କି ଯୁଗ ହେଲା ! ସାଇବାବା ପ୍ରସାଦ ନାମରେ ବିକ୍ରି ହେଉଛି ବ୍ରାଉନ ସୁଗାର

ମନ୍ଦିର ପ୍ରସାଦ ନାମରେ ବ୍ରାଉନ ସୁଗାର। ବେଙ୍ଗାଲୁରୁର ସିଟି ମାର୍କେଟ ପୋଲିସ ଏକ ଡ୍ରଗ ପେଡଲକରକୁ ଗିରଫ କରିଛି। ଯିଏକି ପ୍ରସାଦ ନାମରେ ବ୍ରାଉନ ସୁଗାର ସପ୍ଲାଏ କରୁଥିଲେ। ଡ୍ରଗ ପେଡେଲକର ଏହି କାମ ଏକ ପର୍ସନାଲ କୋରିୟର ସେବା ଏବଂ ସରକାରୀ ବସ୍‌ ଡ୍ରାଇଭରଙ୍କର ବ୍ୟବହାର କରୁଥିଲେ।

ଗିରଫ ହୋଇଥିବା ପେଡଲରର ବୟସ ୨୫ ବର୍ଷ ଏବଂ ସେ ରାଜସ୍ଥାନର ବାସିନ୍ଦା। ପୋଲିସ କହିବାନୁଯାୟୀ ସେ ନିଜ ହେଲମେଟରେ ୯୦ ଗ୍ରାମ ବ୍ରାଉନସୁଗାରକୁ ଲୁଚାଇ ଡେଲିଭର କରିବାକୁ ନେଉଥିଲା କିନ୍ତୁ ପୋଲିସ ବାବୁଙ୍କ ହାବୁଡରେ ପଡିଗଲା।

drugsପୋଲିସ ଜଣାଇଛି ଏହି ଡ୍ରଗ୍ସ ପେଡଲର ଜଣଙ୍କ ବ୍ରାଉନ ସୁଗାର ସପ୍ଲାଏ କରିବାର ଏକ ସରଳ ଉପାୟ ଆପଣେଇଥିଲା। ଡ୍ରଗ୍ସକୁ ଲଫାପାରେ ପ୍ୟାକ କରି ତାହାକୁ ସାଇ ବାବା ପ୍ରସାଦ ଭାବରେ ପାସ୍‌ କରୁଥିଲେ। ତେବେ ଏବେ କିନ୍ତୁ ଏସବୁଥିରେ ହୋଇଛି ପର୍ଦ୍ଦାଫାସ। ପୋଲିସ ଏହି ମାମଲାର ଖୋଳତାଡ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.