Below header

ଲାଲ ଗୋଲାପ ଉପରେ ବସିଛି ନୀଳ ରଙ୍ଗର ଦୁର୍ଲଭ ସାପ ଯେତିକି ସୁନ୍ଦର ସେତିକି ବିଷାକ୍ତ, ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡିଆରେ ଏକ ନୀଳ ରଙ୍ଗର ଦୁର୍ଲଭ ସାପ ଖୁବ ଭାଇରାଲ ହେବା ସହ ଏହାକୁ ନେଇ ଚର୍ଚ୍ଚା ବି ବେଶ ଜୋର ଧରିଛି । ଆଉ ଏହି ଦୁର୍ଲ୍ଲଭ ସାପଟି ଅନେକଙ୍କୁ ଆକର୍ଷିତ କରିପାରିଛି । ଏମିତିକି ଭିଡିଓ ଟି ଭାଇରାଲ ହେବା ପରେ ଏହାକୁ ପୃଥିବୀର ସବୁଠୁ ସୁନ୍ଦର ସାପ ବୋଲି ଅନେକେ ମତ ଦେଇଛନ୍ତି । ଭିଡିଓଟିରେ ସାପଟି ଏକ ଲାଲ ରଙ୍ଗର ଗୋଲାପ ଫୁଲ ଉପରେ ବସିଥିବାର ନଜର ଆସୁଛି । ଲାଲ ରଙ୍ଗର ଗୋଲାପ ସହ ନୀଳ ରଙ୍ଗର ସାପର ରଙ୍ଗର ଏକ ବିରଳ ଦୃଶ୍ୟ ସମସ୍ତଙ୍କ ମନ ମୋହିନେଉଛି । କିନ୍ତୁ ବିଶେଷଜ୍ଞ ମାନେ ମତ ଦେଇଛନ୍ତିକି ଦେଖିବାକୁ ସୁନ୍ଦର ହୋଇଥିଲେ ମଧ୍ୟ ସାପଟି ଖୁବ ବିଷାକ୍ତ । ଯଦି ଏହି ସାପ ଅନ୍ୟକୌଣସି ଜନ୍ତୁ ଅବା ମଣିଷକୁ କାମୁଡ଼େ ତେବେ ଏହା ଶରୀରର ଉପର ଓ ଭିତର ଭାଗ ଉଭୟକୁ ଗଭୀର କ୍ଷତି ପହଞ୍ଚାଇପାରେ । ରୁଷର ଜଣେ ପଶୁ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ସାପ ସାଧାରଣତଃ ଆଇଲ୍ୟାଣ୍ଡ ପରି ଅଞ୍ଚଳରେ ଦେଖାଯାଇଥାଏ । ଏହି ବିଷାକ୍ତ ସାପ ଇଣ୍ଡୋନେସିଆର ଉପାନ୍ତ ଅଂଚଳ ଓ ତିମୋରର ପୂର୍ବ ଭାଗରେ ଦେଖା ଯାଇଥାଏ ।

ଆଖିକୁ ଧଳା ଦେଖା ଯାଉଥିଲେ ମଧ୍ୟ ଏହି ସାପଙ୍କ ରଙ୍ଗ ବାସ୍ତବରେ ହଳଦିଆ । କିନ୍ତୁ ନୀଳ ରଙ୍ଗର ପିଟ ଭାଇପର ଖୁବ ବିରଳ । ରୁଷର ଏହି ବିଶେଷଜ୍ଞ ଜଣଙ୍କ ଆହୁରି ମଧ୍ୟ କହିଛନ୍ତିକି, ନୀଳରଙ୍ଗର ସାପ ହଳଦିଆ ସାପଙ୍କୁ ଜନ୍ମ ଦେଇପାରନ୍ତି । ଧଳା ବାଇପରସଙ୍କୁ ବିଜ୍ଞାନ ଭାଷାରେ “ବିବିପରସ” ନାଁରେ ଜଣା ଯାଇଥାଏ ।

ଟ୍ୱିଟର ଆକାଉଣ୍ଟରେ “ଲାଇଫ ଅନ ଆର୍ଥ” ସଂସ୍ଥା ଏହି ଭାଇରଲ ଭିଡିଓଟିର କ୍ୟାପ୍ସନରେ ଲେଖିଛନ୍ତିକି, “ଏହି ସୁନ୍ଦରସାପଟି ଦେଖିବାକୁ ଖୁବ ଅବିଶ୍ୱାସନୀୟ ଓ ଅସାଧାରଣ ରୂପରେ ସୁନ୍ଦର ” । ଭିଡିଓଟି ସେପ୍ଟେମ୍ବର ୧୭ ତାରିଖରେ ସେୟାର କରାଯାଇଥିବା ବେଳେ ଏଯାବତ ୫୨ ହଜାରରୁ ଅଧିକ ଜଣ ଦେଖିସାରିଲେଣି । ଭିଡିଓଟି ରେଡ଼ିଟ ରେ ସେୟାର ହୋଇଥିବା ବେଳେ ଏହା ଜରିଆରେ ମଧ୍ୟ ୨.୨ ମିଲିୟନରୁ ଅଧିକ ଜଣ ଦେଖିସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.