Below header

ପରିଶ୍ରମ ବଳରେ ବାସୁଦେୱନ୍ ବଦଳାଇଲେ ଚିନ୍ତାଧାରା, ଆବର୍ଜନା ପ୍ଳାଷ୍ଟିକରୁ ପ୍ରସ୍ତୁତ କଲେ ଚକାଚକ୍ ରାସ୍ତା

ପ୍ଳାଷ୍ଟିକ ଅଳିଆ ପରିବେଶ ପ୍ରଦୂଷଣ ଦିଗରେ ଏକ ବହୁତ ବଡ ପ୍ରସଂଗ ହୋଇଛି । ପ୍ଲାଷ୍ଟିକ ଏକ ଏମିତି ଜିନିଷ ଯାହାକୁ ମଣିଷ ତିଆରି ତ କରିଛି କିନ୍ତୁ ଏହାକୁ କିପରି ନଷ୍ଟ କରାଯାଇପାରିବ, ତାର ଉପାୟ କାହା ପାଖରେ ନାହିଁ । କିନ୍ତୁ ତାମିଲନାଡୁ ମଦୁରାଇରେ ଜଣେ ପ୍ରୋଫେସର ଅଛନ୍ତି ଯାହାଙ୍କ ପାଖରେ ଏହାର ସୋଲ୍ୟୁସନ୍ ଅଛି । ପ୍ଳାଷ୍ଟିକ ଅଳିଆରୁ ମୁକ୍ତି ପାଇବାକୁ ସେ ଚିନ୍ତା କରିଛନ୍ତି 2 IN ONE IDEA । ଆଉ କଠିନ୍ ପରିଶ୍ରମ ଓ କ୍ରିଏଟିଭିଟି ଲଗାଇ ଏହି ବ୍ୟକ୍ତି ପ୍ଳାଷ୍ଟିକ ଅଳିଆରୁ ତିଆରି କରୁଛନ୍ତି ଚକାଚକ୍ ରାସ୍ତା । ତା’ ବି ବିନା ପ୍ରଦୂଷଣରେ ।

plastic

ଆଜିର ସମୟରେ ପ୍ଳାଷ୍ଟିକ ଅଳିଆ ଏକ ଗଭୀର ଚିନ୍ତାର ବିଷୟ ହୋଇଛି । ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ଳାଷ୍ଟିକ ଆବର୍ଜନା ଆମ ପରିବେଶକୁ ପ୍ରଦୂଷିତ ଓ କ୍ଷତିଗ୍ରସ୍ତ କରୁଛି । ପ୍ଳାଷ୍ଟିକରେ ଥିବା କେମିକାଲ ଜମିର ଉର୍ବରତାକୁ ନଷ୍ଟ କରୁଛି । ପ୍ଳାଷ୍ଟିକ ଅଳିଆ କାରଣରୁ ଅନେକ ଜୀବ ଜନ୍ତୁଙ୍କ ଅସ୍ତିତ୍ୱ ନଷ୍ଟ ହୋଇଗଲାଣି । ପ୍ରତିବର୍ଷ ପ୍ଳାଷ୍ଟିକ ଖାଇ ଅନେକ ଜୀବଜନ୍ତୁ ମୃତ୍ୟୁ ମୁଖରେ ପଡୁଛନ୍ତି । ଯୁଆଡେ ଦେଖିବ ଚାରିଆଡେ ଖାଲି ପ୍ଳାଷ୍ଟିକ, ପ୍ଳାଷ୍ଟିକ ଆଉ ପ୍ଳାଷ୍ଟିକ । ନଦୀ, ନାଳ, ସମୁଦ୍ର ଆଦିରେ ପ୍ଳାଷ୍ଟିକ ପଡି ପାଣିକୁ ପ୍ରଦୂଷିତ କରୁଛି । ରିପୋର୍ଟ ଅନୁସାରେ ୨୦୫୦ ଭିତରେ ସମୁଦ୍ରରେ ମାଛ ବଦଳରେ କେବଳ ପ୍ଳାଷ୍ଟିକ ଥିବ ।

