Below header

ମିଠା ମିଠା କଥା କହି ଲୋକଙ୍କୁ ଠକୁ ଥିଲେ ଅଧ୍ୟାପକ, ଏବେ ହରଡ଼ ଘଣାରେ

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅଧ୍ୟାପକ ମନେ୍‌ାଜ କୁମାର ମାଝୀ। ମନୋଜ ମୟୁରଭଞ୍ଜ ଜିଲ୍‌ଲା ଉଦଳାସ୍ଥିତ ଝାଡ଼େଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟ କରନ୍ତି । ଏବେ କିନ୍ତୁ ତାଙ୍କ ନାଁରେ ବିଭିନ୍ନ ଥାନାରେ ଅର୍ଥନୈତିକ ଅପରାଧ ମାମଲା ରହିଛି ।

ଏହି ବ୍ୟକ୍ତିଙ୍କୁ ଦେଖନ୍ତୁ କଣ ଆପଣ ଚିହ୍ନି ପାରୁଛନ୍ତି । ଇଏ ସେହି ବ୍ୟକ୍ତି ଜଣେ ଅଧ୍ୟାପକ ଭାବରେ କଲେଜରେ ପିଲାଙ୍କୁ ପାଠ ପଢ଼ାନ୍ତି । କିନ୍ତୁ ସେ ଏପରି କାଣ୍ଡ କରିଛନ୍ତି ଯାହା ଶୁଣିବା ପରେ ଆପଣ ମୁଣ୍ଡରେ ହାତ ଦେବେ । ଆଉ ଆପଣ ବି କହିବେ କଣ ସେ କଣ ତାଙ୍କ ଚାକିରିରେ ଖୁସି ନଥିଲେ ନା ତାଙ୍କୁ ତାଙ୍କ ଦରମା ଅଣ୍ଟୁ ନଥିଲା । ତାହାଲେ ସେ ଏପରି କାହିଁକି କରୁଥିଲେ । ଯେଉଁଥିପାଇଁ ପୋଲିସ ଆଜି ତାଙ୍କୁ ବାନ୍ଧି ନେଇଛି ।

ହଁ ଆଜ୍ଞା, ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅଧ୍ୟାପକ ମନେ୍‌ାଜ କୁମାର ମାଝୀ। ମନୋଜ ମୟୁରଭଞ୍ଜ ଜିଲ୍‌ଲା ଉଦଳାସ୍ଥିତ ଝାଡ଼େଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟ କରନ୍ତି । ଏବେ କିନ୍ତୁ ତାଙ୍କ ନାଁରେ ବିଭିନ୍ନ ଥାନାରେ ଅର୍ଥନୈତିକ ଅପରାଧ ମାମଲା ରହିଛି । ଆଉ ସବୁଠୁ ବଡ଼ କଥା ହେଉଛି ଏବେ ସେ ଯେଉଁ ଠକେଇ କରି ବନ୍ଧା ହୋଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସେ ନିଜକୁ ଭିଜିଲାନ୍ସ ଏସପି ଭାବେ ପରିଚୟ ଦେଇ ଜଣେ ଠିକାଦାରଙ୍କଠାରୁ ୭ ଲକ୍ଷ ୬୦ହଜାର ଟଙ୍କା ଚୁନା ଲଗାଇଛନ୍ତି। ଗତବର୍ଷ ମେ’ ୩୧ ତାରିଖରେ ରାୟଗଡ଼ା ଅଞ୍ଚଳର ମନୋଜ କୁମାର ଚୌଧୁରୀ ନାମକ ଜଣେ ଠିକାଦାର ଏହି ଠକେଇ ନେଇ ଅଭିଯୋଗ କରିଥିଲେ । ସେହି ଏତଲା ଆଧାରରେ ଅଭିଯୁକ୍ତ ମନୋଜ କୁମାର ମାଝୀଙ୍କୁ ପୁଲିସ ଗିରଫ କରିଛି।
ଅଭିଯୁକ୍ତ ମନୋଜ ନିଜକୁ ଭିଜିଲାନ୍ସ ଏସ୍‌ପି ପ୍ରକାଶଙ୍କ ପରିଚୟ ଦେଇ କଣ୍ଟ୍ରାକ୍ଟର ମନୋଜ ଚୋଧୁରୀଙ୍କୁ ଫୋନ୍‌ କରିଥିଲେ । ଆଉ ଭିଜିଲାନ୍ସର ବିଭିନ୍ନ ସ୍ଥାନରେ କୋଠା ନିର୍ମାଣ ହେବା ନେଇ ସେ ମନୋଜଙ୍କୁ କହିଥିଲେ ।କାମ ଦେବାକୁ କହି ଠକ ମନୋଜ କୁମାର ମାଝୀ ଠିକାଦାର ମନୋଜ କୁମାର ଚୌଧୁରୀଙ୍କ ଠାରୁ ପ୍ରଥମେ ୫ ଲକ୍ଷ ଟଙ୍କା ନେଇଥିଲେ।

ପରବର୍ତ୍ତୀ ସମୟରେ ୨ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ । କିନ୍ତୁ ଟଙ୍କା ପାଇବା ପରେ ଚତୁରତାର ସହ ମୋବାଇଲ ସୁଇଚ୍ ଅଫ୍ କରିଦେଇଥିଲେ । ଏହାପରେ ଠିକାଦାର ମନୋଜ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ସାଇବର ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା । ତଦନ୍ତ ପରେ ଅଧ୍ୟାପକ ମନୋଜ ମାଝୀଙ୍କ ଗୁମର ସାମ୍ନାକୁ ଆସିଥିଲା । ମନୋଜ ପୂର୍ବରୁ ନିଜ କଥାରେ ସହଜରେ ଫସାଇ ଅନେକ ଲୋକଙ୍କୁ ଠକି ଆସୁଥିଲେ ଲୋକେ ମଧ୍ୟ ତାଙ୍କ କଥାରେ ଭାସିଯାଇ ଠକାମୀର ଶିକାର ହେଉଥିଲେ କିନ୍ତୁ ଏବେ ମନୋଜ ହରଡ଼ଘଣାରେ ପଡ଼ିଛନ୍ତି । ଏନେଇ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.