ଆଜିଠୁ ଜଳିବ ପଶ୍ଚିମ ଓଡିଶା: ବଲାଙ୍ଗୀର, ବରଗଡ଼ ଓ ନୂଆପଡାକୁ ହିଟଓ୍ବେଭ ଆଲର୍ଟ

ଭୁବନେଶ୍ୱର (କେନ୍ୟୁଜ); ଆଜିଠୁ ଜଳିବ ପଶ୍ଚିମ ଓଡିଶା ।  ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡାକୁ ହିଟଓ୍ବେଭ ଆଲର୍ଟ ଜାରି କରଯାଇଛି । ସ୍ବାଭାବିକ ଠାରୁ ୩ ରୁ ୬ ଡିଗ୍ରୀ ଉପରେ ରହିବ ପାରଦ । ଗ୍ରୀଷ୍ମପ୍ରବାହ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।  ଏପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ଗରମ ଗୁଳୁଗୁଳିରେ ସନ୍ତୁଳି ହେବେ ଉପକୂଳବାସୀ । ୩୫ ରୁ ୩୯ ଡିଗ୍ରୀ ତାପମାତ୍ରା ସହ ୬୦ ରୁ ୭୦ ପ୍ରତିଶତ ରହିବ ଆର୍ଦ୍ରତା ରହିବ ।

ଏପଟେ ଆଜିଠାରୁ ଦକ୍ଷିଣ ଓଡିଶାରେ ତାଣ୍ଡବ ରଚିବ କାଳବୈଶାଖୀ । ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ ଏବଂ ଗଜପତିକୁ ସତର୍କତା ଜାରି କରାଯାଇଛି ।  କିଛି ସ୍ଥାନରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ । ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ମଧ୍ୟରେ ଓଡିଶା ଛୁଇଁପାରେ ମୌସୁମୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଓଡିଶା ଛୁଇଁବା ନେଇ ପାଗ ଅନୁକୂଳ ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.