ଏକକ ପ୍ଲାଷ୍ଟିକ୍‌ ବ୍ୟବହାର ବ୍ୟାନ ହେବା ପରେ ଏବେ ଟ୍ରେନରେ ଏପରି ମିଳିବ ପାନୀୟ ଜଳ

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ସରକାର ଲୋକମାନଙ୍କୁ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବା ପାଇଁ ଶପଥ କରାଇଥିଲେ। କିନ୍ତୁ ସରକାର ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ଉପରେ ସମ୍ପୂର୍ଣ୍ନ ରୋକ୍‌ ଲଗାଯାଇନାହିଁ। ଏହି ଘଟଣାରେ ଭାରତୀୟ ରେଳରେ କ୍ୟାଟରିଙ୍ଗ୍‌ ସୁବିଧା ଯୋଗାଉଥିବା IRCTC ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। IRCTC ଟ୍ରେନରେ ‘ରେଲ୍‌ ନୀର’ ବ୍ରାଣ୍ଡ ନା ରେ ପାଣି ବିକ୍ରି କରାଯାଇଥାଏ। ବର୍ତ୍ତମାନ କିନ୍ତୁ IRCTC ରେଲ ନୀର ର ପ୍ୟାକେଟ୍‌ ବାୟୋଡିଗ୍ରେଡିବଲ ମ୍ୟାଟେରିୟାଲ ଦ୍ୱାରା କରାଯିବ। ଏହାର ସପ୍ଲାଇ ମଧ୍ୟ ବିମାନ ପ୍ରୋଜେକ୍ଟ ସ୍ତରରେ ଲକ୍ଷ୍ନୋ-ନୂଆଦିଲ୍ଲୀରେ ଆରମ୍ଭ ହୋଇସାରିଛି।

ରେଳବିଭାଗ ‘ରେଲ୍‌ ନୀର’ ଦ୍ୱାରା ବର୍ଷକୁ ପାଖାପାଖି ୧୭୬ କୋଟି ଟଙ୍କା ଆୟ କରିଥାଏ। ରେଳ ବିଭାଗର ସମୁଦାୟ ଆୟରେ ୭.୮ ପ୍ରତିଶତ ଭାଗ ‘ରେଲ୍‌ ନୀର’ ରହିଥାଏ। ‘ରେଲ ନୀର’ ପାଇଁ ବର୍ତ୍ତମାନ ପଯ୍ୟର୍ନ୍ତ ପୁରା ଦେଶରେ ୧୦ ଟି ପ୍ଲାଣ୍ଟ ରହିଛି, ଯାହାର ପ୍ରତିଦିନର କ୍ଷମତା ଲିଟର ପିଛା ୧୦.୯ ଲକ୍ଷ। ବହୁତ ଜଲଦି ରେଳ ବିଭାଗ ପକ୍ଷରୁ ୬ଟି ନୂଆ ପ୍ଲାଣ୍ଟ ଲଗାଇବା ପାଇଁ ପ୍ରସ୍ତୁତି କରାଯାଉଛି। ଏହା ବ୍ୟତୀତ ୨୦୨୧ ମଧ୍ୟରେ ‘ରେଲ ନୀର’ ର ୪ଟି ନୂଆ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ କମ୍ପାନୀ ମଞ୍ଜୁରୀ ଦେଇସାରିଛି।

waterସରକାରଙ୍କ ଯୋଜନା ଅନୁଯାୟୀ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ର ୬ଟି ଜିନିଷ ଉପରେ ରୋକ୍‌ ଲଗାଇବା ସ୍ଥିର କରାଯାଇଥିଲା। କିନ୍ତୁ ପୂର୍ବରୁ ଅର୍ଥ ବ୍ୟବସ୍ଥା ମାନ୍ଦା ଏବଂ କର୍ମଚାରୀମାନଙ୍କୁ ବାଛିବା କାରଣରୁ ଆଶଂକା ରହିଛି ପ୍ଲାଷ୍ଟିକ୍‌ ବ୍ୟାନ ଦ୍ୱାରା ସ୍ଥିତି ଆହୁରୀ ବିଗିଡିଯାଇପାରେ। ରିପୋର୍ଟ ଅନୁଯାୟୀ ସରକାର ପ୍ଲାଷ୍ଟିକ୍‌ ବ୍ୟାଗ, କପ, ପ୍ଲେଟ, ବୋତଲ,ଷ୍ଟ୍ର ଏବଂ ଅନେକ ପ୍ରକାର ଛୋଟ ଛୋଟ ବୋତଲ ଉପରେ ରୋକ୍‌ ଲଗାଯାଇପାରିବ ନାହିଁ। ଏହାର ପରିବର୍ତ୍ତନରେ ସରକାର ଲୋକମାନଙ୍କୁ ଏହି ଜିନିଷ ବ୍ୟବହାର ନ କରିବା ପାଇଁ ପ୍ରୋତ୍ସାହିତ କରିବେ।

ଏହାସହ ପଢନ୍ତୁ: ଆକାଶରେ ଦେଖାଗଲା ରହସ୍ୟମୟ ଆଲୋକମାଳା, ଦେଖନ୍ତୁ ଭାଇରାଲ ଭିଡିଓ

ପର୍ଯାବରଣ ମନ୍ତ୍ରାଳୟର ମୁଖ୍ୟ ବ୍ୟୁରୋକ୍ରେଟ ଚନ୍ଦ୍ର କିଶୋର ମିଶ୍ରାଙ୍କ କହିବା ଅନୁଯାୟୀ ସରକାର ରାଜ୍ୟରେ ସିଙ୍ଗଲ ୟୁଜ୍‌ ପ୍ଲଷ୍ଟିକ୍‌ ର ପ୍ରୟୋଗ ପାଇଁ ପରାମର୍ଶ ଜାରି କରିଛନ୍ତି। ରାଜ୍ୟରେ ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ହେଉଥିବା ଜିନିଷକୁ ବାହାର କରିବା ପାଇଁ ମଧ୍ୟ ସରକାର କହିଛନ୍ତି। ପ୍ରଥମେ ପ୍ଲାଷ୍ଟିକ୍‌ ର ବ୍ୟବହାର କ୍ଷତିକାରକ ବୋଲି ଲୋକମାନଙ୍କୁ ସଚେତନତା କରାଇବା ଉଚିତ। ଲୋକମାନେ ସଚେତନ ହେବା ଦ୍ୱାରା ପ୍ଲାଷ୍ଟିକ୍‌ ବ୍ୟବହାର କରିବା ମଧ୍ୟ ଛାଡିଦେବେ। ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକକୁ କେବଳ ଥରେ ହିଁ ବ୍ୟବହାର କରାଯାପାରିବ । ଏହାକୁ ଥରେ ବ୍ୟବହାର କରିବା ପରେ ଫୋପାଡି ଦିଆଯାଇଥାଏ। ବାସ୍ତବରେ ଏଥିରୁ ଅଧାରୁ ଅଧିକ ପ୍ଲାଷ୍ଟିକ୍‌ ପେଟ୍ରୋଲିୟମ୍‌ ଉତ୍ପାଦିତ ହୋଇଥାଏ। ଏହାର ଉତ୍ପାଦନରେ ଖୁବ୍‌ କମ ଖର୍ଚ୍ଚ ମଧ୍ୟ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.