plastic road

ଏମିତିରେ ତାମିଲନାଡୁ ମଦୁରାଇରେ ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ଟେକ୍ନିକ ଆଜି ସାରା ଜୀବଜଗତ ପାଇଁ ଏକ ବରଦାନ ସାବ୍ୟସ୍ତ ହୋଇଛି । ତ୍ୟାଗରାଜନ କଲେଜର ପ୍ରଫୋସର ରାଜଗୋପାଳନ ବାସୁଦେୱନ୍ ଅଳିଆରେ ପ୍ଲାଷ୍ଟିକ ସମସ୍ୟା ସହ ଲଢିବାକୁ ଏକ ନିଆରା ଉପାୟ ବାହାର କରିଛନ୍ତି । ପ୍ଳାଷ୍ଟିକକୁ ବ୍ୟବହାର କରି ତିଆରି କରୁଛନ୍ତି ପକ୍କା ରାସ୍ତା । ଯାହା ଏବେ ପରିବେଶ ପ୍ରଦୂଷଣକୁ ରୋକିବାରେ ବଡ଼ ସହାୟକ ହୋଇପାରୁଛି । ତା ଛଡା ସାଧାରଣ ରାସ୍ତା ତୁଳନାରେ ଏହା ଅଧିକ ବର୍ଷ ଲାଷ୍ଟିଂ ବି କରୁଛି ।

Plastic-Man

ତ୍ୟାଗରାଜନ ୟୁନିଭରସିଟିର କେମେଷ୍ଟ୍ରି ଡିପାର୍ଟମେଣ୍ଟର ଡିନ୍ ଓ ପ୍ରୋଫେସର ଡକ୍ଟର ରାଜଗୋପାଳନ ବାସୁଦେୱନ୍ । ପ୍ଳାଷ୍ଟିକ ଅଳିଆରୁ ରୋଡ ତିଆରି କରିବାର ଆଇଡିଆ ପ୍ରଥମେ ବାସୁଦେୱନଙ୍କ ମୁଣ୍ଡକୁ ଆସିଲା । ଏହାପରେ ୨୦୦୧ରେ ନିଜ ଲ୍ୟାବରେ ସେ ଏକ ଏକ୍ସପେରିମେଣ୍ଟ କଲେ । ଯେଉଁଥିରୁ ସେ ଜାଣିବାକୁ ପାଇଲେ ପିଚୁ (ବିଟୁମେନ୍) ଓ ପ୍ଳାଷ୍ଟିକର ମିଶ୍ରଣ ରୋଡକୁ ଅଧିକ ମଜ୍ବୁତ କରିପାରିବ । ଗୋଟିଏ ସିଙ୍ଗଲ ଲେନ୍ର ୧ କିଲୋମିଟର ରାସ୍ତା ତିଆରି କରିବାକୁ ହେଲେ ସାଧାରଣତଃ ବ୍ୟବହାର ହୁଏ ୧୦ ଟନ୍ ବିଟୁମେନ୍ ବା ପିଚୁ । କିନ୍ତୁ ପ୍ଳାଷ୍ଟିକ ମ୍ୟାନ୍ ବାସୁଦେୱନ୍ ଏଥିରେ ବ୍ୟବହାର କରନ୍ତି ୯ ଟନ୍ ପିଚୁ ଓ ୧ ଟନ୍ ପ୍ଳାଷ୍ଟିକ । ମାନେ ୧ ଟନ୍ ପ୍ଳାଷ୍ଟିକରେ ୧୦ ଲକ୍ଷ କ୍ୟାରିବ୍ୟାଗ, ରାସ୍ତା ତିଆରିରେ ବ୍ୟବହାର ହୋଇଯାଉଛି । ଯେଉଁଠି ପ୍ଳାଷ୍ଟିକ ମାଟିରେ ମିଶିବାକୁ ୧ ହଜାର ବର୍ଷ ଲାଗୁଛି ସେଠି ବାସୁଦେୱନଙ୍କ ପ୍ଳାଷ୍ଟିକରୁ ରାସ୍ତା ତିଆରି କରିବାର ଟେକ୍ନିକ ପରିବେଶ ପ୍ରଦୂଷଣକୁ ରୋକିପାରୁଛି ।

