Below header

ରାଧା-କୃଷ୍ଣ ମନ୍ଦିର: ବିନା ମୂର୍ତ୍ତିରେ ଏଠାରେ କରାଯାଏ ପୂଜାର୍ଚ୍ଚନା , ଜାଣନ୍ତୁ ଏହି ମନ୍ଦିରର ମାହାତ୍ମ୍ୟ

ଆମ ଦେଶରେ ଭଗବାନ ଶ୍ରୀକୃଷ୍ଣଙ୍କ ଅନେକ ମନ୍ଦିର ରହିଛି । ଯେଉଁଠାରେ ଭକ୍ତି ଭାବରେ ଲୀନ ହୋଇ ଭକ୍ତଗଣ ପ୍ରଭୁଙ୍କୁ ସ୍ମରଣ କରିଥାନ୍ତି । ତେବେ ପ୍ରାୟତଃ ସବୁ ମନ୍ଦିରରେ ଭଗବାନଙ୍କ ମୂର୍ତ୍ତି ରହି ପୁଜା କରାଯାଏ । କିନ୍ତୁ ଦୁନିଆରେ କିଛି ମନ୍ଦିର ଏମିତି ଅଛି ଯେଉଁଠି ଭଗବାନଙ୍କ ମୂର୍ତ୍ତି ବିନା ପୂଜାର୍ଚ୍ଚନା କରାଯାଏ । ଆଜି ଆମେ ସେହି ମନ୍ଦିର ସଂପର୍କରେ କହିବାକୁ ଯାଉଛୁ ଯେଉଁଠାରେ ଭଗବାନଙ୍କ ମୂର୍ତ୍ତି ନାହିଁ ସତ କିନ୍ତୁ ଏହି ମନ୍ଦିର ରାଧା-କୃଷ୍ଣଙ୍କ ମନ୍ଦିର ରୂପେ ଦୁନିଆରେ ପରିଚିତ ।

ମନ୍ଦିରଟି ମଧ୍ୟପ୍ରଦେଶର ଇନ୍ଦୋରରେ ଅବସ୍ଥିତ । ଏହି ମନ୍ଦିରରେ ଭଗବାନଙ୍କ ମୂର୍ତ୍ତି ଦେଖିବାକୁ ମିଳି ନଥାଏ । ଏଠାରେ ଭକ୍ତ ଭଗବାନଙ୍କ ଗ୍ରନ୍ଥ ଓ ମୁକୁଟକୁ ପୂଜା କରିଥାନ୍ତି । ମାନତ୍ୟା ରହିଛି ଯେ, ଏଠାରେ ପୂଜା କରୁଥିବା ସମସ୍ତ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହି ମନ୍ଦିରର ଇତିହାସ ଓ ପରମ୍ପରା ଏହାକୁ ଅନ୍ୟ ମନ୍ଦିର ମାନଙ୍କଠୁ ସ୍ୱତନ୍ତ୍ର କରିଥାଏ ।

ଏଠାରେ ଗ୍ର୍ରନ୍ଥକୁ ଶୃଙ୍ଗାର ରୂପ ଦିଆଯାଏ । ମନ୍ଦିରରେ ଥିବା ରୂପାର ସିଂହାସନ ଉପରେ ୪୦୦ ବର୍ଷ ପୁରୁଣା ଶ୍ରୀକୃଷ୍ଣ ସ୍ୱରୂପ ଗ୍ରନ୍ଥ ସ୍ଥାପିତ ହୋଇ ରହିଛି । ତେବେଏହି ଗ୍ରନ୍ଥକୁ ମୟୂର ଚୂଳ ପିନ୍ଧାଯାଇଥାଏ । କେବଳ ଏତିକି ନୁହେଁ ବରଂ ରାଧା-କୃଷ୍ଣଙ୍କ ଭଳି ପୋଷାକ ମଧ୍ୟ ପିନ୍ଧାଯାଏ । ଏଭଳି ଭାବେ ଗ୍ରନ୍ଥର ଶୃଙ୍ଗାର କରାଯାଏ ସତେ ଯେପରି ରାଧା-କୃଷ୍ଣଙ୍କ ମୂର୍ତ୍ତି ଭଳି ତାହା ପ୍ରତୀତ ହୋଇଥାଏ ।

78785543
pc: Lifeberrys.com

ଇତିହାସକୁ ଦେଖିଲେ ଜଣାପଡେ ଯେ ଏହି ମନ୍ଦିର ୧୦୦ ବର୍ଷ ପୁରୁଣା । ଏହାକୁ ହୋଲକର ରାଜପରିବାରର ମାଙ୍ଗିଲାଲ ଭଣ୍ଡାରୀ ନିର୍ମାଣ କରିଥିଲେ । ପ୍ରଣାମୀ ସଂପ୍ରଦାୟର ଗୁରୁ ପ୍ରାଣନାଥ ଏକଦା ଗ୍ରନ୍ଥ ଅଧ୍ୟୟନ କରୁଥିବା ସମୟରେ ଜାଣିଲେ ଯେ ଏହି ଗ୍ରନ୍ଥ ମଧ୍ୟ ମୂର୍ତ୍ତି ଭଳି ବେଶ ପ୍ରଭାବଶାଳୀ । ତାଙ୍କ ନିର୍ଦ୍ଦେଶ ଅନୁସାରେ ସେବେ ଠାରୁ ଏଠାରେ ଗ୍ରନ୍ଥକୁ ପୂଜା କରାଯାଉଛି ।

ତେବେ ଏଠାରେ ଥିବା ଗ୍ରନ୍ଥକୁ ପ୍ରତିଦିନ ପୂଜା କରାଯାଏ । ଠାକୁରଙ୍କ ଭଳି ଗ୍ରନ୍ଥକୁ ମଧ୍ୟ ଦୋଳ ଝୁଲା ଦିଆଯାଏ । ଏହି ମନ୍ଦିରର ସବୁଠୁ ପ୍ରସିଦ୍ଧ ପର୍ବ ହେଉଛି ପବିତ୍ର ଜନ୍ମାଷ୍ଟମୀ ପର୍ବ । ପ୍ରତିବର୍ଷ ଏଠାକୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.