ଦିନକ ପରେ ବିଧାନସଭା ମୌସୁମୀ ଅଧିବେଶନ, ରଣନୀତି ପ୍ରସ୍ତୁତି ପାଇଁ ଆଜି ବସୁଛି ବିଜେଡି ବିଧାୟକ ଦଳ ବୈଠକ

୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ଏହାପୂର୍ବରୁ ରଣନୀତି ପ୍ରସ୍ତୁତି ନେଇ ଆଜି ବସୁଛି ବିଜେଡି ବିଧାୟକ ଦଳ ବୈଠକ। ଅପରାହ୍ନ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବିଜେଡି ରାଜ୍ୟରେ ୫ମ ଥର ପାଇଁ ସରକାର କରିଛି। ୫ମ ପାଳିର ଏହା ପ୍ରଥମ ଅଧିବେଶନ। ପୂର୍ବରୁ ବିଧାୟକ ଦଳ ବୈଠକ ଆସନ୍ତା ୨୪ ତାରିଖ ହେବାର ଥିଲା। ପରେ ତାରିଖ ପରିବର୍ତ୍ତନ କରାଯାଇ ଆଜି ଅନୁଷ୍ଠିତ ହେବ। ସେହିପରି ଆସନ୍ତା ୨୪ ତାରିଖରେ ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡକାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.