Below header

ବିରଳ ଘଟଣା : ପ୍ରଥମ ଥର ପାଇଁ ହୀରା ଭିତରେ ମିଳିଲା ହୀରା, ଯାହା ୮୦ କୋଟି ବର୍ଷ ପୁରୁଣା

ସମଗ୍ର ବିଶ୍ୱରେ ଅନେକ ହୀରା ଖଣି ରହିଛି, ଯେଉଁଠୁ ପ୍ରତିବର୍ଷ ଛୋଟ ବଡ ହୀରା ମିଳିଥାଏ, କିନ୍ତୁ ଏଭଳି ହୀରା ଇତିହାସରେ ପ୍ରଥମ ଥର ପାଇଁ ମିଳିଛି। ଦୁନିଆରେ ପ୍ରଥମ ଏପରି ବିରଳ ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଗୋଟେ ହୀରା ଭିତରେ ଆଉ ଗୋଟେ ହୀରା ମିଳିଛି।

Mir-Mine3

ଏହି ହୀରା ୟକୁଶିୟାର ନ୍ୟୁରବା ଖଣିରୁ ମିଳିଛି, ଯାହା ୮୦ କୋଟି ବର୍ଷ ପୁରୁଣା ହୀରା ହୋଇପାରେ ବୋଲି ଅନୁମାନ କରାଯାଉଛି। ରୁଷର ସାଇବେରିଆ ଖନନ କମ୍ପାନୀ ଅଲରୋସା ପିଜେଏସସି ମୁତାବକ, ଏହି ହୀରାର ଓଜନ ୦.୬୨ କ୍ୟାରେଟ୍‌ ରହିଛି ଯାହା ମଧ୍ୟରେ ଥିବା ହୀରାର ଓଜନ ୦.୦୨ କ୍ୟାରେଟ ରହିଛି।

ହୀରା ଭିତରେ ହୀରା ରହିବା କାରଣରୁ ରୁଷର ପାରମ୍ପରିକ କଣ୍ଢେଇ ଖେଳନା ‘ମେଟ୍ରୋଅଶୋକା’ ଭଳି କୁହାଯାଉଛି। ଏହି ହୀରାର ମୂଲ୍ୟ ୪୨୬ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହା ପ୍ରକୃତରେ ଈଶ୍ୱରଙ୍କର ଏକ ବାସ୍ତବ ରଚନା, ଯେଉଁଠି ହିରା ଭିତରେ ହୀରା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.