କୃଷକଙ୍କ ପ୍ରେସମିଟ୍‌ରେ ଏହା କହିଛନ୍ତି।

କୃଷି ଆଇନ୍‌କୁ ନେଇ ରାଷ୍ଟ୍ରପତିଙ୍କୁ ଫେରାଦ ହେଲେ ବିରୋଧୀ । ୨୪ଟି ରାଜନୈତିକ ଦଳର ପ୍ରତିନିଧି ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ୫ ବରିଷ୍ଠ ନେତା । ଶରଦ ପାଓ୍ଵାର, ସୀତାରାମ ୟେଚୁରୀ ପ୍ରମୁଖ ସାମିଲ ଥିବା ଏହି ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.