Below header

ବାଲେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥ ମାର୍କୋଣାରୁ ଜବତ ହେଲା ୫ ଲକ୍ଷ ଟଙ୍କାର ବ୍ରାଉନସୁଗାର, ୨ ଯୁବକ ଗିରଫ

ବାଲେଶ୍ୱର(କେନ୍ୟୁଜ୍): ବାଇକ୍‌ରେ ଧଳା ଜହର କାରବାର। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ମାର୍କୋଣାରୁ ଜବତ ହେଲା ୩୮.୬୪ ଗ୍ରାମ୍‌ ବ୍ରାଉନସୁଗାର । ଘଟଣାରେ ସିମୁଳିଆ ପୋଲିସ ଦୁଇ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲା ରଥିପୁର ଗାଁର ଫୈୟାଜ୍‌ ମହମ୍ମଦ ଓ ଆଶିକ ଖାଁ । ଏମାନେ ବ୍ରାଉନସୁଗାର ନେଇ ବାଇକ୍‌ରେ ଭଦ୍ରକ ଅଭିମୁଖେ ଯାଉଥିଲେ। ଖବର ପାଇ ସିମୁଳିଆ ଥାନା ଆଇଆଇସି ସଞ୍ଜୟ କୁମାର ପରିଡ଼ା ଦୁଇ ଜଣକୁ କାବୁ କରିଥିଲା। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଅଧିକ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.