ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମୁମ୍ବାଇରେ କୋଭିଡ୍ ସଂକ୍ରମିତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା

ମୁମ୍ବାଇ : ରିଲାଏନ୍ସ ଫାଉଣ୍ଡେସନ କୋଭିଡ୍ ଯତ୍ନ ପାଇଁ ସର୍ବବୃହତ ଯୋଗଦାନ ଦେଇଛି। ମୁମ୍ବାଇର ୱର୍ଲିରେ ଥିବା ନ୍ୟାସନାଲ୍ ସ୍ପୋର୍ଟସ୍ କ୍ଲବ ଅଫ୍ ଇଣ୍ଡିଆରେ ସାର୍ ଏଚଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍ ଏକ ଉତ୍ସର୍ଗୀକୃତ ୬୫୦ ଶଯ୍ୟାର କୋଭିଡ୍ କେୟାର ବ୍ୟବସ୍ଥାର ପରିଚାଳନା କରିବ । ଏଠାରେ ୧୦୦ ନୂଆ ଆଇସିୟୁ ଶଯ୍ୟା ସୃଷ୍ଟି କରାଯାଉଛି

ଲକ୍ଷଣବିହୀନ ରୋଗୀଙ୍କ ପାଇଁ ବିକେସି ସ୍ଥିତ ଟ୍ରାଇଡେଂଟ୍ ହୋଟେଲ୍ରେ ୧୦୦ ଶଯ୍ୟା ସ୍ଥାପନ କରାଯାଇଛି। ସେହିପରି ସେଭେନ୍ ହିଲସ୍ ହସ୍ପିଟାଲ୍ରେ ଆଇସିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି, ୪୫ ଆଇସିୟୁ ଶଯ୍ୟା ସମେତ ମୋଟ ସଂଖ୍ୟା ୧୨୫ ଶଯ୍ୟାକୁ ବୃଦ୍ଧି କରାଯାଉଛି । ଏନ୍ଏସ୍ସିଆଇ ଓ ସେଭେନ୍ ହିଲସ୍ ହସ୍ପିଟାଲ୍ରେ ସମସ୍ତ ରୋଗୀଙ୍କୁ ବିନା ମୂଲ୍ୟରେ ଚିକିତ୍ସା ପ୍ରଦାନ ବ୍ୟବସ୍ଥା କରାଯାଉଛି ।

ରୋଗୀମାନଙ୍କ ମେଡିକାଲ୍ ପରିଚାଳନାର ୨୪ ଘଣ୍ଟା ଦେଖାଶୁଣା ଓ ଚିକିତ୍ସା କରିବା ଲାଗି ଡାକ୍ତର, ନର୍ସ, ଅଣମେଡିକାଲ୍ ପେସାଦାରମାନଙ୍କ ଭଳି ଆଗ ଧାଡ଼ିର କର୍ମୀମାନଙ୍କୁ ନେଇ ଏକ ଟିମ୍ ନିୟୋଜିତ କରାଯିବ । ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଖର୍ଚ୍ଚ ମଧ୍ୟରେ ସାମିଲ ରହିଥିବା ଆଇସିୟୁ ଶଯ୍ୟା ଓ ମନିଟର, ଭେଂଟିଲେଟର ଓ ମେଡିକାଲ୍ ଉପକରଣ ସମେତ ୬୫୦ ଶଯ୍ୟାର ପରିଚାଳନା ଖର୍ଚ୍ଚ ରିଲାଏନ୍ସ ଫାଉଣ୍ଡେସନ ବହନ କରିବ ।

ଏନ୍ଏସ୍ସିଆଇ ଓ ସେଭେନ୍ ହିଲସ୍ ହସ୍ପିଟାଲ୍ରେ ସମସ୍ତ କୋଭିଡ୍ ରୋଗୀଙ୍କ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବ । ଗତବର୍ଷ ରିଲାଏନ୍ସ ଫାଉଣ୍ଡେସନ ଓ ବିଏମସି ତରଫରୁ କୋଭିଡ୍ ହସ୍ପିଟାଲ୍କୁ ମୁମ୍ବାଇର ସେଭେନ୍ ହିଲସ୍ ହସ୍ପିଟାଲ୍ରେ ଉତ୍ସର୍ଗୀକୃତ ୨୨୫ ଶଯ୍ୟା ସହିତ ସ୍ଥାପନ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.