Below header

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ଜଲଦି କରନ୍ତୁ ଆବେଦନ

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (SBI) ରେ ସ୍ପେଶାଲିଷ୍ଟ କ୍ୟାଡର ଅଫିସର (SCO) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀରେ ଆବେଦନ ପ୍ରକ୍ରିୟା ଗତକାଲି ଠାରୁ ଆରମ୍ଭ ହୋଇଛି। ଆବେଦନକାରୀ ଏହି ପଦବୀରେ ନିଯୁକ୍ତି ପାଇଁ ଆସନ୍ତା ୮ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଇଛୁକ ଆବେଦନକାରୀ ଆବେଦନ କରିବା ପୂର୍ବରୁ ପ୍ରଥମେ ଏହି ଚାକିରି ସମ୍ବନ୍ଧରେ ଜାରି କରାଯାଇଥଇବା ସୂଚନାକୁ ଭଲଭାବେ ପଢନ୍ତୁ।

ପଦବୀ ନାମ ଏବଂ ପଦ ସଂଖ୍ୟା:

ସ୍ପେଶାଲିଷ୍ଟ କ୍ୟାଡର ଅଫିସର (SCO): ୯୨ ପଦ

sbi 2020-ମହତ୍ତ୍ୱପୂର୍ଣ୍ଣ ତାରିଖ:

ଅନଲାଇନ୍‌ ଆବେଦନ ଜମା କରିବାର ପ୍ରାରମ୍ଭିକ ତାରିଖ: ୧୮ସେପ୍ଟେମ୍ବର ୨୦୨୦

ଅନଲାଇନ୍‌ ଆବେଦନ ଜମା କରିବାର ଶେଷ ତାରିଖ: ୦୮ ଅକ୍ଟୋବର ୨୦୨୦

ବୟସ ସୀମା:

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ନ୍ୟୁନତମ ବୟସ ସୀମା ୨୫ ବର୍ଷ ଏବଂ ଅଧିକତମ ବୟସ ସୀମା ୩୦, ୩୫, ୩୭ ଏବଂ ୪୦ ବର୍ଷ ନିର୍ଦ୍ଦାରିତ କରାଯାଇଛି।

job-railwayଜାଣନ୍ତୁ କିପରି କରିବେ ଆବେଦନ:

ଇଛୁକ ଆବେଦନକାରୀ େଓ୍ଵବସାଇଟ୍‌ www.sbi.co.in ଜରିଆରେ ୧୮ ସେପ୍ଟେମ୍ବରରୁ ଆସନ୍ତା ୦୮ ଅକ୍ଟୋବର ପର୍ଯ୍ୟନ୍ତ ଅନଲାଇନ୍‌ ଆବେଦନ କରିପାରିବେ। ଆବେଦନ କରିବା ପୂର୍ବରୁ େଓ୍ଵବସାଇଟ୍‌ ରେ ଜାରି କରାଯାଇଥିବା ସୂଚନାକୁ ଭଲଭାବେ ପଢି ଅବଗତ ହେବା ପରେ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ। ଧ୍ୟାନ ରଖନ୍ତୁ ଆବେଦନ ସମୟରେ ଯେପରି କିଛି ତ୍ରୁଟି ନରହେ, ନଚେତ୍‌ ଆପଣଙ୍କ ଆବେଦନ ପତ୍ର ମାନ୍ୟ ହେବ ନାହିଁ। ଏଥିସହ ଆବେଦନ କରିବା ପରେ ଆବେଦନ ପତ୍ରର ଏକ ପ୍ରିଣ୍ଟ ନିଜ ପାଖରେ ସୁରକ୍ଷିତ ଭବେ ରଖନ୍ତୁ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କ ଚୟନ ସର୍ଟଲିଷ୍ଟିଂ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.