road

ପ୍ଲାଷ୍ଟିକ ରୋଡ ତିଆରି କରିବାରୁ ପ୍ରୋସେସ୍ ବହୁତ ସହଜ । ପ୍ରଥମେ ରାସ୍ତା ତିଆରି କରିବା ପାଇଁ ବ୍ୟବହାର ହେବାକୁ ଥିବା ଚିଫ୍ସକୁ ୧୭୦ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ଗରମ କରାଯାଏ । ଏହାପରେ ପ୍ଳାଷ୍ଟିକ ଅଳିଆର ଗୁଣ୍ଡକୁ ଏଥିରେ ମିଶାଯାଏ । ପ୍ଳାଷ୍ଟିକ ୩୦ ସେକେଣ୍ଡେରେ ତରଳି ଗରମ ଚିଫ୍ସ ସହ ମିଶିଯାଏ । ଏହାପରେ ଏଥିରେ ମିଶାଯାଏ ପିଚୁ ବା ବିଟୁମେନ୍ । ଯାହା ୧୬୦ ଡିଗ୍ରୀ ସେଲ୍ସିୟସ ଗରମ ଥାଏ । ରେଡି ହୋଇଥିବା ମିଶ୍ରଣରୁ ତିଆରି ହୁଏ ପ୍ଳାଷ୍ଟିକ ରୋଡ ।

ଦେଖିବାକୁ ଗଲେ ଏହି ପ୍ଳାଷ୍ଟିକ ରୋଡର ଫାଇଦା ବହୁତ । ଏହି ରୋଡ ଭାରି ଯାନର ଲୋଡ ନେଇପାରେ । ରୋଡରେ ପାଣି ଜମିବା ନାହିଁ । ଯେଉଁଥିପାଇଁ ରାସ୍ତାରେ ଖାଲ ହେବାର ବି ସମ୍ଭାବନା କମ୍ । ୧୦ ବର୍ଷ ପର୍ଯ୍ୟନ୍ତ ଏହି ରୋଡକୁ ରକ୍ଷଣାବେକ୍ଷଣାର (ମେଣ୍ଟେନାସର) ଆବଶ୍ୟକତା ବି ପଡିବ ନାହିଁ । ଆଉ ସବୁଠାରୁ ବଡ କଥା ପ୍ଳାଷ୍ଟିକ ଅଳିଆକୁ ନଷ୍ଟ କରିବା ବି ସହଜ ହୋଇଯିବ ।

VASUDEVAN_CITY

ଅନେକ ବିଦେଶୀ କମ୍ପାନୀମାନଙ୍କର ଲକ୍ଷ ଲକ୍ଷ ଡଲାର ଅଫରକୁ ମନା କରି ବାସୁଦେୱନ୍ ତାଙ୍କର ଏହି ଟେକ୍ନୋଲୋଜିକୁ ତାଙ୍କ ୟୁନିଭରସିଟି ନାଁରେ patent କରିଛନ୍ତି । ଆଉ ଭାରତ ସରକାରଙ୍କୁ ଫ୍ରିରେ ଦେଇଛନ୍ତି । ଯଦି ଦେଶ ସାରା କୌଣସି ବି ମ୍ୟୁନିସିପାଲଟି ଏହି ଉପାୟରେ ରାସ୍ତା ତିଆରି କରିବାକୁ ଚାହିଁବେ ସେମାନେ ଏହାକୁ ଫ୍ରିରେ ପାଇପାରିବେ । ଆଜି ଭାରତରେ ୧୧ ରାଜ୍ୟରେ ପାଖାପାଖି ୧ ଲକ୍ଷ କିଲୋମିଟର ପ୍ଳାଷ୍ଟିକ ରୋଡ ବାସୁଦେୱନଙ୍କୁ ତତ୍ତ୍ୱାବଧାନରେ ତିଆରି ହୋଇସାରିଲାଣି । କେବଳ ପ୍ଳାଷ୍ଟିକ ରୋଡ ନୁହେଁ ବାସୁଦେୱନ୍ ଏବେ ପ୍ଳାଷ୍ଟିକ ବୋତଲ ସହ ଲଢିବାର ରାସ୍ତା ଖୋଜୁଛନ୍ତି ।  ୨୦୧୮ରେ ରାଜଗୋପାଳଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ବାସୁଦେୱନଙ୍କ ପ୍ଳାଷ୍ଟିକ ରୋଡ ଏମିତି ଏକ ଉଦ୍ଭାବନ ଯାହା ଦ୍ୱାରା ବଦଳିପାରିବ ପୃଥିବୀର ଭବିଷ୍ୟତ । ଏମିତି ଏକ ସମାଧାନ (ସଲ୍ୟୁସନ୍) ଯାହା ଦୂର କରିବ ପ୍ଳାଷ୍ଟିକ ଆବର୍ଜନାର ଟେନ୍ସନ । ଯାହା ବାସୁଦେୱନଙ୍କର ପରିଶ୍ରମ ଓ କ୍ରିଏଟିଭିଟି ପାଇଁ ସମ୍ଭବ ହୋଇପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.