Below header

ସୁବର୍ଣ୍ଣପୁର : ପ୍ରଥମେ ଫୋନ୍ କଲ୍ ଆଉ ତାପରେ ଆକାଉଣ୍ଟରୁ ଟଙ୍କା ଗାଏବ

ପ୍ରଥମେ ଫୋନ୍ କଲ୍ ଆଉ ତାପରେ ଆକାଉଣ୍ଟରୁ ଟଙ୍କା ଗାଏବ। ନିଜକୁ ବ୍ରାଞ୍ଚ ମ୍ୟାମେଜର କରି ଗ୍ରାହକଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଲୁଟ୍। ଏଟିଏମ୍ କାର୍ଡ ନମ୍ବର ଓ ଆଧାର ନମ୍ବର ନେଇ ଟଙ୍କା ଲୁଟ୍ ହୋଇଛି। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମେଣ୍ଡାମାଳ ଗାଁରେ। ଗାଁର ଗୋବିନ୍ଦ କ୍ଷେତିଙ୍କୁ ଗତ ୧୫ ତାରିଖରେ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା।

loot ph call

ନିଜକୁ ବ୍ୟାଙ୍କ ମ୍ୟାନେଜର କହିବା ସହ ଏଟିଏମ୍ କାର୍ଡ ନମ୍ବର ଓ ଆଦାର ନମ୍ବର ନଦେଲେ ଆକାଉଣ୍ଟ ବନ୍ଦ ହୋଇଯିବ ବୋଲି କହିଥିଲେ। ଫଳରେ ଗୋବିନ୍ଦ ସମସ୍ତ ସୂଚନା ଦେଇଥିଲେ। କିଛି ସମୟ ପରେ ଆକାଉଣ୍ଟରୁ ୫୦ହଜାର ଟଙ୍କା ଉଠାଯାଇଥିବା ନେଇ ଗୋବିନ୍ଦଙ୍କୁ ମେସେଜ୍ ଆସିଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତକୁ ଧରିବାକୁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.