ଭୁବନେଶ୍ୱରରେ କୋଭିଡ ମୁକାବିଲା ପାଇଁ ବିଏମସି ତୟାର, କମିସନର କହିଲେ ଆଇସିୟୁ ଓ ଅକ୍ସିଜେନ ସପୋର୍ଟ ଶଯ୍ୟା ରହିଛି

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ କୋଭିଡ ମୁକାବିଲା ନେଇ ଡାକ୍ତରଖାନାରେ ଆବଶ୍ୟକ ବେଡ ରହିଛି। ଆଇସିୟୁ ଓ ଅକ୍ସିଜେନ ସପୋର୍ଟ ଶଯ୍ୟା ରହିଥିବା କହିଛନ୍ତି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ। କୋଭିଡ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ରେମଡେସିଭିର ସଙ୍କଟ ଦେଖାଦେଇଛି। କମ୍ପାନୀ ପକ୍ଷରୁ ଯୋଗାଣ ବନ୍ଦ ଥିବା କାରଣରୁ ଏହି ସମସ୍ୟା ଦେଖାଦେଇଥିବା ସୂଚନା ମିଳିଛି। ତେବେ ଭୁବନେଶ୍ୱରରେ ସମସ୍ତ ସରକାରୀ ହସ୍ପିଟାଲରେ କୌଣସି ସଙ୍କଟ ନାହିଁ। କୌଣସି ଡାକ୍ତରଖାନାରେ ବେଡ଼ର ଅଭାବ ନାହିଁ। କେହି ବେଡ଼ ପାଇବା ନେଇ ଅସୁବିଧାର ସମ୍ମୁଖୀନ୍ନ ହେଲେ ସେମାନେ ୧୯୨୯ରେ କଲ କରି ବେଡ଼ର ସୁବିଧା ପାଇପରିବେ । ସେହିପରି ହସ୍ପିଟାଲ ମାନଙ୍କରେ ଯଥେଷ୍ଟ ପରିମାଣର ରେମଡେସିଭିର ମହଜୁଦ ଥିବା ସ୍ପଷ୍ଟ କରିଛନ୍ତି ବିଏମସି କମିଶନର। ତେବେ ଘରୋଇ ହସ୍ପିଟାଲର ସ୍ଥିତି ଅନୁଧ୍ୟାନ ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

ସେହିଭଳି ଭୁବନେଶ୍ୱରରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆବଶ୍ୟକ ଅନୁସାରେ ଆଇ ସି ୟୁ ଓ ଅକ୍ସିଜେନ ସପୋର୍ଟ ଶଯ୍ୟା ରହିଛି। ତଥାପି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାମାନ୍ୟ ଅସୁସ୍ଥ ହେଲେ ରୋଗୀ ଏଠାକୁ ଆସିଯାଉଛନ୍ତି। ଫଳରେ ଗୁରୁତର ରୋଗୀଙ୍କୁ ଶଯ୍ୟା ମିଳିବାରେ ସମସ୍ୟା ହେଉଛି। ଏଥିପାଇଁ ଖୁବଶୀଘ୍ର ନୂତନ ଏସଓପି ଜାରି କରାଯିବ। କୋଉଭଳି ରୋଗୀ ଏଠାକୁ ଆସିପାରିବେ ସେ ନେଇ ନିଷ୍ପତି ହେବ ଏବଂ ଅନ୍ୟ ବା ସାଧାରଣ କୋଭିଡ ରୋଗୀଙ୍କୁ ଭୁବନେଶ୍ୱରରେ ଥିବା ସରକାରୀ ହସ୍ପିଟାଲରେ ଗ୍ରହଣ କରାଯିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.