କଳାହାଣ୍ଡି ଏସ୍‌ପିଙ୍କ ନିଆରା ଅନ୍ଦାଜ, ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ଲୋକଙ୍କ ସହ ମିଶି ବଜାଇଲେ ଢୋଲ

କଳାହାଣ୍ଡି(କେନ୍ୟୁଜ୍): ଢୋଲ ବଜାଇଲେ ଗଙ୍ଗାଧର । କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧର । ଗତକାଲି ଥିଲା କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଜେନାଖାଲରୁ ମନ୍ଦିର ପର୍ଯ୍ୟନ୍ତ ୪ କିଲୋମିଟର ଯାଏ ଶୋଭାଯାତ୍ରା ହୋଇଥିଲା । ମା’ ମାଣିକେଶ୍ୱରୀଙ୍କ ପୀଠରେ ପଡିଥାଏ ଶହ ଶହ ପଶୁବଳି । ପ୍ରଶାସନର ବାରଣ ସତ୍ତ୍ୱେ ପ୍ରତିବର୍ଷ ବଳି ପଡ଼ିଥାଏ । ଏସବୁ ଭିତରେ ଏସ୍‌ପିଙ୍କ ଦେଖିବାକୁ ମିଳିଛି ନିଆରା ଅନ୍ଦାଜ । ଶୋଭାଯାତ୍ରା ବେଳେ ନିଜେ ଏସ୍‌ପି ଲୋକଙ୍କ ସହ ମିଶିଥିଲେ । ଢୋଲ ବଜାଇଥିଲେ । ଏହି ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏସ୍‌ପିଙ୍କ ଏପରି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.