ସୋନାଙ୍କୁ ପସନ୍ଦ ହେଲାନି ‘କବୀର ସିଂହ’, କହିଲେ ଫିଲ୍ମ କରିବା ପୂର୍ବରୁ ନିଜ ଦାୟିତ୍ବ ବୁଝୁ ନାହାଁନ୍ତି ସାହିଦ

ସିନେମା ଘରେ ଧୁମ୍ ମଚାଉଛି ସାହିଦ୍ କପୁରଙ୍କ ଫିଲ୍ମ କବୀର ସିଂହ । ଫିଲ୍ମଟି ସାହିଦଙ୍କ କ୍ୟାରିୟର୍ ପାଇଁ ଏକ ମାଇଲଷ୍ଟୋନ୍ ସାବ୍ୟସ୍ତ ହୋଇପାରେ । ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ୨୦ କୋଟି ଆୟ କରିଛି କବୀର୍ ସିଂହ । ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି ସାହିଦ୍ ଏବଂ କିଆରାଙ୍କ ଯୋଡି । କିନ୍ତୁ ସୋନା ମହାପାତ୍ରଙ୍କୁ ପସନ୍ଦ ଆସିଲାନି କବୀର ସିଂହ । ଫିଲ୍ମକୁ ନେଇ ଆପତ୍ତି ଜତାଇଛନ୍ତି ସୋନା । କବୀର୍ ସିଂହଙ୍କୁ ନେଇ ସୋନା ନ୍ୟାସନାଲ୍ ୱିମେନ୍ କମିଶନର ଚେୟାରପର୍ସନ୍ ରେଖା ଶର୍ମାଙ୍କୁ ଟ୍ୟାଗ୍ କରି ଏକ ଟୁଇଟ୍ କରିଛନ୍ତି ।

ସୋନା କହିଛନ୍ତି କେହି ଏହି ମହିଳା ବିରୋଧୀ କାହାଣୀକୁ ନୋଟିସ୍ କରିନାହାଁନ୍ତି । କେବଳ ଅଭିନୟ ଦେଖୁଛନ୍ତି । ଯାହା ବହୁତ ଚିନ୍ତାଜନକ । ଆପଣ ତ ନ୍ୟାସନାଲ୍ କମିଶନର ଚେୟାରପର୍ସନ, ମୁଁ ଚିନ୍ତିତ ଯେ ଯେତେବେଳେ ଭାରତରେ ମହିଳାଙ୍କ ସ୍ଥିତି ବିଷୟରେ କଥା ଆସୁଛି ତେବେ କଣ ଆଶା ରଖିବା ଉଚିତ୍ । ଅଭିନେତା ନକୁଲ୍ ମେହତାଙ୍କ ଟୁଇଟର ରିପ୍ଲାୟ ଦେଇ କହିଛନ୍ତି, କଣ ଜଣେ ଅଭିନେତା ରୋଲ୍ ଚୟନ କରିବା ପୂର୍ବରୁ ନିଜ ଦାୟିତ୍ବ ବୁଝିବା ଉଚିତ୍ ନୁହେଁ ?

ତେବେ ବଲିଉଡ ସେଲିବ୍ରିଟିଜଙ୍କ ବିରୋଧରେ କିଛି ନା କିଛି କହି ସର୍ବଦା ଚର୍ଚ୍ଚାରେ ଥାନ୍ତି ସୋନା । ଏହା ପୂର୍ବରୁ ମଧ୍ୟ ସଲମାନଙ୍କୁ ଟାର୍ଗେଟ୍ କରିସାରିଛନ୍ତି ସୋନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.