Below header

ଜାଣନ୍ତୁ ଅକ୍ଷୟତୃତୀୟାର ମହତ୍ତ୍ବ, କାହିଁକି ଏବଂ କେଉଁ କାରଣରୁ ପାଳନ ହୋଇଥାଏ ଏହି ଉତ୍ସବ

ବୈଶାଖ ଶୁକ୍ଳତୃତୀୟ ଏକ ପବିତ୍ର ଦିବସ। ଏହି ତିଥିରେ ଶୁଭକାର‌୍ୟ୍ୟ ହେଲେ ତାହା ଶୁଭପ୍ରଦ ଓ ମଙ୍ଗଳଦାୟକ ହୋଇଥାଏ। ଏହି ଦିବସକୁ ଅକ୍ଷୟ ତୃତୀୟା ବୋଲି କୁହାଯାଇଥାଏ। ଆଜିର ଦିନରେ କୃଷିକାର‌୍ୟ୍ୟ ଓ ଗ୍ରୁହନିର୍ମାଣ କାର‌୍ୟ୍ୟର ଶୁଭାରମ୍ଭ ହେବାର ବିଧି ରହିଆସିଛି। କୃଷିପ୍ରାଧାନ୍ୟ ରାଜ୍ୟ ଓଡିଶାର ଲକ୍ଷ୍ମୀ ଦେବୀଙ୍କ ପୂଜାର୍ଚ୍ଚନା କରାଯାଇ କ୍ଷେତରେ ଧାନବୁଣା ଆଜି ଅନୁକୂଳ ହେବ। ଅକ୍ଷୟତୃତୀୟା ଦିନ କୃଷକମାନେ ନିଜ ହଳଲଙ୍ଗଳ, ଫାଉଡା, ଦା, କୋଦଲାରେ ଚନ୍ଦନ ସିନ୍ଦୁର, ଫୁଲ, ଧୂପଦୀପ ଦେଇ ପୂଜା କରନ୍ତି। ବିଲର ପୂର୍ବକୋଣରେ ବିହନ ଟୋକେଇ ରଖି ବସୁଧା ମାତାଙ୍କୁ ପୂଜାର୍ଚ୍ଚନା କରାଯାଏ। ପରେ କ୍ଷେତରେ ବିହନ କରାଯାଏ। କୃଷକ ମାନଙ୍କର ନୂଆ କୃଷି ପଞ୍ଜିକା ଆଜି ଅନୂକୂଳ ହୋଇଥାଏ।

ସେପଟ ରଥକାଠ ମଧ୍ୟ ପବିତ୍ର ଅକ୍ଷୟତୃତୀୟାରେ ଅନୁକୂଳ କରାଯାଇଛି। ଆଜି ଶ୍ରୀ ଜଗନ୍ନାଥଙ୍କ ଚନ୍ଦନଯାତ୍ରା ମଧ୍ୟ ଆରମ୍ଭ ହୋଇଛି। ଆଜିର ଦିନରେ ପୁରୀ ବଡ଼ଦାଣ୍ଡରେ ଛାମୁଡିଆ ବନ୍ଧାଯାଇ ରଥ ନିର୍ମାଣ ନିମନ୍ତେ ହୋମଯଜ୍ଞ ଆରମ୍ଭ ହୋଇଛି। ଶ୍ରୀମନ୍ଦିରରୁ ରାମକୃଷ୍ଣ ବେନିମୂର୍ତ୍ତି ଗୋଟିଏ ପାଲିଙ୍କିରେ ଏବଂ ଲକ୍ଷ୍ମୀ, ସରସ୍ବତୀ ଓ ମଦନମୋହନ ଅନ୍ୟ ଏକ ବିମାନରେ ବିଜେ କରି ନରେନ୍ଦ୍ର ପୁଷ୍କରିଣୀକୁ ମହାସମାରୋହରେ ଯାତ୍ରା କରନ୍ତି। ଠାକୁରମାନେ ନରେନ୍ଦ୍ର ପୁରଷ୍କରଣୀରେ ନୌକାରେ ବସି ଚାପ ଖେଳନ୍ତି।

ସେପଟେ ଗୃହରେ ମଧ୍ୟ ଷଷ୍ଠି ଦେବୀଙ୍କୁ ଗୃହିଣୀ ମାନେ ପୂଜା କରିଥାନ୍ତି। ଅକ୍ଷୟତୃତୀୟା ଦିନ ଭଗବାନ ପର୍ଶୁରାମ ଆବିର୍ଭାବ ହୋଇଥିଲେ। ଏହି ତିଥିରେ ବଡ଼ଠାକୁର ବଳଭଦ୍ର ରେବତୀଙ୍କ ସହ ବିବାହଙ୍କ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.