Below header

ଏମିତି ମାନବିକତା ? ରାସ୍ତାରେ ଓଲଟିଲା ଫଳ ଟ୍ରକ୍, କିଛି ମିନିଟ ମଧ୍ୟରେ ଲୋକ ବୋହି ନେଲେ ସବୁ ଫଳପେଟି

ଓଲଟି ପଡିଲା ଟ୍ରକ। ଫଳ ପେଟି ସବୁ ବୋହିନେଲେ ଲୋକ। ଗତକାଲି ମାହାରାଷ୍ଟ୍ରରୁ କୋଲକାତା ଯାଉଥିବା ଏକ ଫଳ ବୋଝେଇ ଟ୍ରକ ପଡିଆବାହାଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ମିଳିବା ପରେ ଆରମ୍ଭ ହୋଇଯାଇଥିଲା ଲୁଟପାଟ୍। ଟ୍ରକରେ ଥିବା ୯୬୦ ପେଟି ଡାଳିମ୍ବ ଓ ୧୦ପେଟି ଅଙ୍ଗୁର ଚାହୁଁ ଚାହୁଁ କିଛି ମିନିଟ୍ ମଧ୍ୟରେ ଟ୍ରକରୁ ଶେଷ ହୋଇଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ। ଏପରିକି ଲୋକମାନେ ସାମାନ୍ୟ ମାନବିକତା ମଧ୍ୟ ଭୁଲିଯାଇଥିଲେ। ଦୁର୍ଘଟଣାରେ ଆହତ ଡ୍ରାଇଭର ଓ ହେଲପରଙ୍କୁ ମେଡିକାଲ ନେଇନଥିଲେ। ଏନେଇ ଟ୍ରକ ଡ୍ରାଇଭର ଥାନାରେ ଏତଲା ଦେବା ପରେ ପୋଲିସ ୧୧ଜଣଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.