Below header

ଆଘାତ ପାଇଲେ ଗଛଲତା ବି କରିଥାନ୍ତି ଶବ୍ଦ, ପ୍ରମାଣ କଲେ ବୈଜ୍ଞାନିକ

ଆପଣଙ୍କୁ ମନେଥିବ ଯେତେବେଳେ ପିଲାଦିନେ ଆମେ ରାତିରେ ଗଛରୁ ଏକ ପତ୍ର ଛିଣ୍ଡାଇ ଦେଇଥାଉ ସେତେବେଳେ ବାପା ମା କିମ୍ବା ଅନ୍ୟ ଗୁରୁଜନମାନେ କୁହନ୍ତି ଯେ ରାତିରେ ଗଛମାନେ ଶୋଇଥାନ୍ତି ଓ ତାଙ୍କ ଦେହରୁ ପତ୍ର ଛିଣ୍ଡାଇଲେ ସେମାନଙ୍କୁ ମଧ୍ୟ କଷ୍ଟ ହୁଏ । ଧୀରେ ଧୀରେ ଆମର ଏହି ଚିନ୍ତାଧାରା ବିକଶିତ ହେବାରେ ଲାଗିଲା କିନ୍ତୁ କୌଣସି ପ୍ରମାଣ ମିଳିଲା ନାହିଁ । ଅନେକ ପରୀକ୍ଷା ନିରୀକ୍ଷା ପରେ ଆଜି ଏହାର ପ୍ରମାଣ ମିଳିପାରିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନୂତନ ଗବେଷଣାରୁ ମିଳିଥିବା ପ୍ରମାଣ ଅନୁଯାୟୀ ବୃକ୍ଷଲତାଙ୍କ ଦେହରୁ ପତ୍ର ଛିଣ୍ଡାଇବା ସମୟରେ ସେମାନେ ମଧ୍ୟ ଚିତ୍କାର କରିଥାନ୍ତି ।

ଏବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ତଥ୍ୟ

Image result for tree speak

ଇସ୍ରାଏଲରେ ଅବସ୍ଥିତ ତେଲ ଅଵିଵ ୟୁନିଭର୍ସିଟିର ଗବେଷକମାନେ ଏହି କଥା ଉପରେ ଗବେଷଣା ଆରମ୍ଭ କରିଥିଲେ । ଗବେଷଣା ସମୟରେ ସେମାନେ ଟମାଟୋ ଓ ତମ୍ବାଖୁ ଗଛକୁ ନିଜ ଗବେଷଣାରେ ସାମିଲ କରିଥିଲେ । ତେବେ ତାଙ୍କ କହିବା ଅନୁଯାୟୀ ପର୍ଯ୍ୟାବରଣ ଅଥବା ବାହ୍ୟ ପ୍ରଭାବ କାରଣରୁ ଗଛମାନେ ବହୁତ ଜ୍ୱରରେ ଶବ୍ଦ କରିଥାନ୍ତି । ସେମାନେ 10 ମିଟର ଦୂରତାରେ ମାଇକ୍ରୋଫୋନ ରଖି ମଧ୍ୟ ପରୀକ୍ଷା କରିଥିଲେ । ସେଥିରେ ସେମାନେ ଗଛମାନଙ୍କର ଗତିବିଧିକୁ ରେକର୍ଡ କରିଥିଲେ ଯାହାଦ୍ୱାରା ଜଣା ପଡିଥିଲା ଯେ ଯେଉଁ ଗଛ ମାନେ ଚାପରେ ରହିଥାନ୍ତି ବା ଯେଉଁମାନଙ୍କୁ କେହି ଆଘାତ କରନ୍ତି ସେମାନେ 20ରୁ ନେଇ 100 kHz (କିଲୋହର୍ଟଜ) ଅଲ୍ଟ୍ରାସନିକ ଫ୍ରୀକୁଏନ୍ସି ରେ ଊତ୍ସର୍ଜନ କରିଥାନ୍ତି ।

ଅନ୍ୟ ବୃକ୍ଷ ଓ ଜୀବଜନ୍ତୁଙ୍କୁ ମଧ୍ୟ କହିଥାନ୍ତି ନିଜର ଯନ୍ତ୍ରଣା

Image result for plants-scream-when-they-are-in-stress-according-to-new-research

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗଛମାନଙ୍କ ଦେହରୁ ପତ୍ର କିମ୍ବା ଡାଳ ଭାଙ୍ଗିବାବେଳେ ସେମାନେ ନିଜର ଯନ୍ତ୍ରଣାକୁ ଅନ୍ୟ ବୃକ୍ଷ ଓ ଜୀବଜନ୍ତୁମାନଙ୍କ ଆଗରେ ପ୍ରକାଶ କରିବା ପାଇଁ ଚେଷ୍ଟା କରିଥାନ୍ତି । ଗବେଷକମାନେ 35ଟି ଛୋଟ ଛୋଟ ମେସିନ ଲଗାଇ ଗଛମାନଙ୍କ ଉପରେ ନଜର ରଖିଥିଲେ । ସେମାନଙ୍କର ଛୋଟରୁ ଛୋଟ ପ୍ରତିକ୍ରିୟା ଉପରେ ଗବେଷଣା କରାଯାଇଥିଲା ।

ପାଣିରୁ ଦୁରେଇ ରଖିଲେ ମଧ୍ୟ ଚିତ୍କାର କରିଥାନ୍ତି

Related image

ଯେତେବେଳେ ଟମାଟୋ ଓ ଗଂଜେଇ ଗଛଗୁଡିକୁ ଅନେକ ଦିନ ପର୍ଯ୍ୟନ୍ତ ପାଣିଠାରୁ ଦୁରେଇ ରଖାଗଲା ସେତେବେଳେ ସେମାନେ 35 ଅଲ୍ଟ୍ରାସନିକ ଡିଷ୍ଟ୍ରେସ ସାଉଣ୍ଡ କ୍ରିଏଟ କରିଥିଲେ । କାରଣ ଗଛ ଗୁଡିକ ଠାରେ ପାଣି ନଦେଲେ ଏହା ତାଙ୍କ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ଯଦିଓ ମଣିଷକୁ ଗଛଲତା ମାନଙ୍କର ଚିତ୍କାର ଶୁଣାଯାଉନାହିଁ କିନ୍ତୁ ଜାଣିରଖନ୍ତୁ ଯେ କ୍ଲାଇମେଟ ଚେଞ୍ଜ କାରଣରୁ ଗଛ ଲତା ଅନେକ ଦିନଧରି ଚିତ୍କାର କରି ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.